28.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶପ୍ରଥମେ ନିଶା ଓ ନିଶାନ୍ତ ଆଉ ଏବେ ଭିନେଶ; ଭାରତ ବିରୋଧରେ ଷଡ଼ଯନ୍ତ୍ର ନୁହେଁ ତ?

ପ୍ରଥମେ ନିଶା ଓ ନିଶାନ୍ତ ଆଉ ଏବେ ଭିନେଶ; ଭାରତ ବିରୋଧରେ ଷଡ଼ଯନ୍ତ୍ର ନୁହେଁ ତ?

ନୂଆଦିଲ୍ଲୀ: ଭାରତର ୨ ମହିଳା କୁସ୍ତିବିତ୍ ଭିନେଶ ଫୋଗଟ୍ ଏବଂ ନିଶା ଦହିୟାଙ୍କୁ ଯେଉଁପରି ଘଟଣାକ୍ରମେ ଖେଳରୁ ବିଦାୟ ନେବାକୁ ପଡ଼ିଛି ସେସବୁକୁ ଭଲଭାବେ ତର୍ଜମା କଲେ ଭାରତ ବିରୋଧରେ ଏକ ବୃହତ୍ ଷଡଯନ୍ତ୍ର ହୋଇଥିବା ପ୍ରତୀତ ହେଉଛି ବୋଲି ଦେଶର ଅନେକ ଖ୍ୟାତନାମା ପୂର୍ବତନ ଆଥଲେଟ୍‌ମାନେ ମତପୋଷଣ କରିଛନ୍ତି। ସେମାନଙ୍କ କହିବାନୁସାରେ ଭିନେଶ ଏବଂ ନିଶାଙ୍କ ଠାରୁ ଉଦ୍ଦେଶ୍ୟମୂଳକ ଭାବେ ପଦକ ଛଡ଼ାଇ ନିଆଯାଇଛି। କାରଣ ଭାରତର ଏହି ଦୁଇ ଝିଅ ପ୍ୟାରିସ୍ ଅଲିମ୍ପିକ୍ସରୁ ପଦକ ଜିତିବା ନିଶ୍ଚିତ କରୁଥିଲେ। ସେଥିପାଇଁ ଉଦ୍ଦେଶ୍ୟମୂଳକ ଭାବେ ସେମାନଙ୍କୁ ପ୍ରତିଯୋଗିତାରୁ ବାହାର କରାଯାଇଛି।
ଭିନେଶଙ୍କ ବାପା ରାଜପାଲ ଫୋଗାଟ୍ କହିଛନ୍ତି, ଦେଶର ରେସଲିଂ ଫେଡେରେସନ୍‌ର ପୂର୍ବତନ ସଭାପତି ବ୍ରିଜ୍‌ଭୂଷଣଙ୍କ ବିରୋଧରେ ମହିଳା କୁସ୍ତିବିତ୍‌ମାନେ ଆଣିଥିବା ଯୌନବ୍ୟଭିଚାର ଅଭିଯୋଗର ଦଣ୍ଡସ୍ୱରୂପ ଆଜି ଦେଶର ୨ ଝିଅଙ୍କୁ ଏସବୁର ଶିକାର ହେବାକୁ ପଡ଼ିଛି। ଏହି ଘଟଣା କେବଳ ରାଜନୀତି ଉପରେ ଆଧାରିତ। ତାଙ୍କ କହିବାନୁସାରେ, ମୁଣ୍ଡରେ ଥିବା କେଶ ମଧ୍ୟ ୧୦୦ ଗ୍ରାମ୍ ଓଜନ ବଢ଼ାଇଥାଏ। ଏଥିପାଇଁ ଖେଳରୁ କାହାକୁ ବାହାର କରାଯାଇନଥାଏ। ରାଜପାଲ, ଝିଅ ଭିନେଶଙ୍କ ବ୍ୟକ୍ତି ସହାୟକ କର୍ମଚାରୀଙ୍କୁ ମଧ୍ୟ ଏସବୁ ପାଇଁ ଦାୟୀ କରିଛନ୍ତି। ନ୍ୟୁଟ୍ରିସିଆନ୍ ବା ଡାଏଟିସିଆନ୍‌ଙ୍କ ଉପସ୍ଥିତିରେ ଗୋଟିଏ ଦିନ ପୂର୍ବରୁ କିପରି ଭିନେଶଙ୍କ ଓଜନ ବଢ଼ିଗଲା ବୋଲି ରାଜପାଲ ପ୍ରଶ୍ନ କରିଛନ୍ତି। ସେ ଏସବୁ ପାଇଁ ପୂର୍ବତନ ଭାରତୀୟ ରେସଲିଂ ଆସୋସିଏସନ୍ ସଭାପତି ବ୍ରିଜ ଭୂଷଣଙ୍କ ନାମ ମଧ୍ୟ ଉଠାଇ କହିଛନ୍ତି, ଭିନେଶଙ୍କୁ ବହିଷ୍କାର କରିବାରେ ବ୍ରିଜଭୂଷଣଙ୍କ ହାତ ରହିଛି ବୋଲି କହିଛନ୍ତି।
ଭିନେଶଙ୍କ ପୂର୍ବରୁ ନିଶା ଦହିୟା ମଧ୍ୟ କୁସ୍ତିରେ ଭାରତ ପାଇଁ ପ୍ରଥମ ପଦକ ଜିତିବାକୁ ଯାଉଥିଲେ। କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ନିଶା ଏକ ସହଜ ବିଜୟ ଆଡକୁ ଗତି କରୁଥିଲେ। କିନ୍ତୁ ପରେ ସେ ଆହତ ହୋଇଥିଲେ। ଦ୍ୱିତୀୟ ରାଉଣ୍ଡରେ ପ୍ରତିପକ୍ଷଙ୍କ ଆଟାକ୍‌ରେ ନିଶାଙ୍କ କାନ୍ଧ ହାଡ଼ ଭାଙ୍ଗିଯାଇଥିଲା। ଯେଉଁଥିପାଇଁ ସେ ପ୍ରତିପକ୍ଷଙ୍କ ପାଖରେ ପରାଜିତ ହେବାକୁ ବାଧ୍ୟ ହୋଇଥିଲେ। ମ୍ୟାଚ୍‌ରେ ୮-୧ ପଏଣ୍ଟରେ ଆଗୁଆ ଥିବା ନିଶା ଦହିୟା ଶେଷ ରାଉଣ୍ଡ ବେଳକୁ ୧୦-୮ ପଏଣ୍ଟରେ ପରାସ୍ତ ହେବା ନିଶ୍ଚିତ ଭାବେ ସନ୍ଦେହଜନକ। ଏହି ଘଟଣା ପରେ ଭାରତୀୟ କୁସ୍ତି ଜାତୀୟ ପ୍ରଶିକ୍ଷକ ବିରେନ୍ଦ୍ର ଦହିୟା କହିଛନ୍ତି ଉତ୍ତର କୋରିଆର କୁସ୍ତି ଯୋଦ୍ଧା ସୋଲ ଗୁମ୍‌ଙ୍କୁ ନିଶାଙ୍କୁ ଆଘାତ ଦେବା ପାଇଁ ତାଙ୍କ କର୍ଣ୍ଣରରୁ ସଙ୍କେତ ଦିଆଯାଇଥିଲା। ଏହି ଦୁଇଜଣଙ୍କ ବ୍ୟତୀତ ଭାରତୀୟ ପୁରୁଷ ରେସଲର ନିଶାନ୍ତ ଦେବଙ୍କ ସହ ବକ୍ସିଂରେ ମଧ୍ୟ ବିବାଦୀୟ ଘଟଣା ଘଟିଥିଲା। ବାସ୍ତବରେ ନିଶାନ୍ତ ତାଙ୍କ କ୍ୱାର୍ଟର ଫାଇନାଲ ମ୍ୟାଚର ପ୍ରଥମ ଦୁଇଟି ରାଉଣ୍ଡରେ ଅଗ୍ରଣୀ ଥିଲେ, କିନ୍ତୁ ତୃତୀୟ ରାଉଣ୍ଡ ଏକପାଖିଆ ନ ଥିଲେ ମଧ୍ୟ ବିଚାରପତିମାନେ ମେକ୍ସିକାନ୍ ବକ୍ସରଙ୍କୁ ବିଜେତା ଘୋଷଣା କରିଥିଲେ।
ପ୍ରକାଶ, ୫୦ କେଜି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ତାଲିକାଭୁକ୍ତ ହୋଇଥିବା ଭିନେଶ ଠିକ୍ ଫାଇନାଲ ମ୍ୟାଚ୍ ପୂର୍ବରୁ ୧୦୦ ଗ୍ରାମ୍ ଅତିରିକ୍ତ ଓଜନର ଅଧିକାରୀ ହୋଇଥିବା ଜଣାପଡିଥିଲେ। ଅଲିମ୍ପିକ୍ସ ଆୟୋଜକଙ୍କୁ ଏହି ୧୦୦ ଗ୍ରାମ ଓଜନ ହ୍ରାସ ପାଇଁ ଭିନେଶଙ୍କ ଟିମ୍ ପକ୍ଷରୁ ଅନୁରୋଧ କରାଯାଇଥିଲେ ମଧ୍ୟ ଆୟୋଜକ ଶୁଣିନଥିଲେ ଏବଂ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ସେମିଫାଇନାଲ ଜିତି ଫାଇନାଲକୁ ଉନ୍ନୀତ ହୋଇଥିବା ଭିନେଶ ଏହି ଘଟଣାକୁ ନେଇ ଭାଙ୍ଗିପଡିଛନ୍ତି। ଭିନେଶଙ୍କ ବଡ଼ ଭଉଣୀ ତଥା ପୂର୍ବତନ ମହିଳା କୁସ୍ତିବିତ୍ ବବିତା ଫୋଗଟ୍ ମଧ୍ୟ ତାଙ୍କ ଭଉଣୀ ଭିନେଶ ତଥା ନିଶା ଦହିୟାଙ୍କ ସହ ଅନ୍ୟାୟ ହୋଇଥିବା ଅଭିଯୋଗ କରିଛନ୍ତି। ଏସବୁ ମଧ୍ୟରେ ଏବେ ଅଲିମ୍ପିକ୍ସରେ ଏପ୍ରକାର ଘଟଣା ବିରୋଧରେ ଭାରତରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ନେଇ ଦାବି ଜୋର ଧରିବାରେ ଲାଗିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking