28.1 C
Bhubaneswar
Thursday, March 5, 2026
Homeଓଡିଶାପ୍ରତିହାରୀ ସେବକଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍

ପ୍ରତିହାରୀ ସେବକଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍

ପୁରୀ: ଶ୍ରୀମନ୍ଦିର ଦ୍ୱାରଫିଟା ବିଳମ୍ବ ହେବାରୁ ପ୍ରତିହାରୀ ସେବକଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍ କରାଯାଇଛି। ଆଜି ସକାଳୁ ଶ୍ରୀମନ୍ଦିର ଦ୍ୱାରଫିଟା ବେଳେ ୩୫ ମିନିଟ୍‌‌ ବିଳମ୍ବରେ ପହଞ୍ଚି ଥିଲେ ପ୍ରତିହାରୀ ସେବକ। ବିଳମ୍ବରେ ଆସିବାରୁ ନୀତି ବିଶୃଙ୍ଖଳା ଅଭିଯୋଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡଦ୍ୱାର ପ୍ରତିହାରୀ ସେବାୟତ ଶିବଶଙ୍କର ମହାପାତ୍ରଙ୍କୁ କାରଣ ନୋଟିସ୍‌‌ କରାଯାଇଛି। ପ୍ରଶାସନ ଏଭଳି ପଦକ୍ଷେପକୁ ପ୍ରତିହାରୀ ନିଯୋଗ ସ୍ୱାଗତ କରିଥିବା ବେଳେ ନୀତି ବିଳମ୍ବ ହେଲେ ସମାନ କାର୍ଯ୍ୟାନୁଷ୍ଠାନ ହେଉ ବୋଲି କୁହାଯାଇଛି। ସୂଚନା ଅନୁସାରେ ଦ୍ୱାରଫିଟା ନୀତି ବିଳମ୍ବ ହେଲେ ଶ୍ରମନ୍ଦିରର ସମସ୍ତ ନୀତିକାନ୍ତି ମଧ୍ୟ ବିଳମ୍ବ ହୋଇଥାଏ। ଏହି କାରଣରୁ ନୋଟିସ କରାଯାଇଥିବା କୁହାଯାଉଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking