19.1 C
Bhubaneswar
Sunday, December 21, 2025
Homeଅପରାଧ୧୨ ବର୍ଷର ଝିଅକୁ ଦୁଷ୍କର୍ମ କରି ଫେରାର ହେଲା ଯୁବକ

୧୨ ବର୍ଷର ଝିଅକୁ ଦୁଷ୍କର୍ମ କରି ଫେରାର ହେଲା ଯୁବକ

ପ୍ରୟାଗରାଜ: ଉତ୍ତରପ୍ରଦେଶର ବଦାୟୁଁରେ ଜଣେ ୧୨ ବର୍ଷର ଝିଅ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଜିଲ୍ଲାର ସହସବାନ ଅଞ୍ଚଳର ଏକ ଗ୍ରାମର ବିଲରେ ୨୫ ବର୍ଷୀୟା ଜଣେ ଯୁବକ ଜଣେ ୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଘଟଣା ଘଟିବା ବେଳେ ନାବାଳିକାର ଚିତ୍କାର ଶୁଣି ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ଅଭିଯୁକ୍ତ ସେହି ସ୍ଥାନ ଛାଡ଼ି କେଉଁଆଡ଼େ ପଳାଇ ଯାଇଥିଲା। ପୋଲିସ ଏହି ଘଟଣାର ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ କହିବା ଅନୁଯାୟୀ, ଏହି ଘଟଣା ରବିବାର ସନ୍ଧ୍ୟାରେ ଘଟିଛି । ଯେଉଁ ସମୟରେ ନାବାଳିକା ଜଣକ ଶୌଚ ପାଇଁ ବିଲକୁ ଯାଇଥିଲା। ସେହି ସମୟରେ ଗ୍ରାମର ଅଭିଯୁକ୍ତ ସେଠାରେ ପହଞ୍ଚିଥିଲା। ସେଠାରେ ପହଞ୍ଚି ଜବରଦସ୍ତ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ତେବେ ନାବାଳିକା ଜଣକ ଚିତ୍କାର କରିବା ପରେ ଗ୍ରାମବାସୀମାନେ ତାକୁ ବଞ୍ଚାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ତା’ପରେ ଉକ୍ତ ନାବାଳିକାଙ୍କୁ ହସ୍ପିଟାଲ୍‌ ନେଇ ଯାଇଥିଲେ। ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଛି। ପରିବାର ଲୋକଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଯୁବକ ନାମରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ଅବସ୍ଥା ଗମ୍ଭୀର ଥିବା ବେଳେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବାକୁ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking