29.1 C
Bhubaneswar
Thursday, May 7, 2026
Homeଅପରାଧଆଖିପିଛୁଳାକେ ଯାତ୍ରୀବାହୀ ବସରୁ ଚୋରି

ଆଖିପିଛୁଳାକେ ଯାତ୍ରୀବାହୀ ବସରୁ ଚୋରି

ବ୍ରହ୍ମପୁର : ଯାତ୍ରୀବାହୀ ବସରୁ ଲୁଟି ନେଲେ ଦୁର୍ବୁତ୍ତ । ବସରୁ ୧୭ କିଲୋର ରୁପା ସହ ୫ ଲକ୍ଷ ଟଙ୍କା ଚୋରି। ଏଭଳି ଅଭାବନୀୟ ଘଟଣା ବ୍ରହ୍ମପୁରରୁ କୋଲକାତା ଯାଉଥିବା ଏକ ବସରେ ଘଟିଛି। ତେବେ ଏହି ଲୁଟର ଶିକାର ହୋଇଛନ୍ତି ଜଣେ ରୂପା ବ୍ୟବସାୟୀ। ଟଙ୍କା ଓ ଅଳଙ୍କାର ବ୍ୟାଗ ନପାଇ ଚକିତ ହୋଇଯାଇଥିଲେ ବ୍ୟବସାୟୀ। ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ କୋଲକାତାର ରୂପା ବ୍ୟବସାୟୀ ବ୍ରହ୍ମପୁରରୁ ବ୍ୟବସାୟ ସାରି ଏକ ଘରୋଇ ବସରେ କୋଲକାତା ଫେରୁଥିଲେ। ତେବେ ଯାତ୍ରୀଙ୍କ ଜଳଖିଆ ପାଇଁ ଖଲ୍ଲିକୋଟ ଥାନା ୧୬ ନମ୍ୱର ଜାତୀୟ ରାଜପଥ ଥିବା ଭେଜିପୁଟ ଫାଣ୍ଡି ନିକଟରେ ବସଟି ଅଟକିଥିଲା। ସେତିକି ବେଳେ ବ୍ୟବସାୟୀ ନିଜ ସ୍ଲିପର ସିଟରେ ରୂପା ଓ ଟଙ୍କା ଥିବା ଦୁଇଟି ବ୍ୟାଗ୍ ରଖି ଚା’ ପିଇବାକୁ ତଳକୁ ଓହ୍ଲାଇ ଯାଇଥିଲେ। ସେହି ସମୟରେ ଲୁଟେରାମାନେ ରୁପା ଓ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ତେବେ କାରରେ ୪ ଜଣ ଲୁଟେରା ଆସି ବ୍ୟାଗ ନେଇ ଚମ୍ପଟ ମାରିଥିବା ବ୍ୟବସାୟୀ ଜଣଙ୍କ ଦେଖିଥିବା ଥାନାରେ ଅଭିଯୋଗ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking