ଲକ୍ଷ୍ନୌ: ଉତ୍ତରପ୍ରଦେଶର ବଦାୟୁଁରେ ଜଣେ ନାବାଳିକା ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଜିଲ୍ଲାର ସହସବାନ ଅଞ୍ଚଳର ଏକ ଗ୍ରାମର ବିଲରେ ୨୫ ବର୍ଷୀୟା ଜଣେ ଯୁବକ ଜଣେ ୧୨ ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ଘଟଣା ଘଟିବା ବେଳେ ନାବାଳିକାର ଚିତ୍କାର ଶୁଣି ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେତେବେଳକୁ ଅଭିଯୁକ୍ତ ସେହି ସ୍ଥାନ ଛାଡ଼ି କେଉଁଆଡ଼େ ପଳାଇ ଯାଇଥିଲା । ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ପୁଲିସ୍ ସୂଚନା ଅନୁସାରେ, ଏହି ଘଟଣା ରବିବାର ସଂଧ୍ୟାରେ ହୋଇଛି । ସେହି ସମୟରେ ନାବାଳିକା ଜଣକ ଶୌଚ ପାଇଁ କ୍ଷେତକୁ ଯାଇଥିଲା । ସେହି ସମୟରେ ଗ୍ରାମର ଅଭିଯୁକ୍ତ ସେଠାରେ ପହଞ୍ଚିଥିଲା । ସେଠାରେ ପହଞ୍ଚି ଜବରଦସ୍ତ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ନାବାଳିକା ଜଣକ ଚିତ୍କାର କରିବା ପରେ ତା’ଣ କଣ୍ଠସ୍ୱର ଶୁଣି ଗ୍ରାମବାସୀମାନେ ତାକୁ ବଞ୍ଚାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ତା’ପରେ ନାବାଳିକାଙ୍କୁ ହସ୍ପିଟାଲ୍ ନେଇ ଯାଇଥିଲେ । ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା ଚାଲିଛି । ପରିବାର ଲୋକଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଯୁବକ ନାମରେ ଏକ ମାମଲା ରୁଜୁ ହୋଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପୀଡ଼ିତାଙ୍କ ଅବସ୍ଥା ଗମ୍ଭୀର ଥିବା ବେଳେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବାକୁ ଦାବି ଉଠିଛି ।