37.1 C
Bhubaneswar
Friday, May 15, 2026
Homeଓଡିଶାଭିଜିଲାନ୍ସ ହାତରେ କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ହାତରେ କନିଷ୍ଠ ଯନ୍ତ୍ରୀ

ଜଗତସିଂହପୁର : ଭିଜିଲାନ୍ସ ଜାଲରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର କନିଷ୍ଠ ଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକ। ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଟିମ୍‌ ଧରିଛି । ସୂଚନା ଅନୁଯାୟୀ ଜାମୁଗାଁ ପଞ୍ଚାୟତର ଜଳସରପଡ଼ା ଅଞ୍ଚଳରେ ହୋଇଥିବା ଏକ ଶ୍ମଶାନ କାର୍ଯ୍ୟ ପାଇଁ ୪ ଲକ୍ଷ ଟଙ୍କାର ବିଲ୍ କରି ଦେବାକୁ ସେ ଠିକାଦାର ପ୍ରତାପ ଚନ୍ଦ୍ର କାଣ୍ଡିଙ୍କୁ ଲାଞ୍ଚ ମାଗିଥିଲେ । ଏନେଇ ପ୍ରତାପ ଚନ୍ଦ୍ର କାଣ୍ଡି ଭିଜିଲାନ୍ସକୁ ଜଣାଇଥିଲେ। ଆଜି ନିଜ ସହଯୋଗୀ ବାପିନା ଦାସଙ୍କ ସହାୟତାରେ କନିଷ୍ଠ ଯନ୍ତ୍ରୀ ସ୍ମତି ରଞ୍ଜନ ନାୟକ ଲାଞ୍ଚ ବାବଦକୁ ୨୫ ହଜାର ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking