11.1 C
Bhubaneswar
Friday, January 16, 2026
Homeଓଡିଶାଯୁବକଙ୍କୁ କଚାଡି ମାରିଲା ଦନ୍ତା

ଯୁବକଙ୍କୁ କଚାଡି ମାରିଲା ଦନ୍ତା

ଢେଙ୍କାନାଳ : ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ।ଢେଙ୍କାନାଳ ଜିଲ୍ଲା ସଦର ରେଂଜ ଅନ୍ତର୍ଗତ ନିକଟ ହଳଦିଆ ବାହାଳ ଗ୍ରାମର ୫୫ ନଂ ଜାତୀୟ ରାଜପଥ ନିକଟରେ ଘଟିଛି ଏଭଳି ଘଟଣା । ମୃତ ଯୁବକ ଜଣଙ୍କ ହେଉଛନ୍ତି ହଳଦିଆ ବାହାଳ ଗ୍ରାମର ଶଙ୍ଖାଳି ବେହେରା । ସୂଚନା ଅନୁଯାୟୀ, ଶଙ୍ଖାଳି ଜାତୀୟ ରାଜପଥ ନିକଟକୁ ଶୈାଚ ହେବାକୁ ଆସିଥିଲେ । ଏହି ସମୟରେ ଏକ ଦନ୍ତାହାତୀ ହାବୁଡରେ ପଡିଯାଇଥିଲେ ଏବଂ ହାତୀଟି ତାଙ୍କୁ ଟେକି କଚାଡି ମାରିଦେଇଥିଲା । ତେବେ ମୃତକଙ୍କ ପରିବାର ଏବଂ ବନ ବିଭାଗ ତାଙ୍କ ଶବକୁ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଆଣି ଶବ ବ୍ୟବଚ୍ଛେଦ କରିଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking