30.1 C
Bhubaneswar
Saturday, February 14, 2026
Homeଓଡିଶାଅଜଣା ଗାଡ଼ି ଧକ୍କାରେ ପରିବା ବିକାଳିଙ୍କ ମୃତ୍ୟୁ

ଅଜଣା ଗାଡ଼ି ଧକ୍କାରେ ପରିବା ବିକାଳିଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ଅଜଣା ଗାଡ଼ି ଧକ୍କାରେ ଜଣେ ପରିବା ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ସମ୍ପର୍କୀୟ ଲୋକେ କ୍ଷତିପୂରଣ ଦାବି କରି କଣ୍ଟାବାଞ୍ଜି -ପାଟଣାଗଡ଼ ଶାନ୍ତି ପେଟ୍ରୋଲ ପମ୍ପ ଠାରେ ରାସ୍ତା ଅବରୋଧ କରିଥିଲେ। ବେଲପଡା ଥାନା ମୁଣ୍ଡାପଲା ଗାଁର ପରିବା ବ୍ୟବସାୟୀ ଜଳନ୍ଧର ଦୀପ କଣ୍ଟାବାଞ୍ଜି ବଜାରକୁ ପରିବା କିଣିବାକୁ ଆସିଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ଷତି ପୂରଣ ଦାବି ନେଇ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। କଣ୍ଟାବଞ୍ଜି ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିପୂରଣ ମିଳିବ ବୋଲି କହିବା ପରେ ରାସ୍ତାରୋକ ହଟିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking