31.1 C
Bhubaneswar
Wednesday, February 11, 2026
Homeଓଡିଶା୨୮ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

୨୮ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ଓଡିଶାର ଅନେକ ସ୍ଥାନରେ ମୌସୁମୀ ବର୍ଷା ଜାରି ରହିଛି। ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବିଭିନ୍ନ ସ୍ଥାନରେ ଭାରି ବର୍ଷାର ସମ୍ଭାବନା ରହିଛି । ଆଜି କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣାଞ୍ଚଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚିଳିକ ପାଣିପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ଆସନ୍ତା ୨୪ ଘଣ୍ଟାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅତିପ୍ରବଳ ବର୍ଷା ପାଇଁ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ନୂଆପଡ଼ାରେ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ସେହିପରି ପ୍ରବଳ ବର୍ଷା ପାଇଁ ଅନୁଗୁଳ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଢେଙ୍କାନାଳ, ସମ୍ବଲପୁର, ବରଗଡ, କଟକ, ନୟାଗଡ, ଦେଓଗଡ ଓ ଝାରସୁଗୁଡା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଶନିବାର ଓ ରବିବାର ମଧ୍ୟ କିଛି ଜିଲ୍ଲାରେ ବର୍ଷା ନେଇ ଆକଳନ କରାଯାଇଛି। ପାଣିପାଗ ବିଜ୍ଞାନୀଙ୍କ ସୂଚନା ଅନୁଯାୟୀ ମାଲକାନଗିରି, କୋରାପୁଟ୍, ନବରଙ୍ଗପୁର, ନୂଆପଡା ଓ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ରାଜ୍ୟ ଉପରେ ସକ୍ରିୟ ଥିବା ୩ଟି ପାଣିପାଗ ନିୟାମକକୁ ନେଇ ଜାରି ରହିଛି ବର୍ଷା। ଫଳରେ ରାଜ୍ୟରେ ୪ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଓଡି଼ଶାର ବିଭିନ୍ନ ଅଞ୍ଚଳରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ନେଇ ସମ୍ଭାବନା ରହିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking