25.1 C
Bhubaneswar
Thursday, February 12, 2026
Homeଓଡିଶାପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣା: ଜେଲ୍‌ରୁ ମୁକୁଳିଲେ ଶିବଶଙ୍କର

ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣା: ଜେଲ୍‌ରୁ ମୁକୁଳିଲେ ଶିବଶଙ୍କର

ବ୍ରହ୍ମପୁର: ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଶିବଶଙ୍କର ଦାଶ ଓରଫ ପିଣ୍ଟୁଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ୪୦ ହଜାର ଟଙ୍କାର ଦୁଇ ଜଣ ସ୍ଥାନୀୟ ଜାମିନଦାରଙ୍କ ବଦଳରେ ନିମ୍ନ ଅଦାଲତ ଶ୍ରୀ ଦାଶଙ୍କୁ ଜାମିନରେ ଛାଡ଼ିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାମିନରେ ଛାଡ଼ ପାଇବା ପରେ ସମାନ ଧରଣର କୌଣସି ଅପରାଧରେ ସେ ସଂପୃକ୍ତ ହେବେ ନାହିଁ, ତଦନ୍ତରେ ସହଯୋଗ କରିବେ, ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଆବଶ୍ୟକ ବେଳେ ହାଜର ହେବେ, ଟ୍ରାଏଲ ବେଳେ ସବୁ ତାରିଖରେ ନିମ୍ନ ଅଦାଲତରେ ଉପସ୍ଥିତ ରହିବେ, ଏତଲାକାରୀ ଓ ପୀଡ଼ିତଙ୍କୁ ଧମକ ବା ଭୟଭୀତ କରିବେ ନାହିଁ, ତିନି ମାସ ପର୍ଯ୍ୟନ୍ତ ପ୍ରତି ୧୫ ଦିନରେ ଥରେ ରବିବାର ଦିନ ୧୦ଟାରୁ ୧ଟା ଭିତରେ ସ୍ଥାନୀୟ ଥାନାରେ ହାଜର ହେବେ ବୋଲି ହାଇକୋର୍ଟ ସର୍ତ୍ତାରୋପ କରିଛନ୍ତି। ଯଦି ଆବେଦନକାରୀ ସର୍ତ୍ତ ଉଲ୍ଲଂଘନ କରନ୍ତି ତେବେ ତାଙ୍କ ଜାମିନ ବାତିଲ ହେବ। ନିମ୍ନ ଅଦାଲତ ଚାହିଁଲେ ଅନ୍ୟ ସର୍ତ୍ତ ମଧ୍ୟ ଧାର୍ଯ୍ୟ କରି ପାରିବେ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଦାଶଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking