26.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶଯୋଗୀଙ୍କୁ ବଡ଼ ଟାସ୍କ ଦେଲେ ମୋଦୀ; ୟୁପିରେ ପ୍ରତ୍ୟେକ ଘରକୁ ପାଣି ଟ୍ୟାପ୍ ସୁବିଧା

ଯୋଗୀଙ୍କୁ ବଡ଼ ଟାସ୍କ ଦେଲେ ମୋଦୀ; ୟୁପିରେ ପ୍ରତ୍ୟେକ ଘରକୁ ପାଣି ଟ୍ୟାପ୍ ସୁବିଧା

ନୂଆଦିଲ୍ଲୀ: ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ୨ ଦିନିଆ ମୁଖ୍ୟମନ୍ତ୍ରୀ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଠାରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ରାଜ୍ୟରେ ଉତ୍ତମ ଶାସନ ପାଇଁ ମିଶନ ମୋଡ୍‌ରେ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି।
ତେବେ ବୈଠକରେ ସାମିଲ ହୋଇଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ବିଜେପି ପୁଣିଥରେ ଆସ୍ଥା ପ୍ରକଟ କରିଥିବା ସୂଚନା ଏବେ ସାମ୍ନାକୁ ଆସିବାରେ ଲାଗିଛି । ପୂର୍ବରୁ ଉତ୍ତରପ୍ରଦେଶରେ ୨୦୨୪ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ବିଜେପିର ଶୋଚନୀୟ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦୋଷାରୋପ କରାଯାଉଥିଲା ।

ଏପରିକି ଯୋଗୀ ଏବଂ ତାଙ୍କ ଡେପୁୂଟି କେଶବ ମୌର୍ଯ୍ୟଙ୍କ ମଧ୍ୟରେ କିଛି ଠିକ୍ ନଥିବା ନେଇ ମଧ୍ୟ ରିପୋର୍ଟ ଆସିଥିଲା । ଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇପାରେ ବୋଲି ମଧ୍ୟ କୁହାଯାଉଥିଲା । ତେବେ ଏସବୁ ମଧ୍ୟରେ ମୋଦୀ, ଯୋଗୀଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଥିବା ଜଣାପଡିଛି । ଜଳ ଜୀବନ ମିଶନ ଅଧୀନରେ ଥିବା ‘ପ୍ରତ୍ୟେକ ଘରକୁ ପାଣି ଟ୍ୟାପ ସଂଯୋଗ’ ଯୋଜନା ଉପରେ ଗୁରୁତ୍ୱ ଦେବାକୁ ମୋଦୀ, ଯୋଗୀଙ୍କୁ କହିଛନ୍ତି । ଏହାସହ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଚାଲିଥିବା ଯୋଜନା ଶୀଘ୍ର ଶେଷ ହେବା ଉଚିତ୍ ବୋଲି ମଧ୍ୟ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁପି ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଯୋଗୀ ରାଜ୍ୟରେ ଏଭଳି ଯୋଜନା ଚଳାଉଛନ୍ତି ଯାହା ଦେଶର ଅନ୍ୟ ରାଜ୍ୟ ମଧ୍ୟ କାର୍ଯ୍ୟକାରୀ କରିବା ଉଚିତ୍ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking