21.1 C
Bhubaneswar
Thursday, December 18, 2025
Homeଅପରାଧମିଛ ରୁ ମୃତ୍ୟୁ; ଗୋଟିଏ ମିଛ ପାଇଁ ଗଲା ଯୁବତୀଙ୍କ ଜୀବନ

ମିଛ ରୁ ମୃତ୍ୟୁ; ଗୋଟିଏ ମିଛ ପାଇଁ ଗଲା ଯୁବତୀଙ୍କ ଜୀବନ

ମହାରାଷ୍ଟ୍ର : ମହାରାଷ୍ଟ୍ରର ସାତାରାରେ ଘଟିଛି ଅଭାବନୀୟ ଘଟଣା। ସାଙ୍ଗଙ୍କ ମିଥ୍ୟା ପ୍ରେମ ଜାଲରୁ ମୁକୁଳିବାକୁ ସାଙ୍ଗ ରଚିଲା ନିଜ ମୃତ୍ୟୁ ନାଟକ । ଅନଲାଇନ୍‌ ପ୍ରେମ ସାଜିଲା କାଳ। ଚାଟିଂ କରୁ କରୁ ହୋଇଗଲା ପ୍ରେମ । ଆଉ ବାକି ଜୀବନ ତା’ ସହ କାଟିବାକୁ ନିଷ୍ପତ୍ତି ନେଲେ। ମାତ୍ର ସେ ଯାହାକୁ ଯୁବକ ଭାବି ପ୍ରେମରେ ଉବୁଟୁବୁ ହେଉଥିଲେ ସେ ଥିଲେ ତାଙ୍କ ବାନ୍ଧବୀ। ଯୁବତୀଙ୍କ ସାଙ୍ଗ ଯୁବକ ପରିଚୟରେ ଇନଷ୍ଟାରେ ନିଜର ଏକ ଫେକ୍‌ ଆକାଉଣ୍ଟ ଖୋଲିଥିଲେ। ଏହାପରେ ସେ ଲଗାତର ଭାବେ ଯୁବତୀଙ୍କୁ ମେସେଜ କରିବାକୁ ଲାଗିଲେ। ଫଳରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଏହାପରେ ଯୁବତୀଙ୍କୁ ଧୀରେ ଧୀରେ ତାଙ୍କ ସହ ପ୍ରେମ ହୋଇଗଲା। କଥା ଏତେ ଆଗକୁ ବଢ଼ିଲା ଯେ, ତାଙ୍କୁ ସତରେ ନ ଦେଖି ତାଙ୍କ ସହ ବଞ୍ଚିବା, ମରିବା ପାଇଁ ନିଷ୍ପତ୍ତି ନେଇଗଲେ। ଏହା ଶୁଣି ମଜାକ ମଜାକରେ ଏପରି କରୁଥିବା ଯୁବତୀଙ୍କ ସାଙ୍ଗଙ୍କ ବୁଦ୍ଧି ହଜିଗଲା। ଏଥିରୁ ବାହାରିବାକୁ ସେ ନିଜ ବାପାଙ୍କ ନାମରେ ଆଉ ଏକ ଫେକ୍‌ ଆକାଉଣ୍ଟ କଲେ। ଏହାପରେ ସେ ଯୁବତୀଙ୍କ ସହ ଚାଟିଂ କରି ପୁଅ ଦୀର୍ଘ ଦିନ ହେଲା ଅସୁସ୍ଥ ଥିବାରୁ ତା’ର ମୃତ୍ୟୁ ହୋଇ ଯାଇଥିବା କହିଥିଲେ। ଏହାଶୁଣି ଯୁବତୀଙ୍କୁ ଶକ୍ତ ଧକ୍କା ଲାଗିଥିଲା ଓ ସେ ନିଜ ଜୀବନ ହାରି ଦେଇଥିଲେ।ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା। ଉକ୍ତ ସମୟରେ ମୃତ ଯୁବତୀଙ୍କ ଫୋନ୍‌ରୁ ତାଙ୍କୁ ଯୁବକଙ୍କ ନାମରେ ଏକ ଇନଷ୍ଟା ଆକାଉଣ୍ଟ ମିଳିଥିଲା, ଯାହା ସହ ସେ ଲଗାତର ଭାବେ ଚାଟିଂ କରିଥିଲେ। ଏହାପରେ ସାଇବର ଟିମ୍‌ ଘଟଣାର ଛାନଭିନ କରି ଉକ୍ତ ଆକାଉଣ୍ଟ ଫେକ୍‌ ବୋଲି ଜାଣିବାକୁ ପାଇଥିଲା। ଏହାପରେ ପୁଲିସ୍‌ ଅଧିକ ଯାଞ୍ଚ କରିବାରୁ ଉକ୍ତ ଆକାଉଣ୍ଟଧାରୀ ମୃତ ଯୁବତୀଙ୍କ ଭଲ ବାନ୍ଧବୀ ବୋଲି ଜଣାପଡ଼ିଥିଲା। ଏକ ମାମଲା ରୁଜୁ କରି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking