28.9 C
Bhubaneswar
Thursday, April 9, 2026
Homeଓଡିଶାଆସନ୍ତୁ ଜାଣିବା ବିଭିନ୍ନ ଜଙ୍ଗଲି ଛତୁ ଏବଂ ରୁଟୁକା ଛତୁ ବିଷୟରେ ...

ଆସନ୍ତୁ ଜାଣିବା ବିଭିନ୍ନ ଜଙ୍ଗଲି ଛତୁ ଏବଂ ରୁଟୁକା ଛତୁ ବିଷୟରେ …

ମୟୁରଭଞ୍ଜ : ଜଙ୍ଗଲ ଜାତ ଦ୍ରବ୍ଯ ମଧ୍ୟରୁ ଛତୁ ଏକ ସୁଆଦିଆ ଖାଦ୍ୟ ଭାବେ ସମସ୍ତଙ୍କର ପ୍ରିୟ। ଜଙ୍ଗଲରୁ ସଂଗୃହିତ ଛତୁ ମଧ୍ୟରୁ ରୁଟକା ଛତୁର ଚାହିଦା ବହୁତ ଅଧିକ ଏବଂ ଖାଇବାକୁ ବେଶ ସ୍ୱାଦିଷ୍ଟ ଏବଂ ଭଲଲାଗେ ଆସନ୍ତୁ ଜାଣିବା ବିଭିନ୍ନ ଜଙ୍ଗଲି ଛତୁ ଏବଂ ରୁଟୁକା ଛତୁ ବିଷୟରେ …
ସାଧାରଣତଃ ମୌସୁମୀ ଆସିଲେ ପ୍ରବଳବର୍ଷା ସାଙ୍ଗକୁ ଘଡ ଘଡି ସହିତ ବଜ୍ରପାତ ହୋଇଥାଏ । ବଜ୍ରପାତର ଶବଦରେ ମାଟି ଫଟାଇ ବାହାରକୁ ବାହାରିଥାଏ ବିଭିନ୍ନ ପ୍ରକାରର ଛତୁ। ବର୍ଷାଋତୁ ଆସିବା ଆଗରୁ ପାଣିପାଗ ଅନୁସାରେ ବର୍ଷା ସାଙ୍ଗକୁ ଘଡ ଘଡିର ଶବଦରେ ମାଟି ଭିତରୁ ବାହାରିଥାଏ ବିଭିନ୍ନ ପ୍ରକାରର ଛତୁ। ଗ୍ରାମର ମହିଳାମାନେ ରାତିନପାହୁଣୁ ଜଙ୍ଗଲକୁ ଯାଇ ଛତୁ ସଂଗ୍ରହ କରିଥାନ୍ତି। ତେବେ ଛତୁ ବହୁ ପ୍ରକାରର ଦେଖିବାକୁ ମିଳେ ଯେମିତିକି ରୁଟୁକା ଛତୁ, ପିଚମୁଣ୍ଡା ଛତୁ,ଖଇ ଛତୁ, ଅଙ୍ଗାରୁଆ ଛତୁ, ଜାମୁ ଛତୁ, ବାଲି ଛତୁ, ମଣ୍ଡା ଛତୁ,ଏମିତି ବହୁତ ପ୍ରକାରର ଛତୁ ବର୍ଷା ଦିନ ଆସିଲେ ଜଙ୍ଗଲ କଡରେ ବସବାସ କରୁଥିବା ଲୋକମାନେ ସଂଗ୍ରହ କରି ଭେଳିକି ଭେଳି ଛତୁ ବିକ୍ରି କରିବା ପାଇଁ ବଜାରକୁ ଆଣିଥାନ୍ତି । ଜଙ୍ଗଲ ପାଖରେ ରହୁଥିବା ଲୋକେ ପ୍ରାୟତଃ ଛତୁ ସଂଗ୍ରହ କରି ତାକୁ ବଜାରରେ ବିକ୍ରିକରି ଭଲ ଦି ପଇସା ରୋଜଗାର କରିବା ଦେଖିବାକୁ ମିଳେ । ମହିଳାମାନେ ଜଙ୍ଗଲରୁ ବିଭିନ୍ନ ପ୍ରକାର ଛତୁ ସଂଗ୍ରହ କରି ବଜାରକୁ ବିକ୍ରି ପାଇଁ ଭାଗ ଭାଗ ହୋଇ ରାସ୍ତା କଡ଼ରେ ବସି ବିକ୍ରି କରନ୍ତି। ବିଶେଷ କରି ଶାଳଜଙ୍ଗଲ ମାନଙ୍କରେ ରୁଟୁକା ଛତୁ ଓଦା ମାଟିରୁ ବାହାରିଥାଏ । ଏହି ଛତୁ ଗୁଡ଼ିକ ମଧ୍ୟରେ ରୁଟୁକା ଛତୁ ସବୁଠାରୁ ସ୍ୱାଦିଷ୍ଟ ଏବଂ ଅଧିକ ପ୍ରୋଟିନ ରହିଥାଏ। ରୁଟୁକା ଛତୁ ପ୍ରାୟତଃ ଦୁଇପ୍ରକାରର ଦେଖିବାକୁ ମିଳୁଥିବା ବେଳେ ସେଥିମଧ୍ୟରୁ ଗୋଟେ ପ୍ରକାର ରୁଟୁକା ଛତୁକୁ ଛଡ଼ାଇବା ପରେ କଳା ଏବଂ ଅନ୍ୟଟି ଧଳା ରଙ୍ଗର ବାହାରିବା ସହିତ ରୁଟୁକା ଛତୁ ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗିଥାଏ । ଏହାର ମୂଲ୍ୟ କିଲୋ ପ୍ରତି 500 ଟଙ୍କା ଏବଂ ପୋଇଲାରେ ନେଲେ 200 ରୁ 250 ଟଙ୍କା ଦାମ ରହିଛି ଏବଂ ଚଉତି ଭାଗ 20 ଟଙ୍କା । ଜଙ୍ଗଲରୁ ଛତୁ ସଂଗ୍ରହ ପରେ ଗ୍ରାମର ମହିଳାମାନେ ବିକ୍ରି କରିବା ପାଇଁ ବଜାରକୁ ତୋ କୋଉଠି ମୁଖ୍ୟରାସ୍ତା ପାର୍ଶ୍ବରେ ବସିଥାନ୍ତି। ତେବେ ବର୍ଷା ଦିନରେ ଛତୁ ଏକ ରୋଜଗାରର ମାଧ୍ୟମ ସାଜିଥିବା ଦେଖିବାକୁ ମିଳିଛି। ବର୍ଷରେ ଥରେ ଜଙ୍ଗଲୀ ଛତୁ ବାହାରେ ପୁଣି ଘଡ ଘଡି ବର୍ଷା ହେଲେ ବାହାରିଥାଏ।ଏହାକୁ ବହୁ କଷ୍ଟରେ ଯତ୍ନର ସହ ମାଟିତଳୁ ସଂଗ୍ରହ କରିବାକୁ ପଡ଼ିଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking