29.1 C
Bhubaneswar
Tuesday, March 31, 2026
Homeଓଡିଶାଆସନ୍ତା ୬ରୁ ଭୁବନେଶ୍ୱରରେ ଅଟୋ ଚଳାଚଳ ବନ୍ଦ

ଆସନ୍ତା ୬ରୁ ଭୁବନେଶ୍ୱରରେ ଅଟୋ ଚଳାଚଳ ବନ୍ଦ

ଭୁବନେଶ୍ୱର : ଆସନ୍ତା ୬ରୁ ଭୁବନେଶ୍ୱରରେ ଅଟୋ ଚଳାଚଳ ବନ୍ଦ । ବିଭିନ୍ନ ସମସ୍ୟା ଓ ଦାବି ନେଇ ଓଡ଼ିଶା ପରିବହନ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନି। ବାରମ୍ବାର ଦାବି ଓ ଆନ୍ଦୋଳନ ସତ୍ତ୍ୱେ ଦାବି ପୂରଣ ହେଉ ନ ଥିବାରୁ ଶେଷରେ ସ୍ମାର୍ଟସିଟି ଅନଲାଇନ୍‌ ଅଟୋ ଗ୍ରୁପ୍‌ ବଡ଼ ଆନ୍ଦୋଳନ ଡାକରା ଦେଇଛି। ୬ ତାରିଖଠାରୁ ଭୁବନେଶ୍ୱରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟୋ ଚଳାଚଳ ବନ୍ଦ ରହିବ ବୋଲି ଗ୍ରୁପ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରୁପ୍‌ ଅଧ୍ୟକ୍ଷ ଦୀନବନ୍ଧୁ ନାୟକଙ୍କ ସୂଚନାନୁସାରେ, ଘରୋଇ ନମ୍ବର ପ୍ଲେଟ୍‌ ସହ ଓଲା, ରାପିଡୋ ଓ ଉବରର ଦୁଇଚକିଆ ଯାନ ଯାତାୟାତ କରୁଛି। ତେବେ ମାତ୍ରାଧିକ ସଂଖ୍ୟାରେ ଏହି ଯାନ ଚଳାଚଳ ଦ୍ୱାରା ସାଧାରଣ ଅଟୋ ଚାଳକଙ୍କ ରୋଜଗାର ଗୁରୁତର ଭାବେ ପ୍ରଭାବିତ ହେଉଛି। ତେଣୁ ସେମାନେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ପରିବହନ ବିଭାଗକୁ ବାରମ୍ବାର ଅଭିଯୋଗ କରାଯିବା ସତ୍ତ୍ୱେ କୌଣସି ପ୍ରଭାବ ନ ପଡ଼ିବାରୁ ସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିବା ନାୟକ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking