28.3 C
Bhubaneswar
Thursday, May 14, 2026
Homeଓଡିଶାଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ନୀତି ଆୟୋଗ ସାଧାରଣ ପରିଷଦ ବୈଠକ। ଏ ବୈଠକରେ ଯୋଗ ଦେବାକୁ ଆଜିଠୁ ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ଦାବି ଓ ସମସ୍ୟା ସଂପର୍କରେ କରିବେ ଦୃଷ୍ଟି ଆକର୍ଷଣ । ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବାପରେ ପ୍ରଥମ ଥର ଲାଗି ନୀତି ଆୟୋଗ ବୈଠକରେ ଯୋଗଦେବେ। ଏଥିସହ ମୁଖ୍ୟମନ୍ତ୍ରୀ ନିଜର ଦିଲ୍ଲୀ ଯାତ୍ରା ଅବସରରେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହି ଥିବା ସୂଚନା ମିଳିଛି। ତେବେ ଏହି ବୈଠକରେ ଇଣ୍ଡିଆ ମେଂଟର ସଦସ୍ୟ ଥିବା କିଛି ଦଳର ମୁଖ୍ୟମନ୍ତ୍ରୀ ଯୋଗ ନଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୀତି ଆୟୋଗ ବୈଠକରେ ଯୋଗଦେବେ ବୋଲି କୁହାଯାଉଥିଲା, ହେଲେ ସେ ମଧ୍ୟ ଯୋଗ ଦେଇ ନପାରନ୍ତି ବୋଲି ତୃଣମୂଳ କଂଗ୍ରେସ ସଙ୍କେତ ଦେଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking