32.1 C
Bhubaneswar
Tuesday, April 28, 2026
Homeଓଡିଶାବର୍ଷା : ୫ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ବର୍ଷା : ୫ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଲଘୁଚାପ ବର୍ଷା। ୪୮ ଘଣ୍ଟା ଯାଏ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ତେବେ ଆଗାମୀ ୫ରୁ ୭ଦିନ ଯାଏ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେପଟେ ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଏଯାଏ ୬ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ଅନ୍ୟପଟେ ତୁହାକୁ ତୁହା ବର୍ଷା ହେବା ସଂଗେ ସଂଗେ ବିଭିନ୍ନ ସ୍ଥାନରେ ବନ୍ୟାର ପରିସ୍ଥିତି ମଧ୍ୟ ଉପୁଜିଛି। ଏହାସହିତ ତଳିଆ ଅଞ୍ଚଳରେ ପାଣି ପଶି ଲୋକେ ଜଳବନ୍ଦୀ ହୋଇଛନ୍ତି। ତେଣୁ ଏହି ବର୍ଷା ଏବେ ବିଭିନ୍ନ ସ୍ଥାନରେ ଚିନ୍ତାର କାରଣ ପାଲଟିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking