27.1 C
Bhubaneswar
Thursday, March 5, 2026
Homeଓଡିଶାଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ ନୀତି

ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ ନୀତି

ପୁରୀ : ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ ନୀତି । ଧୁକୁଡ଼ି ଦ୍ଵାର ନିକଟରେ ରକ୍ତ ପଡ଼ିଥିବା ଦୃଷ୍ଟି ଗୋଚର ହେବାରୁ ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ ନୀତି । ମହାପ୍ରଭୁଙ୍କ ଅବକାଶ ପୂଜା ନୀତି ଶେଷ ହେବା ପରେ ଧୁକୁଡ଼ି ଦ୍ଵାର ନିକଟରେ ରକ୍ତ ପଡ଼ିଥିବା ଦୃଷ୍ଟି ଗୋଚର ହେବାରୁ ମହାପ୍ରଭୁ ଙ୍କ ବଡ଼ ମହାସ୍ନାନ ନୀତି ହେଇଛି । ଫଳରେ ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ ପାଇବାରେ ବେଶ୍ ବିଳମ୍ବ ହୋଇଛି । ମହାପ୍ରଭୁ ଙ୍କ ଅବକାଶ ପୂଜା ନୀତି ସକାଳ ୭ ଟା ୨୫ ରେ ଶେଷ ହୋଇଥିଲା । ପରେ ସେବାୟତ ମାନେ ଶ୍ରୀମନ୍ଦିରର ଧୁକୁଡି ଦ୍ଵାର ନିକଟରେ ରକ୍ତ ପଡ଼ିଥିବା ଦେଖିଥିଲେ । ତେବେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ ମହାସ୍ନାନ ନୀତି ହୋଇଛି । ତେବେ ଶ୍ରୀ ମନ୍ଦିର ରେ ଦର୍ଶନ ପାଇଁ ଆସୁଥିବା ଭକ୍ତ ଅନେକ ସମୟ ରେ ପ୍ରବଳ ଗହଳି ଯୋଗୁ ତଳେ ପଡି ଆହତ ହେବାରୁ ରକ୍ତ ଛିଟା ପଡ଼ିଥାଏ। ସେହିପରି ଅନେକ ଭକ୍ତ ଭିଡ ରେ ବାନ୍ତି କରିଦେଇ ଥାଆନ୍ତି। ଏଣୁ ଅନେକ ସମୟ ରେ ମହାପ୍ରଭୁଙ୍କ ବଡ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking