ଭୁବନେଶ୍ୱର: ରାଜ୍ୟରେ ଛତୁ ଫୁଟିଲା ଭଳି ମାଳ ମାଳ କୋଚିଂ ସେଣ୍ଟର ଖୋଲା ଯାଇଛି । ସୁରକ୍ଷା ବ୍ୟବସ୍ଥା ଥାଉ ନଥାଉ, ସକାଳୁ ରାତି ପର୍ଯ୍ୟନ୍ତ, କିଏ ପାଠ ପଢାଉଛି ତାର ଠିକଣା ନାହିଁ । ଏପରି ବେଧଡ଼କ ଭାବେ ପୁରା ଦିନ ଦ୍ୱିପ୍ରହରେ ପାଠ ପଢ଼ାକୁ ଏକ ପଣ୍ୟ ଦ୍ରବ୍ୟ ସଦୃଶ କିଣା ବିକା ଚାଲିଛି । ରାଜ୍ୟରେ ଏହି କୋଚିଂ ସେଣ୍ଟର ମାନଙ୍କ ପାଇଁ କୌଣସି ସ୍ୱତନ୍ତ୍ର ନିୟମ ନାହିଁ । ପିଲାଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଭଲ ନମ୍ବର ରଖାଇଦେବାର ଏକ ସୁନେଲି ସ୍ୱପ୍ନ ଦେଖାଇ ହଜାର ହଜାର ପିଲାଙ୍କୁ କିଛି ପ୍ରଚାର ସର୍ବସ୍ୱ ନାମକରା କୋଚିଂ ସେଣ୍ଟର ଲୁଟି ଚାଲିଛନ୍ତି । ଭଲ ନମ୍ବର ରଖିଥିବା ଗୋଟିଏ ପିଲାର ଫଟୋକୁ ଖବର କାଗଜ ଓ ଟିଭି ରେ ୍ୱିବିଜ୍ଞାପନରେ ଏକାଧିକ ଅନୁଷ୍ଠାନ ପ୍ରଚାର ପାଇଁ ବ୍ୟବହାର କରିଥିବାର ନଜିର ମଧ୍ୟ ରହିଛି । ଅଭିଭାବକ ନିଜର ପିଲାର କାଳେ ଭଲ ହେବ ଏହି ପ୍ରରୋଚନାରେ ପଡି କୋଚିଂ ସେଣ୍ଟର ମାନଙ୍କ ଶୋଷଣର ଶିକାର ହେଉଥିବା ମାଳ ମାଳ ଅଭିଯୋଗ ଆସୁଛି । ସେହି ସବୁ କୋଚିଂ ସେଣ୍ଟର ପିଲା ବସିବା ଭଳି ହୋଇଛି ନା ନାହିଁ, ପର୍ଯ୍ୟକ୍ଷପ୍ତ ଅଗ୍ନି ନିର୍ବାପକ ସୁବିଧା ଅଛି କି ନାହିଁ, ଯିବା ଆସିବା ପାଇଁ ସିଡ଼ି ଗୁଡିକ କୌଣସି ବିପତି ସମୟରେ ପର୍ଯ୍ୟକ୍ଷପ୍ତ ହେବ କି ନାହିଁ । ଯିଏ ଯୋଉଠି ପାଇଲା ଗୋଟେ କୋଚିଂ ସେଣ୍ଟର ଖୋଲି ଦେଲା । କୋଚିଂ ସେଣ୍ଟର ଗୁଡିକର ନିୟନ୍ତ୍ରଣ ଓ ପରିଚାଳନା ପାଇଁ ୨୦୧୭ ନଭେମ୍ବର ୬ ତାରିଖ ଦିନ ଉଚ୍ଚ ଶିକ୍ଷା ବିଭାଗ ସର୍ବସାଧାରଣଙ୍କ ଠାରୁ ଏ ସଂକ୍ରାନ୍ତରେ ମତାମତ ଗ୍ରହଣ ପାଇଁ ଏକ ଡ୍ରାଫ୍ଟ ବିଲ ଆଣିଥିଲେ । ହେଲେ ପରବର୍ତୀ ସମୟରେ ଆଉ କୌଣସି ପଦକ୍ଷେପ ନିଅକ୍ଷଗଲା ନାହିଁ । ଏହି କୋଚିଂ ସେଣ୍ଟର ମାନଙ୍କୁ ରେଜିଷ୍ଟ୍ରେସନ, ଅନୁମୋଦିତ ଭିତିଭୂମି, ପିଲାସଂଖ୍ୟକ୍ଷ ନିର୍ଧାରଣ, କୋର୍ସ ଫି ନିର୍ଦ୍ଧାରଣ, କୋଚିଂ କ୍ଲାସର ସମୟ ନିର୍ଧାରଣ ଆଦି ଏହି ଡ୍ରାଫ୍ଟ ରହିବାର ଥିଲା । ବିଗତ ଦିନରେ ସୁରଟରେ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ୨୨ ଜଣଙ୍କ ମୃତ୍ୟୁ, ଦିଲ୍ଲୀରେ ସର୍ଟ ସର୍କିଟ ଅଗ୍ନିକାଣ୍ଡ ଏବେର ବନ୍ୟାରେ ଭାସି ମୃତ୍ୟୁ ଖବର ଅନେକ ଶିକ୍ଷା ଦେଇଛି । ଆମ ରାଜ୍ୟରେ ଏଭଳି ଘଟଣାଯେ ନଘଟିବ ସେ କଥା କିଏ କହିବ । ସେପଟେ ରାଜସ୍ଥାନ କୋଟା ରେ ଯେପରି ଦିନକୁ ଦିନ ମେଧାବୀ ଛାତ୍ର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ବଢ଼ି ଚାଲିଛି ତାହା ଅଭିଭାବକ ମାନଙ୍କ ନିଦ ହଜାଇ ସାରିଲାଣି ।