24.1 C
Bhubaneswar
Thursday, March 12, 2026
Homeଦେଶ ବିଦେଶଧାର୍ମିକ ଉତ୍ସବରେ ଲଗାଯାଇଥିବା ପୋଷ୍ଟରରେ ଆଡଲ୍ଟଷ୍ଟାରଙ୍କ ଫଟୋ

ଧାର୍ମିକ ଉତ୍ସବରେ ଲଗାଯାଇଥିବା ପୋଷ୍ଟରରେ ଆଡଲ୍ଟଷ୍ଟାରଙ୍କ ଫଟୋ

ନୂଆଦିଲ୍ଲୀ : ତାମିଲନାଡୁର କାଞ୍ଚିପୁରମ ଜିଲ୍ଲାରେ ଏକ ଧାର୍ମିକ ଉତ୍ସବ ପାଇଁ ଲଗାଯାଇଥିବା ‌ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହୋଇଛି। କାରଣ ଧାର୍ମିକ ପୋଷ୍ଟରରେ ଅଡଲ୍ଟ ସିନେମା ଷ୍ଟାର ମିଆ ଖଲିଫାଙ୍କ ଫଟୋ ଥିବା ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ, କାଞ୍ଚିପୁରମ ଜିଲ୍ଲାରେ ଏକ ପ୍ରସିଦ୍ଧ ପର୍ବ ହେଉଛି ଆଦି ପର୍ବ। ଶ୍ରାବଣ ମାସରେ ଏହି ପର୍ବ ପାଳନ କରାଯାଏ। ଚଳିତବର୍ଷ ଅଗଷ୍ଟ୯ ତାରିଖରେ ଏହାକୁ ଧୁମଧାମରେ ପାଳନ କରାଯିବ। ଯାହାକୁ ନେଇ ସମସ୍ତ ପ୍ରସ୍ତୁତି ସରି ସାରିଛି। ଏହି ପୂଜାରେ ଅମ୍ମନ(ଦେବୀ ପାର୍ବତୀ)ଙ୍କ ପୂଜାର୍ଚ୍ଚନା କରାଯାଏ। ପ୍ରସିଦ୍ଧ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ସ୍ଥାନରେ ମା’ ପାର୍ବତୀଙ୍କ ପୋଷ୍ଟର ମରାଯାଇଛି। ଏଭଳି ସମୟରେ ଏକ ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳୁଛି ଯେଉଁ ପୋଷ୍ଟରରେ ମା’ ପାର୍ବତୀ ଅଛନ୍ତି ସେଥିରେ ଆମେରିକାର ଆଡଲ୍ଟ ଷ୍ଟାର୍ ମିଆ ଖଲିଫାଙ୍କ ଫଟୋ ବି ରହିଛି।। ମିଆ ଖଲିଫା ଶାଢ଼ୀ ପିନ୍ଧି ମୁଣ୍ଡରେ କଳସୀ ମୁଣ୍ଡାଇଥିବା ନଜରକୁ ଆସିଛି। ଏଭଳି ପୋଷ୍ଟରକୁ ନେଇ କାଞ୍ଚିପୁରମ ଜିଲ୍ଲାରେ ବିବାଦ ଦେଖା ଦେଇଛି। ପରିସ୍ଥିତି ଅଶାନ୍ତ ହୋଇପଡ଼ିଥିଲା। ପରେ ପୁଲିସ ଏଭଳି ପୋଷ୍ଟର ଲଗାଯାଇଥିବା ସ୍ଥାନରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ବାତାବରଣ ସ୍ଥାନ୍ତ ପଡ଼ିଥିଲା। ଏହି ଘଟଣା ପଛରେ କାହାର ହାତ ଅଛି ସେଦିଗରେ ପୁଲିସ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking