21.1 C
Bhubaneswar
Wednesday, February 11, 2026
Homeଓଡିଶା୨୦ ଖଣ୍ଡ ମୂଲ୍ୟବାନ ଶାଳ ଚୌକାଠ ଜବତ : ୨ ଗିରଫ

୨୦ ଖଣ୍ଡ ମୂଲ୍ୟବାନ ଶାଳ ଚୌକାଠ ଜବତ : ୨ ଗିରଫ

କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖମଡିହା ଗ୍ରାମ ନିକଟରୁ ବନବିଭାଗ ଚଢ଼ାଉ କରି ୨୦ ଖଣ୍ଡ ଶାଳ ଚୌକାଠ ଜବତ କରିବା ସହ ଘଟଣାରେ ସଂପୃକ୍ତ ୨ ଜଣ କାଠ ଚିରାଳିକୁ ଗିରଫ କରିଛି ବନବିଭାଗ | ତେବେ ଗିରଫ ୨ ଅଭିଯୁକ୍ତ ହେଲେ ଆସାମ ରାଜ୍ୟର ଓଦଲ ଗଡି ଗ୍ରାମର ମହେଶ୍ଵର ବସୁମାତାରି (୪୨ ) ଓ ମହୁଲଡ଼ିହା ଥାନା ଅନ୍ତର୍ଗତ ସାତକୋଶିଆ ପ୍ରଧାନସାହି ଗ୍ରାମର ଗଣେଶ ଲିୟାଙ୍ଗ (୨୫) ବୋଲି ଜଣାପଡ଼ିଛି I ବନବିଭାଗ ଠାରୁ ମିଳିଥିବା ସୂଚନା ଅନୁଯାୟୀ କିଛିବର୍ଷ ପୂର୍ବରୁ ଆସାମ ରାଜ୍ୟରୁ ଆସି ଠାକୁରମୁଣ୍ଡା ଅଞ୍ଚଳରେ ରହି ଗିରଫ ହୋଇଥିବା ମହେଶ୍ଵର କାଠ ଚିରି ବିକ୍ରି କରୁଥିଲେ । ଖମଡ଼ିହା ଗ୍ରାମ ନିକଟ ଜଙ୍ଗଲରୁ ଶାଳଗଛ କାଟି ଚୌକାଠ ଚିରୁଥ‌ିବା ଖବରପାଇ ଠାକୁରମୁଣ୍ଡା ରେଞ୍ଜ ବନପାଳ ତପନ ମହାନ୍ତ, ଫରେଷ୍ଟ ଗାର୍ଡ ଗାୟତ୍ରୀ ମହାନ୍ତ ସମେତ ଅନ୍ୟ ବନକର୍ମଚାରୀ ଚଢ଼ାଉ କରି କାଠ ଚିରୁଥିବା ଏହି ଦୁଇଜଣକୁ ଧରିବା ସହ କାଠ ଚିରିବାରେ ବ୍ୟବହୃତ ସାମଗ୍ରୀକୁ ଜବତ କରିଥିଲେ I ଜବତ କାଠର ଆନୁମାନିକ ବଜାରମୂଲ୍ୟ ୨୦ ହଜାର ଟଙ୍କା ହେବ । ଏନେଇ ଠାକୁରମୁଣ୍ଡା ରେଞ୍ଜ ପକ୍ଷରୁ ୪୫ ନମ୍ବରରେ ମାମଲା ରୁଜୁ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking