32.1 C
Bhubaneswar
Friday, October 18, 2024
Homeଅପରାଧବାହାଘରର ଦୁଇ ଦିନ ପୂର୍ବରୁ ଝିଅକୁ ହତ୍ୟା କଲା ଭାବି ସ୍ୱାମୀ

ବାହାଘରର ଦୁଇ ଦିନ ପୂର୍ବରୁ ଝିଅକୁ ହତ୍ୟା କଲା ଭାବି ସ୍ୱାମୀ

ରାୟପୁର: ଛତିଶଗଡ଼ର ଦୁର୍ଗ ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ବାହାଘରର ଦୁଇ ଦିନ ପୂର୍ବରୁ ପୁଅଟି ବିବାହ କରିବାକୁ ସ୍ଥିର କନ୍ୟାକୁ ହତ୍ୟା କରିଛି । ମିଳିଥିବା ସୂଚନା ଅନୁସାରେ ପୁଅଟି ଏକ ପୋଖରୀ ପାଖରେ ଦେଖାକରିବାକୁ ରାତି ଅଧରେ ଝିଅଟିକୁ ଡାକିଥିଲା । ହେଲେ ସେଠାରେ ଦୁହିଁଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏହାକୁ ନେଇ ଉକ୍ତ ଯୁବକ ଜଣଙ୍କ ହେବାକୁ ଥିବା ପତ୍ନୀକୁ ମାରି ସେଠାରେ ଫୋପାଡ଼ି ଦେଇଥିଲା ।
ପ୍ରଥମେ ଝିଅଟିର ପରିବାର ଏହାକୁ ଆତ୍ମହତ୍ୟା ବୋଲି ଧରିନେଇଥିଲେ ।

କିନ୍ତୁ ପୋଲିସ ଯେତେବେଳେ ଏହି ଘଟଣାର ତଦନ୍ତ କରିଥିଲା ସେତେବେଳେ ଏହା ହତ୍ୟା ବୋଲି ସୁରକ୍ ପାଇଥିଲା । ପୋଲିସ ଏହି ଘଟଣାରେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି । ଅଭିଯୁକ୍ତ ଯୁବକ ସହିତ ଜୁଲାଇ ୧୨ରେ ମେଡେସରା ଅଞ୍ଚଳର ତେଜଶ୍‌଼ବିନୀ ଯୋଶୀଙ୍କ ବିବାହ ସ୍ଥିର ହୋଇଥିଲା । ଏହାର ପୂର୍ବରୁ ଅର୍ଥାତ ୧୦ ଜୁଲାଇରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ପୋଲିସର ସୂଚନା ଅନୁସାରେ ୧୦ ଜୁଲାଇରେ ଅଭିଯୁକ୍ତ ଝିଅଟିକୁ ଦେଖାକରିବାକୁ ଡାକିଥିଲା । ବିବାହକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏହି ସମୟରେ ଝିଅଟି ସିଡ଼ିରୁ ତଳକୁ ପଡ଼ିଯାଇ ବେହୋସ ହୋଇଯାଇଥିଲା । ହେଲେ ଝିଅଟି ମରିଯାଇଥିବା ଭାବି ଅଭିଯୁକ୍ତ ପୋଖରୀକୁ ପକାଇ ଦେଇ ଚାଲି ଆସିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking