28.1 C
Bhubaneswar
Thursday, March 5, 2026
Homeଓଡିଶାମହିଳା ଇନ୍ସପେକ୍ଟରଙ୍କ ଘରେ ଆଇପିଏସଙ୍କ ଉତ୍ପାତ

ମହିଳା ଇନ୍ସପେକ୍ଟରଙ୍କ ଘରେ ଆଇପିଏସଙ୍କ ଉତ୍ପାତ

ଭୁବନେଶ୍ୱର : ମହିଳା ଇନ୍ସପେକ୍ଟରଙ୍କ ଘରେ ଆଇପିଏସଙ୍କ ଉତ୍ପାତ । ମହିଳା ଇନ୍ସପେକ୍ଟରଙ୍କ କ୍ୱାର୍ଟର୍ସରେ ଉତ୍ପାତ କଲେ ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ। ଇନ୍ସପେକ୍ଟରଙ୍କ ସ୍ବାମୀଙ୍କୁ ପିଟିଲେ, ଭଙ୍ଗାରୁଜା କଲେ। ଜିଦ୍ ଧରିଲେ, ବିବାହିତା ଇନ୍ସପେକ୍ଟରଙ୍କୁ ବାହା ହେବେ। ଏମିତି ଏକ ଘଟଣା ରାଜଧାନୀ ପୁଲିସ୍ ମହଲରେ ବେଶ ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ପହଞ୍ଚିଛି କ୍ୟାପିଟାଲ୍ ଥାନାରେ। ହେଲେ ମାମଲାକୁ ଚପାଇ ଦେବାକୁ ଆରମ୍ଭ ହୋଇଯାଇଥିଲା ଭିତିରିଆ ଉଦ୍ୟମ।
ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଇପିଏସ୍ ଅଧିକାରୀଙ୍କ ବୟସ ପ୍ରାୟ ୫୦ ବର୍ଷ। ସେ ବିବାହିତ। ପିଲା ଛୁଆଙ୍କ ସହ ଭୁବନେଶ୍ଵରରେ ରହୁଛନ୍ତି। ଇନ୍ସପେକ୍ଟର ଜଣଙ୍କ କ୍ରାଇମ୍‌ବ୍ରାଞ୍ଚ ଅଧିନ ଏକ ଶାଖାରେ କାମ କରନ୍ତି। ଦୁଇ ସନ୍ତାନର ଜନନୀ। ଆଇପିଏସ୍ ଅଧିକାରୀ ଓ ଇନ୍ସପେକ୍ଟରଙ୍କ ମଧ୍ୟରେ ୫ ବର୍ଷ ହେଲା ଗୋପନ ପ୍ରେମ ଚାଲିଥିଲା । ଇନ୍ସପେକ୍ଟରଙ୍କ ପ୍ରେମରେ ସବୁ ଭୁଲି ଯାଇଥିଲେ ଆଇପିଏସ୍। ଲୋକଲଜ୍ଜା ଭୁଲି ଶନିବାର ରାତି ପ୍ରାୟ ୯ଟା ବେଳେ ସେ ଛୁଟି ଆସିଥିଲେ ଇନ୍ସପେକ୍ଟରଙ୍କ କ୍ୱାର୍ଟର୍ସକୁ, ତାଙ୍କୁ ନିଭୃତରେ ଦେଖା କରିବା ପାଇଁ। ଏ ସମୟରେ ତାଙ୍କୁ ବାହାହେବା ପାଇଁ ଜିଦ୍ ଧରିଥିଲେ। ସାଙ୍ଗରେ ଯିବାକୁ ବାଧ୍ୟ କରିଥିଲେ। ତେବେ ଆଇପିଏସ୍‌ଙ୍କ ବେଳା ଖରାପ, ଠିକ୍ ସେହି ସମୟରେ ଇନ୍ସପେକ୍ଟରଙ୍କ ସ୍ବାମୀ ଆସି ଘରେ ପହଞ୍ଚିଥିଲେ। ତା’ପରେ ସ୍ଥିତି ପୂରା ବିଗିଡି ଯାଇଥିଲା। ଇନ୍ସପେକ୍ଟର ସ୍ବାମୀଙ୍କ ସହ ଆଇପିଏସ୍‌ଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ପ୍ରଥମେ ଆଇପିଏସ୍ ଅଧିକାରୀ ନାଲି ଆଖି ଦେଖାଇଲେ। ହାତ ବି ଉଠାଇଲେ। ଖାଲି ସେତିକି ନୁହେଁ, ଏକରକମ ଖଣ୍ଡଯୁଦ୍ଧ ଚାଲିଲା କ୍ୱାର୍ଟର୍ସ ଭିତରେ। ସ୍ଥିତି ଏମିତି ହେଲା ଯେ, କଥା ଯାଇ ଥାନାରେ ପହଞ୍ଚିଲା । ଖୋଦ୍ ଥାନା ଅଧିକାରୀ, ଏସିପି ଇନ୍ସପେକ୍ଟଙ୍କ କ୍ୱାର୍ଟର୍ସକୁ ଦୌଡ଼ିଲେ। ସେ ପର୍ଯ୍ୟନ୍ତ ଆଇପିଏସ୍ ବାହୁ ଙ୍କ ରୋବାବ ଛାଡିନଥିଲା । ବହୁ କଷ୍ଟରେ ପୁଲିସ୍ ବୁଝାଇ ସୁଝାଇ ପରିସ୍ଥିତିକୁ ଶାନ୍ତ କରିଥିଲା। ମାରପିଟ୍‌ରେ ଇନ୍ସପେକ୍ଟରଙ୍କ ସ୍ବାମୀଙ୍କ ମୁହଁ ଫାଟି ଯାଇଥିଲା । ପୁଲିସ୍ ତାଙ୍କୁ ନେଇ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। ତେବେ ସେ ଏତଲା ଦେବାକୁ ଜିଦ୍ ଧରି ବସିଥିଲେ। ପୁଲିସ୍ ତାଙ୍କୁ ବୁଝାସୁଝା କରି ମାମଲା ଚାପି ଦେବାକୁ ଉଦ୍ୟମ କରିଥିଲା I ଆଇପିଏସ୍ ଜଣଙ୍କ ମଦ ନିଶାରେ ଏମିତି କରିଥିବା କ୍ୟାପିଟାଲ୍ ଥାନା ପୁଲିସ୍ କହିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking