22.1 C
Bhubaneswar
Wednesday, December 17, 2025
Homeଖେଳଅଲମ୍ପିକ୍ସରେ ଖେଳିବେ ଶ୍ରେୟାଶୀ

ଅଲମ୍ପିକ୍ସରେ ଖେଳିବେ ଶ୍ରେୟାଶୀ

ନୂଆଦିଲ୍ଲୀ : ଚଳିତ ଅଲମ୍ପିକ୍ସ ଗେମ୍ସ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ୨୬ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ପ୍ୟାରିସ ଅଲମ୍ପିକ୍ସ ପାଇଁ ଭାରତର ୧୧୭ ଆଥଲେଟ ଅଂଶଗ୍ରହଣ କରୁଛନ୍ତି। ୨୦୨୦ ଟୋକିଓ ଅଲମ୍ପିକ୍ସରେ ଭାରତ ୭ ଟି ପଦକ ଜିତିଥିଲା। ଏବେ ଏହି ରେକର୍ଡକୁ ଭାଙ୍ଗି ଅଧିକ ପଦକ ଜିତିବା ଭାରତର ଲକ୍ଷ୍ୟ ରହିଛି। ପ୍ୟାରିସ ଅଲମ୍ପିକ୍ସରେ ଶୁଟର ଶ୍ରେୟାଶୀ ସିଂହ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ସେ ସଟ୍‌ଗନ୍‌ ମହିଳା ଇଭେଣ୍ଟରେ ପ୍ରତିଯୋଗିତା କରିବେ। ବିହାରର ଜମୁଇ ବିଧାନସଭାରୁ ଭାଜପା ଟିକେଟରେ ବିଧାୟିକା ଅଛନ୍ତି। ଶ୍ରେୟସୀ ୨୦୨୦ ବିଧାନସଭା ନିର୍ବାଚନରେ ଆରଜେଡି’ର ବିଜୟ ପ୍ରକାଶଙ୍କୁ ପ୍ରାୟ ୪୧ ହଜାର ଭୋଟରେ ପରାସ୍ତ କରିଥିଲେ। ଶ୍ରେୟାଶୀ ବିହାରର ବରିଷ୍ଠ ରାଜନେତା ଦିଗବିଜୟ ସିଂହଙ୍କ ଝିଅ, ଯିଏ ପୂର୍ବରୁ ଏମପି ଥିଲେ। ଶ୍ରେୟାସୀଙ୍କ ମା’ ପୁତୁଲ ସିଂହ ମଧ୍ୟ ପୂର୍ବରୁ ଏମପି ଥିଲେ। ତେବେ ୨୦୧୪ ମସିହାରେ ଶ୍ରେୟାସୀ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ଜିତିଥିଲେ।ପୁଣି ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶ୍ରେୟାସୀ ଜବରଦସ୍ତ ପ୍ରଦର୍ଶନ କରି ଦେଶ ପାଇଁ ସ୍ଵର୍ଣ ପଦକ ଜିତିଥିଲେ। ଖେଳ ପ୍ରତି ତାଙ୍କର ଯୋଗଦାନକୁ ଦୃଷ୍ଟିରେ ରଖି ୨୦୧୮ରେ ତାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking