25.1 C
Bhubaneswar
Sunday, March 22, 2026
Homeଓଡିଶାନଦୀରେ ଭାସିଗଲେ ବୃଦ୍ଧ

ନଦୀରେ ଭାସିଗଲେ ବୃଦ୍ଧ

ବଲାଙ୍ଗୀର : ନଦୀରେ ଭାସିଗଲେ ବୃଦ୍ଧ। ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଗୁଡଭେଲା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନିଖୋଜ ବୃଦ୍ଧ ଜଣକ ହେଲେ ଗୁଡଭେଲାର ରଘୁନାଥ ରଣା । ରଘୁନାଥ ରଣା ଗତକାଲି ସକାଳେ ଗାଇ ଚରାଇବା ପାଇଁ ଯାଇଥିଲେ । ହେଲେ ସନ୍ଧ୍ୟା ସମୟରେ ଘରକୁ ଫେରିନଥିଲେ। ଏହାପରେ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ। ହେଲେ ନିରାଶ ହୋଇଥିଲେ।ଗତକାଲି କିଛି ସ୍ଥାନୀୟ ଲୋକ ରାହୁଲ ନଦୀ ବୃହତ ଉଠା ଜଳସେଚନ ନିକଟରେ ଥିବା ଗାଧୁଆ ତୁଠରେ ରଘୁନାଥଙ୍କର ଛତା ଏବଂ ଗଞ୍ଜି ପଡିଥିବା ଦେଖିବାକୁ ପାଇଥିଲେ। ରଘୁନାଥ ପାଣିରେ ଭାସି ଯାଇଥିବା ସନ୍ଦେହ କରି ଗୁଡଭେଲା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଗତକାଲି ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ବିହେଲେ ରଘୁନାଥଙ୍କର କୌଣସି ଖୋଜ୍ ଖବର ପାଇ ନ ଥିଲେ। ଆଜି ସକାଳୁ ପୁଣି ଖୋଜାଖୋଜି ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking