23.1 C
Bhubaneswar
Sunday, March 22, 2026
Homeଓଡିଶାଗତ ଆଠ ବର୍ଷ ମଧ୍ୟରେ ଓଡିଶା ପାଇଁ ମଞ୍ଜୁର ହୋଇନାହିଁ ନୂଆ ରେଳ ପ୍ରକଳ୍ପ: ବିଜେଡି

ଗତ ଆଠ ବର୍ଷ ମଧ୍ୟରେ ଓଡିଶା ପାଇଁ ମଞ୍ଜୁର ହୋଇନାହିଁ ନୂଆ ରେଳ ପ୍ରକଳ୍ପ: ବିଜେଡି

 ରାଜ୍ୟର ଖଣିଜ ସଂପଦ ଅନ୍ୟ ରାଜ୍ୟକୁ ଚାଲାଣ ପାଇଁ କେନ୍ଦ୍ରର ଉଦ୍ୟମ
 ବରଗଡ-ନୂଆପଡା ରେଳ ପ୍ରକଳ୍ପ ସମ୍ବନ୍ଧରେ ଚୁପ୍ କାହିଁକି?
 ସାତ ବର୍ଷ ପୂର୍ବରୁ ଘୋଷିତ ପ୍ରକଳ୍ପକୁ ପୁଣି କ୍ୟାବିନେଟ ମଞ୍ଜୁରୀ
ଭୁୁବନେଶ୍ୱର, : ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ, ବିଗତ ୮ ବର୍ଷ ମଧ୍ୟରେ ଆମ ରାଜ୍ୟ ପାଇଁ କୌଣସି ନୂଆ ରେଳଲାଇନ ମଞ୍ଜୁର ହୋଇନାହିଁ। କିଛି ପ୍ରକଳ୍ପ ବଜେଟରେ ମଞ୍ଜୁରୀ ପାଇ ମଧ୍ୟ, କେନ୍ଦ୍ର ସରକାର ଶୀତଳଭଣ୍ଡାରରେ ରଖି ଦେଇଛନ୍ତି। ଅଣବିଜେପି ଶାସିତ ରାଜ୍ୟମାନଙ୍କ ପ୍ରତି କେନ୍ଦ୍ର ବିଜେପି ସରକାର ଏହି ଆଭିମୁଖ୍ୟ ସଦାବେଳେ ପୋଷଣ କରି ଆସିଛି। ଗୁଣୁପୁର ଥେରୁବାଲି ରେଳଲାଇନ ଏହାର ଜ୍ୱଳନ୍ତ ଉଦାହରଣ। ୨୦୧୭-୧୮ ବଜେଟରେ ଏହା ଅନୁମୋଦନ ହେଇସାରିଥିଲେ ମଧ୍ୟ ଗତ ସାତବର୍ଷ ଧରି କେବଳ ରାଜ୍ୟ ସରକାରଙ୍କୁ ଜମି ଓ ଅର୍ଥ ମାଗିବା ଛଡା କେନ୍ଦ୍ର ସରକାର ଆଉ କିଛି କରିନାହାନ୍ତି। ରାଜ୍ୟ ସରକାର ଜମି ଦେଲା ପରେ ମଧ୍ୟ କୌଣସି କାର୍ଯ୍ୟାରମ୍ଭ ହୋଇନାହିଁ। ସାତବର୍ଷ ପୂର୍ବର ବଜେଟ ଅନୁମୋଦିତ ପ୍ରକଳ୍ପକୁ ବର୍ତ୍ତମାନ ପ୍ରଚାର କରାଯାଉଛି। କ୍ୟାବିନେଟ ନିଷ୍ପତ୍ତି କ’ଣ ପାର୍ଲାମେଌକ୍ଷଗ୍ଧ;ରୁ ଉର୍ଦ୍ଧ୍ୱରେ କି?
ଶ୍ରୀ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, କ୍ୟାବିନେଟରେ ମଂଜୁର ହୋଇଥିବା ରେଳ ପ୍ରକଳ୍ପ ଗୁଡିକ କେବଳ ରାଜ୍ୟରୁ ଖଣିଜ ପଦାର୍ଥ ପରିବହନ କରିବା ପାଇଁ ଉଦ୍ଦିଷ୍ଟ। ଆମ ରାଜ୍ୟର ଖଣିଜ ପଦାର୍ଥ ଉତ୍ତୋଳନ କରି ଚାଲାଣ କରିବା ପାଇଁ କେନ୍ଦୁଝର ଜିଲ୍ଲାରେ ଏହି ପ୍ରକଳ୍ପ ହେବ କିନ୍ତୁ ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ନୁହେଁ।
ଜୁନ୍ଧଜ୍ଞଙ୍ଗ-ନବରଙ୍ଗପୁର ଓ ମାଲକାନଗିରି-ଭଦ୍ରାଚଳମ୍‌, ଏହାର ଜ୍ୱଳନ୍ତ ଉଦାହରଣ। ଇବ୍ ଥର୍ମାଲ ଓ ଚାଳଚେରରୁ କୋଇଲା ଓ ଲୁହାପଥର ଏହି ବିକଳ୍ପ ରେଳଲାଇନ ମାଧ୍ୟମରେ ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ରକୁ ଯିବ ଏବଂ ଏତତ୍‌ଦ୍ୱାରା ଅନ୍ୟ ରାଜ୍ୟମାନେ ଉପକୃତ ହେବେ। ଯଦି ଗୋପାଳପୁର ବନ୍ଦରକୁ ଏହି ଲାଇନ ଯୋଡି ହୋଇଥାଆନ୍ତା ତାହାହେଲେ ରାଜ୍ୟ ଅର୍ଥନୀତିକୁ ସମୃଦ୍ଧ କରିଥାଆନ୍ତା। ଚନ୍ଦ୍ରବାବୁ ନାଇଡୁଙ୍କୁ ସନ୍ତୁଷ୍ଟି କରିବା ପାଇଁ ଏହି ପ୍ରକଳ୍ପମାନ କରାଯାଉଛି।
ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ରେଳପ୍ରକଳ୍ପର କ’ଣ ଅଗ୍ରଗତି ହୋଇଛି। ପ୍ରତିବର୍ଷ ରେଳମନ୍ତ୍ରୀ ଓଡିଶାକୁ ସାତ ହଜାର/ଆଠ ହଜାର/ଦଶ ହଜାର କୋଟି ଟଙ୍କା ବଜେଟରେ ଘୋଷଣା କରୁଛନ୍ତି। କିନ୍ତୁ ବଜେଟରେ ମଂଜୁରୀ ପ୍ରାପ୍ତ ଅର୍ଥ ମଧ୍ୟରୁ କେତେ ବ୍ୟୟ ହୋଇଛି ପ୍ରଶ୍ନ କଲେ ତାହାର ଉତ୍ତର ମିଳୁନାହିଁ। ଆଶ୍ଚର୍ଯ୍ୟର କଥା କୌଣସି ବର୍ଷ ବ୍ୟୟ ପରିମାଣ ତିନି ହଜାର କୋଟି ଟଙ୍କା ଛୁଇଁପାରିନାହିଁ। ପଦ୍ମପୁର ଉପନିର୍ବାଚନ ବେଳେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ ବରଗଡ-ନୂଆପଡା ଭାୟା ପଦ୍ମପୁର ରେଳଲାଇନ ନିର୍ମାଣ ବାବଦରେ କରିଥିବା ଘୋଷଣା ଭୁଲି ଯାଇଛନ୍ତି। ରେଳବାଇ ବିକାଶ କ୍ଷେତ୍ରରେ ଓଡିଶାବାସୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଏହା ଆଭିମୁଖ୍ୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking