31.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶଇସ୍ତଫା ଦେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା

ଇସ୍ତଫା ଦେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା

ନୂଆଦିଲ୍ଲୀ: ଇସ୍ତଫା ଦେଲେ ଶେଖ୍ ହସିନା। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ ସେନା ହେଲିକପ୍ଟରରେ ଭାରତ ଆସିଥିବା କୁହାଯାଉଛି। ସୂଚନା ଅନୁଯାୟୀ, ଶେଖ ହସିନାଙ୍କୁ ନେଇ ଆସୁଥିବା ସେନା ହେଲିକପ୍ଟର ସୋମବାର ଅପରାହ୍ନ ୨.୩୦ରେ ବଙ୍ଗଭବନରୁ ବାହାରିଥିଲା। ସେତେବେଳେ ତାଙ୍କ ସାନ ଭଉଣୀ ଶେଖ ରେହାନା ମଧ୍ୟ ତାଙ୍କ ସହ ଥିଲେ। ରବିବାର ସକାଳେ ବାଂଲାଦେଶର ବିଭିନ୍ନ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ବିକ୍ଷୋଭକାରୀ ଏବଂ ଶାସକ ଦଳର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଉପୁଜିଥିଲା। ଏହି ସଂଘର୍ଷରେ ଅତି କମ୍‌ରେ ୧୪ ଜଣ ପୁଲିସ୍‌ ର୍ମଚାରୀଙ୍କ ସମେତ ଅତିକମରେ ୯୮ ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିସହିତ ଶହ ଶହ ଲୋକ ଆହତ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking