କଟକ : ରେଳଧାରଣାରୁ ଓକିଲଙ୍କ ମୃତଦେହ ଉଦ୍ଧାର । କଟକ ଚୌଦ୍ବାର ଶଙ୍କରପୁର ରେଳଧାରଣାରୁ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତକ ହେଲେ ସୌମ୍ୟ ପ୍ରକାଶ ମହାପାତ୍ର ଓ ଘର ଶେଖବଜାରରେ ହୋଇଥିବା ତାଙ୍କ ପରିଚୟପତ୍ରରୁ ଜଣାପଡିଛି । ଘଟଣାସ୍ଥଳରେ ଓକିଲଙ୍କ ବାଇକ ମଧ୍ୟ ପଡିଛି । ପୋଲିସ ସେଠାରେ ପହଞ୍ଚି ମୃତଦେହ ସହ ଗାଡି ଓ ତାଙ୍କର ପରିଚୟପତ୍ର ଉଦ୍ଧାର କରିଛି । ତେବେ କେମିତି ଓକିଲଙ୍କ ମୃତ୍ୟୁ ହେଲା ଓ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇପାରିନି । ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।










