27.1 C
Bhubaneswar
Tuesday, March 31, 2026
Homeଦେଶ ବିଦେଶୟୁଟ୍ୟୁବରଙ୍କ ଉପରେ ଲଗାମ ଲଗାଇବାକୁ ଅଣ୍ଟା ଭିଡିଲେ ସରକାର

ୟୁଟ୍ୟୁବରଙ୍କ ଉପରେ ଲଗାମ ଲଗାଇବାକୁ ଅଣ୍ଟା ଭିଡିଲେ ସରକାର

ନୂଆଦିଲ୍ଲୀ: ୟୁଟ୍ୟୁବରଙ୍କ ଉପରେ ଲଗାମ ଲଗାଇବା ପାଇଁ ଅଣ୍ଟା କଷିଲେଣି ମୋଦି ସରକାର । ଏନେଇ ସବୁ ପ୍ରସ୍ତୁତି ମଧ୍ୟ ଶେଷ କରି ସାରିଲେଣି । ଏଥିପାଇଁ ମୋଦି ସରକାର ନୂଆ ବିଲ୍ ଆଣିବାକୁ ଯାଉଛନ୍ତି । ଯେଉଁମାନେ ନିୟମିତ ଭାବେ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ କରନ୍ତି, ପୋଡକାଷ୍ଟ ତିଆରି କରନ୍ତି କିମ୍ବା ଅନଲାଇନ କଣ୍ଟେଣ୍ଟ ଆଫେୟାର୍ସ ବିଷୟରେ ନ୍ୟୁଜ ଲେଖିଥାନ୍ତି ସେମାନଙ୍କୁ ଡିଜିଟାଲ ନ୍ୟୁଜ ବ୍ରଡକାଷ୍ଟର ଭାବେ ତାଲିକା ଭୁକ୍ତ କରିବାକୁ ସରକାର ଚିନ୍ତା କରୁଛନ୍ତି । ନଭେମ୍ବର ୨୦୨୩ରେ ଯେତେବେଳେ ଏହି ବିଲ ସର୍ବସାଧାରଣଙ୍କ ପରାମର୍ଶ ପାଇଁ ପ୍ରକାଶ ପାଇଥିଲା, ସେତେବେଳେ ଏହା ପ୍ରସାରଣକାରୀମାନଙ୍କୁ ଗୋଟିଏ ଆଇନ ଅଧୀନରେ ସମସ୍ତ ନିୟମକୁ ଏକାଠି କରିବାର ବ୍ୟବସ୍ଥା କରିଥିଲା । ତେବେ ଅନଲାଇନ ନ୍ୟୁଜ କଣ୍ଟେଣ୍ଟ କ୍ରିଏଟର୍ସ, ଯେଉଁମାନେ ଲିଗେସି ମିଡିଆ କିମ୍ବା ପଞ୍ଜୀକୃତ ଡିଜିଟାଲ ମିଡିଆ ସହିତ ଜଡ଼ିତ ନୁହଁନ୍ତି, ଷ୍ଟ୍ରିମିଂ ପ୍ଲାଟଫର୍ମ (‘ଓଟିଟି ବ୍ରଡକାଷ୍ଟ ସର୍ଭିସ’) ଉପରେ ଲାଗୁ ହୋଇଥିବା ନିୟମକୁ ସମାନ ଭାବେ ପାଳନ କରିପାରିବେ କି ନାହିଁ ସେନେଇ ଆଲୋଚନା ହେଉଛି ।

୨୦୨୪ ସଂସ୍କରଣରେ ଡିଜିଟାଲ ନ୍ୟୁଜ ବ୍ରଡକାଷ୍ଟର୍ସ ନାମରେ ଏକ ନୂଆ ବର୍ଗ ପ୍ରଚଳନ କରି ସେମାନଙ୍କୁ ଆଇନ ପରିସରଭୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ନୂଆ ଡ୍ରାଫ୍ଟରେ ‘ଅଡିଓ, ଭିଜୁଆଲ କିମ୍ବା ଅଡିଓ-ଭିଜୁଆଲ କଣ୍ଟେଣ୍ଟ, ଚିହ୍ନ, ଲେଖା, ପିକଚର’ ବ୍ୟତୀତ ‘ଟେକ୍ସଟ’ ସମେତ ‘ସମ୍ବାଦ ଓ ସାମ୍ପ୍ରତିକ ବ୍ୟାପାର କାର୍ଯ୍ୟକ୍ରମ’କୁ ମଧ୍ୟ ବ୍ୟାଖ୍ୟା କରାଯାଇଛି । ‘ପ୍ରୋଗ୍ରାମ’ ଏବଂ ‘ବ୍ରଡକାଷ୍ଟ’ର ସଂଜ୍ଞାକୁ ମଧ୍ୟ ସଂଶୋଧନ କରାଯାଇ ଯଥାକ୍ରମେ ‘ଟେକ୍ସଟ’ ଏବଂ ‘ଟେକ୍ଚୁଆଲ ପ୍ରୋଗ୍ରାମ’କୁ ଅନ୍ତର୍ଭୁକ୍ତ କରାଯାଇଛି । ସଂକ୍ଷିପ୍ତରେ କହିବାକୁ ଗଲେ ସୋସିଆଲ ମିଡିଆ, ୱେବସାଇଟ, ନ୍ୟୁଜ ଲେଟର, ପୋଡକାଷ୍ଟରେ ଭିଡିଓ ଏବଂ କମେଣ୍ଟ୍ରି ଆଦି ସମସ୍ତ ଖବର ଓ ଖବର ସମ୍ବନ୍ଧୀୟ ଅନଲାଇନ ବିଷୟବସ୍ତୁ ଏହି ବିଲ ଅଧୀନରେ ଅନ୍ତର୍ଭୁକ୍ତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking