23.1 C
Bhubaneswar
Wednesday, January 15, 2025
Homeଅପରାଧଦିଅର ସହ ସଂସାର ଗଢ଼ିବାକୁ ଯାଇ ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ

ଦିଅର ସହ ସଂସାର ଗଢ଼ିବାକୁ ଯାଇ ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ

ହରିୟାଣା : ସମ୍ପର୍କୀୟ ଦିଅର ପ୍ରେମରେ ଉବୁଟୁବୁ ହୋଇ ନିଜ ସ୍ୱାମୀକୁ ହଟାଇଲେ ବାଟରୁ । ଦିଅର ସହ ସଂସାର ଗଢ଼ିବାକୁ ଯାଇ ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ । ଏପରି ଏକ ମାମଲାର ଶୁଣାଣି କରି କୋର୍ଟ ମହିଳା ଓ ତାଙ୍କ ଦିଅରଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଏପରି ଏକ ହତ୍ୟାକାଣ୍ଡ ହରିୟାଣାର ଗୁରୁଗ୍ରାମରେ ୨୦୧୯ ମସିହାରେ ଘଟିଥିଲା । ମହିଳାଙ୍କର ନିଜ ଦିଅରଙ୍କ ସହ ଅନୈତିକ ସମ୍ପର୍କ ଥିଲା । ଦିଅରଙ୍କ ସହ ସଂସାର ଗଢ଼ିବାକୁ ମହିଳାଜଣକ ସ୍ୱାମୀଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କଲେ ।

ଏହାପରେ ମହିଳାଜଣକ ନିଜ ସ୍ୱାମୀଙ୍କୁ ଘର ନିକଟ ଜାତୀୟ ରାଜପଥ ପାଖକୁ ନେଇ ଯାଇଥିଲେ । ସେଠାରେ ଉଭୟ ଦିଅର, ଭାଉଜ ଗୁଳି କରି ତାଙ୍କୁ ହତ୍ୟା କରିଥିଲେ ।ପୁଲିସ୍ ଏହି ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ପରିବାର ଲୋକେ ସବୁ ସତ କଥା କହିଥିଲେ । ଏହାପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରିବାରୁ ସେମାନେ ସବୁ ସତ ମାନି ଯାଇଥିଲେ । ଏହି ମାମଲାର ଶୁଣାଣି କରି ଆଡିଶନାଲ ଡିଷ୍ଟ୍ରିକ୍ଟ ମାଜିଜେଷ୍ଟ୍ର କୋର୍ଟ ଉଭୟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୧୦ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking