31.1 C
Bhubaneswar
Friday, February 13, 2026
Homeଅପରାଧଯୁବକଙ୍କୁ ପିଟିପିଟି ନିର୍ମମ ହତ୍ୟା

ଯୁବକଙ୍କୁ ପିଟିପିଟି ନିର୍ମମ ହତ୍ୟା

ଜୟପୁର : ଯୁବକଙ୍କୁ ପିଟିପିଟି ନିର୍ମମ ହତ୍ୟା । ରାଜସ୍ଥାନର ବାରମେର ଜିଲ୍ଲାର ଭେରାମ ନାଗରରେ ଜଣେ ଯୁବକଙ୍କୁ ବେତରେ ପିଟିପିଟି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ବୁଧବାର ରାତିରେ ଘଟିଥିବା ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି। ଅତିରିକ୍ତ ପୁଲିସ ଅଧୀକ୍ଷକ ନାଜିମ ଅଲି ଗୁରୁବାର କହିଛନ୍ତି, ଯେ ଭେରାମ ନାଗରର ୪୫ ବର୍ଷୀୟ ଇମାମ ଖାନ ତାଙ୍କ ପଡ଼ୋଶୀ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ଏବଂ ସେ ବୁଧବାର ବିଳମ୍ବିତ ରାତିରେ ତାଙ୍କ ଘରେ ମହିଳାଙ୍କୁ ଭେଟିବାକୁ ଯାଇଥିଲେ। ଏହି ସମୟରେ ମହିଳାଙ୍କ ପରିବାର ସଦସ୍ୟ ତାଙ୍କୁ ଦେଖି ବେତରେରେ ମାଡ଼ ମାରିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଅତିରିକ୍ତ ପୁଲିସ ଅଧୀକ୍ଷକ ଶ୍ରୀ ଅଲି କହିଛନ୍ତି ଯେ ଇମାମଙ୍କ ଭାଇ ଏ ସଂପର୍କରେ ଦଶ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛନ୍ତି, ଯାହା ପରେ ୫ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ଅଧିକାରୀ ଦୀନେଶ ଲଖୱାଟ କହିଛନ୍ତି ଯେ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀଙ୍କ କିଛି ଦିନ ପୂର୍ବରୁ ମୃତ୍ୟୁ ହୋଇଥିଲା। ଲଖୱାଟଙ୍କ ଅନୁଯାୟୀ, ଦୁଇ ସନ୍ତାନର ପିତା ଇମାମ ଜଣେ ଟ୍ରକ ଡ୍ରାଇଭର ଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking