32.1 C
Bhubaneswar
Friday, October 18, 2024
Homeଅପରାଧନୂଆବଗ ନିକଟରେ ଗୁଳିକାଣ୍ଡ, ଯୁବକ ମୃତ

ନୂଆବଗ ନିକଟରେ ଗୁଳିକାଣ୍ଡ, ଯୁବକ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳରେ ଘଟିଛି ଗୁଳିକାଣ୍ଡ । ରାସୋଳ ଥାନା ଅନ୍ତର୍ଗତ ନୂଆବଗ କେନାଲ ହୁଡ଼ାରେ ଜଣେ ଯୁବକଙ୍କୁ ଗୁଳିମାଡ଼ କରାଯାଇଛି । ଘଟଣାସ୍ଥଳରେ ଉକ୍ତ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ବାଲିମି ଥାନା ଅନ୍ତର୍ଗତ ମହାଲୁଣ୍ଡା ଗ୍ରାମର ସୁବାଷ ସାହୁ ବୋଲି ଜଣାପଡ଼ିଛି । ସୁବାଷ ଜଣେ ବିଜେପି ଦଳର ଦୃଢ଼ ସମର୍ଥକ ଏବଂ ଗ୍ରାମ ଜଳ ବିଭାଜିକା ମିଶନ କମିଟିର ସଭାପତି ବୋଲି ଜଣାପଡ଼ିଛି । ରାସୋଳଠାରେ ଥିବା ଜଳ ବିଭାଜିକା ମିଶନ ଅଫିସରୁ କାମ ସାରି ନିଜ ଗାଁକୁ ବାଇକ୍ ଯୋଗେ ଫେରୁଥିବାବେଳେ ସୁବାଷଙ୍କୁ ଖୁବ୍ ନିକଟରୁ ଗୁଳିମାଡ଼ କରାଯାଇଛି । ବାଇକ୍ ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ଅନୁସରଣ କରି ନୂଆବଗ କେନାଲ ହୁଡ଼ାରେ ଗୁଳିମାଡ଼ କରିଛନ୍ତି । ସୁବାଷଙ୍କ ଛାତିରେ ଦୁଇ ରାଉଣ୍ଡ୍ ଗୁଳି ଲାଗିଛି । ସୁବାଷଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଗୁଳିକାଣ୍ଡ ଘଟାଇ ଦୁଇ ଦୁର୍ବୃତ୍ତ ପଳାଇ ଯାଉଥିବାବେଳେ ନୂଆବଗ ଜଙ୍ଗଲରୁ ଗ୍ରାମବାସୀଙ୍କ ସହାୟତାରେ ପୁଲିସ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଛି । ଅନ୍ୟ ଜଣଙ୍କୁ ଗିରଫ ପାଇଁ ପୁଲିସ ଉକ୍ତ ଜଙ୍ଗଲରେ ଛାନଭିନ୍ ଜାରି ରଖିଛି । ତେବେ ଗୁଳିକାଣ୍ଡର ପ୍ରକୃତ କାରଣ କ’ଣ ଜଣ ପଡ଼ିନଥିଲେ ମଧ୍ୟ ଜଳ ବିଭଜିକା ମିଶନର କମିଟିକୁ କେନ୍ଦ୍ରକରି ରାଜନୈତିକ ବିବାଦରୁ ଶତ୍ରୁତା ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଇଛି । ଏପଟେ ମୃତଦେହ ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିଛି । ମାତ୍ର ସୁଭାଷ ନିଜ ବାପା ମା’ଙ୍କ ସହିତ କଟକରେ ରହୁଥିବା ବେକେ ଗତ ୩ବର୍ଷ ହେଲା ଗାଁକୁ ଆସି ନିଜ ଜେଜେ ମା’ଙ୍କ ପାଖରେ ରହୁଥିଲେ । ଗତ ନିର୍ବାଚନରେ ବିଜେପି ଦଳର ଦୃଢ଼ ସମର୍ଥକ ଭାବେ ମଧ୍ୟ କାମ କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking