26.1 C
Bhubaneswar
Wednesday, February 11, 2026
Homeଅପରାଧସ୍କୁଲ୍ ଯିବାକୁ ଇଚ୍ଛା ନ ହେବାରୁ ଛାତ୍ର କଲେ ଏମିତି ଜାଣିଲେ ହେବେ ଆଶ୍ଚର୍ଯ୍ୟ...

ସ୍କୁଲ୍ ଯିବାକୁ ଇଚ୍ଛା ନ ହେବାରୁ ଛାତ୍ର କଲେ ଏମିତି ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ନୂଆଦିଲ୍ଲୀ : ପୁଣି ଦିଲ୍ଲୀର ଏକ ସ୍କୁଲକୁ ମିଳିଲା ବୋମା ଧମକ । କୌଣସି ଆତଙ୍କବାଦୀ କିମ୍ବା ଉଗ୍ର ଗୋଷ୍ଠୀ ନୁହନ୍ତି, ବରଂ ସେହି ସ୍କୁଲର ଜଣେ ଛାତ୍ର ବୋମା ଧମକ ଦେଇଥିବା ଜଣାପଡିଛି। ସ୍କୁଲ୍ ଯିବାକୁ ଇଚ୍ଛା ନ ହେବାରୁ ଛାତ୍ର ଜଣକ ଏପରି ଷଡ଼ଯନ୍ତ୍ର କରିଥିବା ପୁଲିସ କହିଛି। ସୂଚନା ଅନୁସାରେ, ଗତକାରୀ ରାତି ପ୍ରାୟ ସାଢେ ବାରଟାରେ ଦକ୍ଷିଣ ଦିଲ୍ଲୀର କୈଳାସ କଲୋନୀରେ ଥିବା ସମର୍ ଫିଲ୍ଡ ସ୍କୁଲକୁ ବୋମା ଧମକ ମିଳିଥିଲା। ଇମେଲ ଯୋଗେ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ଦିଆ ଯାଇଥିଲା।ସକାଳେ ସ୍କୁଲ୍ ଖୋଲିବା ମାତ୍ରେ କର୍ତ୍ତୃପକ୍ଷ ମେଲ୍ ଦେଖି ସତର୍କତା ଅବଲମ୍ବନ କରିବା ସହ ତରୁନ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ।ଏଥିସହ ପୁଲିସକୁ ମଧ୍ୟ ଖବର ଦେଇଥିଲେ। ଖବର ପାଇ ପୁଲିସ ସ୍କୁଲରେ ପହଞ୍ଚି ମେଲ୍ ଯାଞ୍ଚ କରିବା ପରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କୁ ସନ୍ଦେହ କରି ପଚରା ଉଚରା କରିଥିଲା। ଜେରା ସମୟରେ ଛାତ୍ର ଜଣକ ଦୋଷ ସ୍ୱୀକାର କରିଛନ୍ତି। ତାଙ୍କର ସ୍କୁଲ୍ ଯିବାକୁ ଇଚ୍ଛା ନ ହେବାରୁ ସେ ଏପରି କରିଥିବା ଛାତ୍ର ଜଣକ କହିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking