18.1 C
Bhubaneswar
Friday, February 13, 2026
Homeଅପରାଧମଦ୍ୟପ ସ୍ୱାମୀର ବର୍ବର କାଣ୍ଡ ; ସ୍ତ୍ରୀର ତଣ୍ଟି ଚିପି ମାରିଦେଲା

ମଦ୍ୟପ ସ୍ୱାମୀର ବର୍ବର କାଣ୍ଡ ; ସ୍ତ୍ରୀର ତଣ୍ଟି ଚିପି ମାରିଦେଲା

ବଲାଙ୍ଗିର : ପାରିବାରିକ କଳହର କରୁଣ ପରିଣତି। ନିଶାସକ୍ତ ବାପା ଯୋଗୁଁ ମା’ ଛେଉଣ୍ଡ ହୋଇଗଲେ ଦୁଇ ଶିଶୁ। ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ବି. ଫଟକରା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତା ମହିଳାଜଣକ ହେଲେ ମମତା ଛନ୍ଦ । ମମତାଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍‌ ତାଙ୍କ ସ୍ୱାମୀ ଅଭିଜିତ ଛନ୍ଦଙ୍କୁ ଅଟକ ରଖିଛି। ଅଭିଜିତ ଓ ମମତା ୮ ବର୍ଷ ତଳେ ବିବାହ କରିଥିଲେ। ଉଭୟଙ୍କ ଦୁଇଟି ପୁଅ ଅଛନ୍ତି । ମାତ୍ର ଅଭିଜିତ ସବୁବେଳେ ନିଶାସକ୍ତ ଅବସ୍ଥାରେ ଫେରୁଥିବା ବେଳେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଗତ ରାତିରେ ଅଭିଜିତ ନିଶାରେ ଚୁର ହୋଇ ଘରକୁ ଫେରିଥିବା ବେଳେ ମମତା ରାଗି ଯାଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ପରେ ହିତାହିତ ଜ୍ଞାନ ଭୁଲି ଅଭିଜିତ ପତ୍ନୀଙ୍କ ବେକ ଚିପି ଦେଇଥିଲେ। ଏହାପରେ ସେ ଘରୁ ଫେରାର ହୋଇ ଯାଇଥିଲେ।ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଜିତ ଛନ୍ଦଙ୍କୁ ଅଟକ ରଖି ପଚାରଉଚରା ଜାରି ରଖିଛି । ଏଥିସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking