କୋରାପୁଟ : ମାଟି ଅତଡ଼ା ଖସି ଯାତାୟାତ ଠପ । କୋରାପୁଟ ଲମତାପୁଟ ନନ୍ଦପୁର ବ୍ଲକ କାଲାଡି ଗାଁ ନିକଟ ରାସ୍ତାରେ ଧସିଲା ମାଟି ଅତଡ଼ା । ଏହା ଫଳରେ ୨ ପଞ୍ଚାୟତକୁ ଯାତାୟାତ ଠପ୍ ହୋଇଯାଇଛି । ରାସ୍ତାରେ ମାଟି ଅତଡ଼ା ଧସିବାରୁ ଖେମୁଡୁଗୁଡ଼ା, ନନ୍ଦନା ଯାତାୟାତ ବନ୍ଦ ହୋଇଛି ଯେଉଁଥିପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରବଳବର୍ଷା ଯୋଗୁଁ ଅନେକ ସ୍ଥାନରେ ରାସ୍ତା ଧୋଇଯାଇଛି ।