20.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶଭିଭିପାଟ୍ ଓ ଇଭିଏମ୍ ମେସିନ୍ ଉପରେ ପୁର୍ନବିଚାର ଆବେଦନ ଖାରଜ

ଭିଭିପାଟ୍ ଓ ଇଭିଏମ୍ ମେସିନ୍ ଉପରେ ପୁର୍ନବିଚାର ଆବେଦନ ଖାରଜ

ନୂଆଦିଲ୍ଲୀ: ଭିଭିପାଟ୍ ଓ ଇଭିଏମ୍ ମେସିନ୍ ଉପରେ ପୁର୍ନବିଚାର ଆବେଦନକୁ ପୁନର୍ବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହା ପୂର୍ବରୁ ଅର୍ଥାତ୍ ଗତ ଏପ୍ରିଲ ୨୬ରେ ସୁପ୍ରିମକୋର୍ଟ ଭିଭିପାଟ୍ ସ୍ଲିପ୍ ସହ ଓ ଇଭିଏମ୍ ମେସିନ୍ ଭୋଟିଂକୁ ୧୦୦% ମେଳ ଖାଉଛି କି ନାହିଁ ତାହା ଦାବି କରି ହୋଇଥିବା ଆବେଦନକୁ ଖାରଜ କରି ଦେଇଥିଲେ । ଏହା ସହିତ ବାଲାଟ ପେପର ଜରିଆରେ ନିର୍ବାଚନ ପରିଚାଳନା ପାଇଁ କରାଯାଇଥିବା ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଥିଲେ । ତେବେ ଆଜି ପୁଣିଥରେ ସୁପ୍ରିମକୋର୍ଟ ଏପ୍ରକାର ଏକ ଆବେଦନକୁ ଖାରଜ କରିଦେବା ଦ୍ୱାରା ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି ବୋଲି ମତବ୍ୟକ୍ତ କରାଯାଉଛି । ପ୍ରକାଶ, ଏପ୍ରିଲ୍‌ରେ ସୁପ୍ରିମକୋର୍ଟ ଏପ୍ରକାର ଏକ ଆବେଦନକୁ ଖାରଜ କରିସାରିଥିବା ବେଳେ ପୁଣିଥରେ ଏହା ଉପରେ ବିଚାର କରିବାକୁ ଆବେଦନ କରାଯାଇଥିଲା । ଅରୁଣ କୁମାର ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଏପ୍ରିଲ ୨୬ରେ ସୁପ୍ରିମକୋର୍ଟ ଦେଇଥିବା ରାୟରେ ତ୍ରୁଟି ଥିବା ଦର୍ଶାଇବା ପୂର୍ବକ ପୁନର୍ବିଚାର ପାଇଁ ଆବେଦନ କରିଥିଲେ । ଏହାକୁ ନେଇ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ବେଞ୍ଚ ବିରକ୍ତି ପ୍ରକାଶ କରିବା ସହ ଆବେଦନକୁ ପୁନଃ ଖାରଜ କରିଛନ୍ତି । ଖଣ୍ଡପୀଠ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ଆବେଦନରେ ଦିଆଯାଇଥିବା ଆଧାର ଉପରେ ବିଚାର କରିବା ପରେ, ଆମେ ବିଶ୍ୱାସ କରୁ ଯେ ଏପ୍ରିଲ ୨୬ରେ ଶୁଣାଯାଇଥିବା ନିଷ୍ପତ୍ତିର ପୁନର୍ବିଚାର ନେଇ କୌଣସି ଆବଶ୍ୟକତା ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking