29.1 C
Bhubaneswar
Thursday, May 7, 2026
Homeଦେଶ ବିଦେଶହାରିସଙ୍କ ବଳ ବଢ଼ିଲେ ଓବାମା,ଓବାମା ହାରିସଙ୍କୁ ଖୋଲାଖୋଲି ସମର୍ଥନ ନକରି ତାଙ୍କୁ ପରୋକ୍ଷରେ ସମର୍ଥନ କରୁଛନ୍ତି

ହାରିସଙ୍କ ବଳ ବଢ଼ିଲେ ଓବାମା,ଓବାମା ହାରିସଙ୍କୁ ଖୋଲାଖୋଲି ସମର୍ଥନ ନକରି ତାଙ୍କୁ ପରୋକ୍ଷରେ ସମର୍ଥନ କରୁଛନ୍ତି

ୱାସିଂଟନ: ବାରାକ ଓବାମା ଉପ-ରାଷ୍ଟ୍ରପତି କମଲା ହାରିସଙ୍କୁ ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ସମର୍ଥନ କରିଛନ୍ତି ଏବଂ ତାଙ୍କୁ ସମର୍ଥନ କରିବେ କି ନାହିଁ ସେନେଇ ଅନେକ ଦିନ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ପୂର୍ବତନ ରାଷ୍ଟ୍ରପତି ଓବାମା ଏବଂ ପୂର୍ବତନ ପ୍ରଥମ ମହିଳା ମିସେଲ ଓବାମା ଏକ ମିଳିତ ବିବୃତ୍ତିରେ କହିଛନ୍ତି ଯେ ସେମାନେ ବିଶ୍ୱାସ କରନ୍ତି । ଚଳିତ ସପ୍ତାହ ଆରମ୍ଭରେ ପତ୍ନୀ ମିସେଲ୍‌ ଏବଂ ମୁଁ ଆମର ବନ୍ଧୁ କମଳା ହାରିସଙ୍କୁ ଫୋନ୍‌ କରିଥିଲୁ ଏବଂ ଆମେ ତାଙ୍କୁ କହିଥିଲୁ ଯେ ସେ ଆମେରିକାର ଜଣେ ଚମତ୍କାର ରାଷ୍ଟ୍ରପତି ହୋଇପାରିବେ। ଆମେ ହାରିସଙ୍କୁ ଆମର ସମର୍ଥନ ଜଣାଇଥିଲୁ।ଓବାମା କହିଛନ୍ତି, ଆମ ଦେଶର ଏଭଳି ଜଟିଳ ମୁହୂର୍ତ୍ତରେ ଆମେ ହାରିସଙ୍କ ବିଜୟ ପାଇଁ ଯାହାକିଛି ଆବଶ୍ୟକ କରିବାପାଇଁ ପ୍ରସ୍ତୁତ। ଆମେ ଆଶା କରୁଛୁ ଯେ ଆପଣମାନେ ମଧ୍ୟ ଆମ ସହ ଯୋଗଦେବେ। ଓବାମା ହାରିସଙ୍କୁ ଖୋଲାଖୋଲି ସମର୍ଥନ କରିବା ସହ ତାଙ୍କ ସହ ଫୋନ୍‌ କଲ୍‌‌ରେ କଥା ହେବାର ଏକ କ୍ଲିପ୍‌ ମଧ୍ୟ ଏକ୍ସରେ ପୋଷ୍ଟ୍‌ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ କିଛିଦିନ ଧରି ଓବାମା ହାରିସଙ୍କ ସମର୍ଥନରେ କିଛି କହୁନଥିବା ନେଇ ଚର୍ଚ୍ଚା ‌ହେଉଥିଲା। ଓବାମା ହାରିସଙ୍କୁ ଖୋଲାଖୋଲି ସମର୍ଥନ ନକରି ତାଙ୍କୁ ପରୋକ୍ଷରେ ସମର୍ଥନ କରୁଛନ୍ତି ବୋଲି କୁହାଯାଉଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking