18.1 C
Bhubaneswar
Monday, November 25, 2024
Homeଖେଳପଦକ ନପାଇ ବି ଚାମ୍ପିଅନ ଭିନେଶ ; ତାଙ୍କ ପାଇଁ ସାରା ଦେଶ ସ୍ତବ୍ଧ

ପଦକ ନପାଇ ବି ଚାମ୍ପିଅନ ଭିନେଶ ; ତାଙ୍କ ପାଇଁ ସାରା ଦେଶ ସ୍ତବ୍ଧ

ପ୍ୟାରିସ : ମଙ୍ଗଳବାର ରାତିରେ ସାରା ଦେଶ ଯେମିତି ଖୁସିରେ ଆତ୍ମବିଭୋର ହୋଇ ସୁଖ ନିଦ୍ରା ଯାଇଥୁଲା, ହଠାତ ଆଜି ପୂର୍ବାହ୍ନରେ ଧାଡ଼ିକିଆ ବ୍ରେଙ୍କି ନ୍ୟୁଜ୍ ସମସ୍ତଙ୍କୁ ସ୍ତନ୍ତ୍ର କରି ଦେଇଥିଲା। ଯାହା ଥିଲା ଅବିଶ୍ଵସନୀୟ, କଳ୍ପନାର ବାହାରେ । ରୌପ୍ୟ ପକ୍କା, କିନ୍ତୁ ସ୍ପର୍ଶକୁ ରହିଥିଲା ଆଶା। ତେଣୁ ସହଜରେ କେହି କଥାଟିକୁ ଗ୍ରହଣ କରିପାରୁ ନଥିଲେ। ମାତ୍ର ୧୦୦ ଗ୍ରାମ୍ ଓଜନ ଅଧିକ ପାଇଁ ମହିଳା କୁସ୍ତି ଫାଇନାଲରେ ପ୍ରବେଶ କରିଥିବା ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହୋଇଥିଲେ। ସେ ଫାଇନାଲ ଖେଳି ପାରିବେ ନାହିଁ । ତାଙ୍କୁ କୌଣସି ପଦକ ବି ମିଳିବ ନାହିଁ । ଅଲିମ୍ପିକ୍ସ ଆୟୋଜକଙ୍କ ପକ୍ଷରୁ ଏନେଇ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଥିଲା ଯେ, ଭିନେଶ ଓକନରେ ବିଫଳ ହୋଇଛନ୍ତି । ସେ ଫାଇନାଲ ଖେଳି ପାରିବେ ନାହିଁ। ଭିନେଶଙ୍କ ସ୍ଥାନରେ ସେମିରେ ତାଙ୍କ ଠାରୁ ପରଜିତ ହୋଇଥିବା ଗୁଜମାନ ଲୋପେଳ ଫାଇନାଲ ଖେଳିବେ। ରିନେଶ ମହିଳା ୫୦ କିଲୋ ଫ୍ରାଷ୍ଟାଇଲର ଫାଇନାଲରେ ପ୍ରବେଶ କରିଥିଲେ । ଗତକାଲି ସକାଳେ ସେ ଓଜନ ଏବଂ ମେଡିକାଲ୍ ଟେଷ୍ଟ ଦେଇଥିଲେ। ୫୦ କିଲୋଗୁ ସେ ମାତ୍ର ୫୦ ଗ୍ରାମ୍ କମ୍ ରହିଥିଲେ। ଦିନ ସାରା ୩ଟି ମ୍ୟାଚ୍ ଖେଳି ଶେଷରେ ଫାଇନାଲରେ ପ୍ରବେଶ କରିଥିଲେ। ପ୍ରଥମ ଭାରତୀୟ ମହିଳା ଭାବେ ଭିନେଶ କୁସ୍ତି ଫାଇନାଲକୁ ଉନ୍ନୀତ ହୋଇ ଇତିହାସ ରଚିଥିଲେ। ସେମି ଫାଇନାଲ ପରେ ତାଙ୍କର ଓଜନ ୨ କିଲୋ ୭୦୦ ଗ୍ରାମ୍ ବୃଦ୍ଧି ପାଇଥିଲା । ଓଜନ କମାଇବା ନେଇ ସାରା ରାତି ଭିନେଶ ଏବଂ ତାଙ୍କ ଟିମ୍ ବହୁ ପ୍ରୟାସ କରିଥିଲେ। କିନ୍ତୁ ପୂରା ସଫଳ ହୋଇନଥିଲେ । ଆଜି ସକାଳେ ଭିନେଶଙ୍କର ଓଜନ ଓ ମେଡିକାଲ ଟେଷ୍ଟ ହୋଇଥିଲା। ୫୦ କିଲୋରୁ ତାଙ୍କର ଓଜନ ଅଧିକ ୧୦୦ ଗ୍ରାମ୍ ହେବା ପରେ ସେ ଓଭରୱେଟ (ଅଧିକ ଓଜନ) ପାଇଁ ଅଯୋଗ୍ୟ ଘୋଷିତ ହୋଇଥିଲେ। ଦେହ ଅଧୂକ ଶୁଷ୍କ ହୋଇଯାଇଥିବାରୁ ଭିନେଶ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ତାଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇ ଥିଲା।
କ’ଣ ରହିଛି ନିୟମ ?
ଅନ୍ତର୍ଜାତୀୟ କୁସ୍ତି ନିୟମ ଅନୁସାରେ, ପ୍ରତିଯୋଗିତା ଦିନ ସକାଳେ ପ୍ରତିଯୋଗୀ ମାନଙ୍କୁ ଓଜନ କରାଯାଏ। ଯିଏ ଯେଉଁ ଓଜନ ବର୍ଗରେ ପ୍ରତିଦ୍ଵଦ୍ୱିତା କରିବେ ସେ ସେତିକି ଓଜନ ବା ତା’ ଠାରୁ କମ ଓଜନ ରହିବେ। ଯଦି ଓଜନ ଅଧିକ ହୁଏ ତେବେ ସେହି ପ୍ରତିଯୋଗୀ ଅଯୋଗ୍ୟ ଘୋଷିତ ହେବେ। ଓଜନ ପରେ ସେମାନଙ୍କର ମେଡିକାଲ ଟେଷ୍ଟ କରାଯାଇଥାଏ। ସବୁ ଠିକ୍ ଠାକ୍ ରହିଲେ ଖେଳାଳିଙ୍କୁ ଖେଳିବାକୁ ଅନୁମତି ମିଳିଥାଏ। ଯେଉଁ କ୍ରୀଡ଼ାବିତ ଫାଇନାଲ ଏବଂ ରିପିଚେଜ ରାଉଣ୍ଡକୁ ଉନ୍ନୀତ ହେବେ ସେମାନଙ୍କୁ ପୁଣି ଥରେ ଦ୍ଵିତୀୟ ଦିନ ସକାଳେ ଓଜନ ଏବଂ ମେଡିକାଲ ଟେଷ୍ଟ କରାଯାଇଥାଏ। ପ୍ରତିଯୋଗୀ ମାନଙ୍କର ଶାରୀରିକ ସୁସ୍ଥତା ଠିକ୍ ରହିବା ଆବଶ୍ୟକ। ସେମିତି ନଖ ଠିକ୍ ଭାବରେ କଟାଯାଇଥିବା ଦରକାର। ଏହା ବ୍ୟତୀତ ଅନ୍ୟାନ୍ୟ ନିୟମ ମଧ୍ୟ ରହିଛି। ତେଣୁ ମଙ୍ଗଳବାର ସକାଳେ ଭିନେଶ ଓଜନ ଏବଂ ମେଡିକାଲ ଟେଷ୍ଟରେ ଉତ୍ତୀର୍ଣ ହେବା ପରେ ମ୍ୟାଚ୍ ଖେଳିଥିଲେ। ସେ ୫୦ କିଲୋ ଓଜନରେ ଲଢ଼େଇ କରିଥିଲେ। ତାଙ୍କ ଓଜନ ୪୯ କିଲୋ ୯୫୦ ଗ୍ରାମ ରହିଥିଲା। ପ୍ରି-କ୍ୱାର୍ଟର ଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ ଜାପାନର ୟୁଇ ସୁସାକିଙ୍କୁ ୩-୨ରେ ପରାଜିତ କରି ଭିନେଶ କ୍ୱାର୍ଟରରେ ପ୍ରବେଶ କରିଥିଲେ। )। ସେମିତି କ୍ୱାର୍ଟରରେ ୟୁକ୍ରେନର ଓକସାନା ଲିଭାଚଙ୍କୁ ବିଭାନଙ୍କୁ ୭-୫ରେ ପରାସ୍ତ କରିଥ କରିଥିଲେ। ସେମିରେ ୟୁକ୍ରେନର ଗୁଜମାନ ଲୋପେଜ ଲାପେଜଙ୍କୁ ୫-୦ରେ ପରାଜିତ କରି ପ୍ରଥମ ଭାରତୀୟ ମହିଳା ଭାବେ ଫାଇନାଲକୁ ଉନ୍ନୀତ ହୋଇ ରୌପ୍ୟ ପକ୍କା କରିଥିଲେ।
କାଳ ହେଲା ଖାଦ୍ୟ ସାରଣୀ :
ବୁଧବାର ସକାଳେ ଏହି ଖବର ପ୍ରସାରିତ ହେବା ପରେ ପ୍ରଶଂସକମାନେ ଏହାକୁ ଆଦୌ ହଜମ କରି ପାରି ନଥିଲେ। ସମସ୍ତଙ୍କ ମନ ଦୁଃଖରେ ଭରି ଯାଇଥିଲା। କ୍ଷୁବ୍ଧ ପ୍ରଶଂସକମାନେ ଭିନେଶ ଅଯୋଗ୍ୟ ହେବାର କାରଣ ଖୋଜିବା ଆରମ୍ଭ କରିଥିଲେ। ନାନା କଳ୍କନା ଜଳ୍ପନା ପରେ ପ୍ୟାରିସ୍‌ରେ ଥିବା ଭାରତୀୟ ଦଳର ମୁଖ୍ୟ ‌ମେଡିକାଲ୍‌ ଅଫିସର୍‌ ଡାକ୍ତର ଦିନସ ପାର୍ଡିୱାଲା ଏହା ଉପରେ କିଛିଟା ପରଦା ଉଠାଇଥିଲେ। ସେ କହିଛନ୍ତି, ପ୍ରତିପକ୍ଷ ଖେଳାଳିଙ୍କଠାରୁ ଲାଭ ଉଠାଇବା ଲାଗି କୁସ୍ତି ଖେଳାଳିମାନେ ସାଧାରଣତଃ ନିଜ ସ୍ବାଭାବିକ ଓଜନଠାରୁ କମ୍ ଓଜନ ବର୍ଗରେ ଅଂଶଗ୍ରହଣ କରିଥା’ନ୍ତି। ତେବେ ଓଜନ ସ୍ଥିର ରଖିବା ଲାଗି ସେମାନଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଥାଏ। ଯଦି କିଛି ଗ୍ରାମ୍ ଓଜନ ବଢ଼ିଯାଏ, ତାହେଲେ ପ୍ରବଳ ଝାଳ ବୁହାଇବା, ସୌନା ବାଥ୍‌ ନେବା ଓ କଠିନ ବ୍ୟାୟାମ କରିବା ଦ୍ବାରା ଓଜନ ହ୍ରାସ କରାଯାଇଥାଏ। କିନ୍ତୁ ଏହାଦ୍ବାରା ଶରୀରରେ ଦୁର୍ବଳତା ଆସିବା ସହ ଶରୀରର ଉର୍ଜା ମଧ୍ୟ ହ୍ରାସ ପାଇଯାଏ। ଏହାକୁ ଏଡ଼ାଇବା ପାଇଁ ‌ଏବଂ ଉର୍ଜାକୁ ସଂରକ୍ଷିତ ରଖିବା ପାଇଁ ଅଳ୍ପ କିଛି ପାଣି ଓ ଅଧିକ ‌ଶକ୍ତି ଯୋଗାଉଥିବା ଖାଦ୍ୟ ଖାଇବାକୁ ଦିଆଯାଇଥାଏ। ଓଜନ ମପାଯିବା ପର୍ଯ୍ୟାୟ ଶେଷ ହେବା ପରେ ଏହା କରାଯାଇଥାଏ। ସେହି ଅନୁସାରେ ଭିନେଶଙ୍କ ନ୍ୟୁଟ୍ରିସନିଷ୍ଟ ମଧ୍ୟ ତାଙ୍କ ପାଇଁ ୧.୫ କିଲୋଗ୍ରାମ୍‌ର ପୁଷ୍ଟିକର ଖାଦ୍ୟର ଯୋଜନା କରିଥିଲେ। ଲଢ଼େଇ ଆରମ୍ଭ ହେବାର ୨୪ ଘଣ୍ଟା ଭିତରେ ଏହି ଖାଦ୍ୟ ଦିଆଯିବାକୁ ଯୋଜନା ଥିଲା। ଏହାଭିତରେ ଓଜନ ବଢ଼ିଯିବା ନେଇ ଭୟ ମଧ୍ୟ ରହୁଥିଲା। ମଙ୍ଗଳବାର ତିନିଟି ବାଉଟ୍‌ ଜିତିବା ପରେ ବି ଭିନେଶଙ୍କ ଓଜନ ସ୍ବାଭାବିକ୍‌ଠୁ ଅଧିକ ଥିଲା। ତେଣୁ ଓଜନ ମପାଯିବା ପୂର୍ବରୁ ତାଙ୍କୁ ଜଳଶୁସ୍କତାରୁ ରକ୍ଷା କରିବା ପାଇଁ କିଛି ପାଣି ଦିଆଯାଇ ଓଜନ ହ୍ରାସ ପାଇଁ ପ୍ରୟାସ କରାଯାଇଥିଲା। କିନ୍ତୁ ଶତଚେଷ୍ଟା ସତ୍ତ୍ବେ ଫାଇନାଲ୍‌ ଦିନ ସକାଳେ ତାଙ୍କ ଓଜନ ୧୦୦ ଗ୍ରାମ୍‌ ଅଧିକ ରହିଥିଲା। ତାଙ୍କ ଓଜନ କମ୍‌ କରିବା ପାଇଁ ଚୁଟି କଟାଯିବା ସହ ପୋଷାକ ମଧ୍ୟ କମ୍‌ କରାଯାଇଥିଲା। ଏସବୁ ସତ୍ତ୍ବେ ତାଙ୍କ ଓଜନ ଧାର୍ଯ୍ୟ ଓଜନଠୁ ଅଧିକ ରହିଥିଲା।
ସାରା ରାତି କରିଥିଲେ କଠିନ ପରିଶ୍ରମ…
ସେମି ଫାଇନାଲ ପରେ ସନ୍ଧ୍ୟାରେ ଭିନେଶଙ୍କ ଓଜନ ୨ କିଲୋ ୭୦୦ ଗ୍ରାମ ବଢ଼ି ଯାଇଥିବା ଜଣା ପଡ଼ିଥିଲା । ସେତେବେଳକୁ ସେ ୩ଟି ମ୍ୟାଚ୍ ଖେଳି ସାରି ଏକ ପ୍ରକାର କ୍ଳାନ୍ତ ହୋଇ ପଡ଼ିଥିଲେ । ତଥାପି ଓଜନ ହ୍ରାସ କରିବା ନେଇ ଡାକ୍ତର ଓ ଭିଜିଓଙ୍କ ପରାମର୍ଶ ଅନୁସାରେ ସାରା ରାତି ଅନିଦ୍ରା ରହି ବ୍ୟାୟାମ କରିଥିଲେ । ଭାରତୀୟ ଅଲିମ୍ପିକ୍ସ ସଂଘ ସଭାପତି ପିଟି ଉଷା ଏବଂ ଭାରତୀୟ ଦଳର ମେଡି କାଲ ଅଫିସର ଡାକ୍ତର ଦିନଶୋ ପରଦିଓ୍ୱାଲା କହି ଛତି, ‘ସେମି ଫାଇନାଲ ମ୍ୟାଚ୍ ଶେଷ ହେବାପରେ ଭିନେଶଙ୍କ ଓଜନ ୨ କିଲୋ ୭୦୦ ଗ୍ରାମ ବଢ଼ିଯାଇ ଥିଲା । ଆମ ମେଡିକାଲ ଟିମ୍ ଏବଂ ତାଙ୍କ କୋଚ୍ ସ୍ବାଭବିକ ଭାବେ ତାଙ୍କ ଓଜନ ହ୍ରାସ ନେଇ କାର୍ଯ୍ୟ ଆରମ୍ଭ କରିଥିଲେ। ଖାଦ୍ୟ ଓ ପାଣି ଉପରେ ନିୟନ୍ତ୍ରଣ କରାଯାଇଥିଲା। ଦେହରୁ ଅଧିକ ଝାଳ ବୁହାଇବା ପାଇଁ ବିଭିନ୍ନ ବ୍ୟାୟାମ କରାଯାଇଥିଲା। ସେମିତି ବାଷ୍ପ ଓ ଗରମ କୋଠରୀରେ ରଖ୍ ତାଙ୍କ ଝାଳ ବାହାର କରାଯାଇଥିଲା। କ୍ରୀଡ଼ା ବିଜ୍ଞାନ ଦ୍ବାରା ଯାହା ସମ୍ଭବ ସବୁ କିଛି କରାଯାଇଥିଲା। ୧୨ ଘଣ୍ଟା ମଧ୍ୟରେ ଯାହା ସମ୍ଭବ ତାହା କରିଥିଲୁ। ଶେଷରେ ତାଙ୍କ ଚୁଟି କାଟି ଦେଇଥୁଲୁ । ଯଦି ଆମ ପାଖରେ ଆଉ କିଛି ସମୟ ରହିଥାନ୍ତା, ତେବେ ହୁଏତ ଆଉ ୧୦୦ ଗ୍ରାମ ଓଜନ କମାଇ ପାରିଥାନ୍ତୁ।’
ଭିନେଶଙ୍କ ସଂଘର୍ଷ :
ଭିନେଶଙ୍କ ଅଲିମ୍ପିକ୍‌ ଅଭିଯାନ ଆରମ୍ଭ ହୋଇଥିଲା ଯନ୍ତ୍ରଣା ଓ ଲୁହରୁ। ପ୍ରଥମ ଥର ରିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ ବି ପଦକର ପ୍ରବଳ ଦାବିଦାର ଥିଲେ। ପ୍ରଥମରୁ ୧୧-୦ରେ ସ୍କୋର ଆରମ୍ଭ କରି ଅଲିମ୍ପିକ୍‌ ଯାତ୍ରା ମଧ୍ୟ ଚମତ୍କାର ଥିଲା। କିନ୍ତୁ ଚୀନ୍‌ର ସନ୍‌ ୟାନନ୍‌ଙ୍କ ସହିତ କ୍ବାର୍ଟରଫାଇନାଲ୍‌ ମୁକାବିଲା ସମୟରେ ସେ ଗୁରୁତର ଆଘାତ ପାଇଥିଲେ। ଖେଳ ଚାଲିଥିବା ସମୟରେ ପ୍ରତିପକ୍ଷ ଖେଳାଳି ଅଜାଣତରେ ଭିନେଶଙ୍କ ଗୋଡ଼ ଉପରେ ପଡ଼ିଯିବାରୁ ସେ ପ୍ରବଳ ଯନ୍ତ୍ରଣା ପାଇଥିଲେ। ଯେଉଁଥିପାଇଁ ତାଙ୍କୁ ମ୍ୟାଟ୍‌ରୁ ଷ୍ଟ୍ରେଚରରେ ମେଡିକାଲ୍‌ ନେବାକୁ ପଡ଼ିଥିଲା। ବାଧ୍ୟ ହୋଇ ସେ ପ୍ରତିଦ୍ବନ୍ଦ୍ବିତାରୁ ଓହରିଯାଇଥିଲେ। ତାଙ୍କ ଡାହାଣ ଆଣ୍ଠୁର ଲିଗାମେଣ୍ଟ ଛିଣ୍ଡିଯାଇଥିବାରୁ ସର୍ଜରି କରିବାକୁ ପଡ଼ିଥିଲା। ସର୍ଜରି ପରେ ତାଙ୍କୁ ସୁସ୍ଥ ହେବା ପାଇଁ ୫ ମାସ ସମୟ ଲାଗିଯାଇଥିଲା। ୨୦୧୮ ପରେ ସେ ପୁଣି ଥରେ କୁସ୍ତି ଆଖଡ଼ାକୁ ଫେରିଥିଲେ।
ଟୋକିଓ ଅଲିମ୍ପିକ୍ସରେ ଦ୍ବିତୀୟ ଥର ସୁଯୋଗ ମିଳିଥିଲା ବେଳେ ଏଥର ମହିଳା ୫୩ କେଜି ବର୍ଗରେ ସେ ଟପ୍‌ ସିଡ୍‌ ଥିଲେ। ପ୍ରଥମ ମ୍ୟାଚ୍‌ରେ ରିଓ ଅଲିମ୍ପିକ୍ସର କାଂସ୍ୟ ପଦକ ବିଜେତା ସ୍ବିଡେନ୍‌ର ସୋଫିଆ ମାଟ୍‌ସନ୍‌ଙ୍କ ବିପକ୍ଷରେ ବିଜୟୀ ହୋଇ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ କ୍ବାର୍ଟରଫାଇନାଲ୍‌ରେ ବେଲାରୁଷର ଭାନେସା କାଲାଦଜିନ୍ସକାୟାଙ୍କଠାରୁ ସେ ସହଜରେ ପରାଜିତ ହୋଇଥିଲେ। ଏହି ପରାଜୟ ପରେ ଭାରତୀୟ କୁସ୍ତି ମହାସଂଘ (ଡବ୍‌ଲୁଏଫ୍‌ଆଇ) ତାଙ୍କୁ ନିଲମ୍ବନ କରିବା ସହ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା। ପ‌ରବର୍ତ୍ତୀ ସମୟରେ ସେଇ ନିଲମ୍ବନ ପ୍ରତ୍ୟାହୃତ ହୋଇଥିଲା।
୨୦୨୧ ବିଶ୍ବ ଚାମ୍ପିଅନ୍‌ସିପ୍‌ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇବାକୁ ଭିନେଶ ଜାତୀୟ ଚୟନ ଶିବିରରେ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। କିନ୍ତୁ ପ୍ରତିଯୋଗିତା ଅଧାରୁ ତାଙ୍କୁ ଓହରିଯିବାକୁ ପଡ଼ିଥିଲା। କିଛି ଦିନ ପରେ ତାଙ୍କ କହୁଣୀରେ ଅସ୍ତ୍ରୋପଚାର କରାଯାଇଥିଲା। ଏହା ଉପରେ ଭିନେଶ ସାମାଜିକ ଗଣମାଧ୍ୟମରେ ମଧ୍ୟ ଏକ ଭାବବିହ୍ବଳ ପୋଷ୍ଟ୍‌ କରିଥିଲେ। ସେ ଲେଖିଥିଲେ ‘କହୁଣୀରେ ଅସ୍ତ୍ରୋପଚାର ଶେଷ ହେଲା। କେତେଥର ମୁଁ ପଡୁଥିବି ତାହାର କିଛି ମାନେ ନାହିଁ, ମୁଁ ନିଶ୍ଚୟ ଉଠିବି।’ ଏହି ଅସମୟରୁ ସେ ବାହାରବା ସହ ୨୦୨୨ରେ କୁସ୍ତି ମ୍ୟାଟ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ବେଲ୍‌ଗ୍ରେଡ୍‌ରେ ହୋଇଥିବା ବିଶ୍ବ କୁସ୍ତି ଚାମ୍ପିଅନ୍‌ସିପ୍‌ରେ କାଂସ୍ୟ ପଦକ ଜିତିଥିଲେ। ପରେ ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ସ୍ବର୍ଣ୍ଣ ପଦକ ପାଇଥିଲେ। ହେଲେ ୨୦୨୩ ଜୁନ୍‌ରେ ପୁଣି ଥରେ ତାଙ୍କର ଆଉ ଏକ କହୁଣୀରେ ଅସ୍ତ୍ରୋପଚାର ହୋଇଥିଲା।
ହାଙ୍ଗଝୌ ଏସୀୟ କ୍ରୀଡ଼ା ପାଇଁ ଭିନେଶ ପ୍ରସ୍ତୁତ ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଅଗଷ୍ଟ ମାସରେ ଅଭ୍ୟାସ କରୁଥିବା ବେଳେ ବାମ ଗୋଡ଼ର ଆଣ୍ଠୁରେ ସେ ଆଘାତ ପାଇଥିଲେ। ପରୀକ୍ଷାରୁ ଜଣାପଡ଼ିଥିଲା ଯେ, ଏସିଏଲ୍‌ ଲିଗାମେଣ୍ଟ ସଂପୂର୍ଣ୍ଣ ଭାବେ ଛିଣ୍ଡି ଯାଇଥିଲା ବେଳେ ଏଲ୍‌ସିଏଲ୍‌ ଲିଗାମେଣ୍ଟ ଅଧା ଛିଣ୍ଡିଯାଇଥିଲା। ତେଣୁ ସୁସ୍ଥ ହେବା ପାଇଁ ସର୍ଜରି ହିଁ ଏକମାତ୍ର ବିକଳ୍ପ ଥିଲା। ଏଥିପାଇଁ ତାଙ୍କୁ ପଦକ ହାତଛଡ଼ା କରିବାକୁ ପଡୁଥିବାରୁ ଏକ ଭାବବିହ୍ବଳ ପୋଷ୍ଟ୍‌ରେ ସେ ସ୍ବପ୍ନ ଭାଙ୍ଗିଯାଇଥିବା ଲେଖିବା ସହ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ସେ ପାଇଥିବା ସ୍ବର୍ଣ୍ଣ ପଦକକୁ ଏଥର ଅଂଶଗ୍ରହଣ କରିପାରୁ ନଥିବାରୁ ହାତଛଡ଼ା ହେଲା ବୋଲି ଲେଖିଥିଲେ।
ପିଲା ଦିନରୁ ବାପାଙ୍କୁ ହରାଇଥିଲେ :
ଗୀତା ଫୋଗଟଙ୍କ ବାପା ହେଲେ ମହାବୀର ସିଂ ପେ ଫୋଗାଟ। ମହାବୀରଙ୍କ ଭାଇ ହେଲେ ରାଜପାଲ। ପ୍ରି ୟଙ୍କା ଓ ଭିନେଶ ହେଉଛନ୍ତି ରାଜପାଲଙ୍କ ଝିଅ । ଉଭୟ ଜନ୍ମ ହେବା ପରେ ରାଜପାଲଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ମହାବୀର ପ୍ରିୟଙ୍କା ଓ ଭିନେଶଙ୍କୁ ନିଜ ଝିଅ କରି ନେଇଥିଲେ। ତେଣୁ ଗୀତାଙ୍କୁ ନେଇ ତାଙ୍କର ସମୁ ଦାୟ ୬ ଜଣ ଝିଅ (ବବିତା, ପ୍ରିୟଙ୍କା, ରିତୁ, ଭିନେଶ ଓ ସଂଗୀତ ) ।
ବଡ଼ ବାପା ମହାବୀର କୋଚ୍
ଅନ୍ୟ ଝିଅମାନଙ୍କ ଭଳି ମହାବୀର ଭିନେଶଙ୍କୁ ମଧ୍ୟ କୁସ୍ତିରେ ସାମିଲ କରି ପ୍ରଶିକ୍ଷଣ ଦେଇଥିଲେ। ଗୀତା, ବବିତ ଓ ଭିନେଶ ପୂର୍ବରୁ ବିଶ୍ଵ ଚାମ୍ପିଅନସିପ୍‌ରେ ପଦକ ଜିତିଥିଲେ। ମାତ୍ର କେହି ଅଲିମ୍ପିକ୍ସ ପଦକ ପାଇଥିଲେ। ଭିନେଶ ଫାଇନାଲ୍‌କୁ ଯାଇଥିଲେ ବି ଶେଷରେ ନିରାଶ ହୋଇଛନ୍ତି।
ଟୋକିଓରେ ବାସନ୍ଦ ହୋଇଥିଲେ
ଭିନେଶ ଟୋକିଓ ଅଲିମ୍ପିକ୍ସରେ ବିଶୃଙ୍ଖଳିତ ଆଚରଣ ପାଇଁ ଭାରତୀୟ କୁସ୍ତି ସଂଘ (ଡବ୍ଲ୍ୟୁଏଫ୍ ଇ) ଦ୍ବାରା ବାସନ୍ଦ ହୋଇଥିଲେ। ସେ କ୍ରୀଡ଼ା ଗ୍ରାମରେ ନିଜ ସାଥ୍‌ ମାନଙ୍କ ଅଭ୍ୟାସ କରିବାକୁ ମନା କରିଥିଲେ ଲେ ଏବଂ ଅଫିସିଆଲ କିଟ୍ ମଧ୍ଯ ବ୍ୟବହାର କରୁ ନଥିଲେ । ବିରୋଧରେ ଫ୍‌ଆଇ ତାଙ୍କ ବିରୋଧ ତେଣୁ ଡବ୍ଲ୍ୟୁଏଫ୍‌ଆ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking