23.1 C
Bhubaneswar
Wednesday, January 15, 2025
Homeଓଡିଶାବର୍ଜ୍ୟ ଜରିରୁ ଆତ୍ମନିର୍ଭର ମାଙ୍କିଡ଼ିଆ ପରିବାର

ବର୍ଜ୍ୟ ଜରିରୁ ଆତ୍ମନିର୍ଭର ମାଙ୍କିଡ଼ିଆ ପରିବାର

ଯାଜପୁର : ଯାଜପୁର ଜିଲ୍ଲା ର ସୁକିନ୍ଦା ଖଣି ଉପତ୍ୟକା ରେ ମଙ୍କଡିଆ ଜନ ଜାତି ବାସ କରନ୍ତି l ସେମାନଙ୍କ ବଂଶ କ୍ରମଶଃ ଲୋପ ହେବାକୁ ବସିଲାଣି l ଏହି ଜନ ଜାତି ସମସ୍ତେ ପ୍ରାୟ ନିରକ୍ଷର l ଶିକ୍ଷା ସେମାନଙ୍କ ପାଇଁ ସାତ ସ୍ବପ୍ନ l ସେମାନେ ଜଙ୍ଗଲ ଜମି ରେ କୁଡିଆ ଘର କରି ବହୁ ବର୍ଷ ଧରି ସେମାନଙ୍କ ପୁର୍ବ ପୁରୁଷ ବସ ବାସ କରି ରହୁ ଥିବାରୁ ସେମାନେ ନାମ ରେ ପଟା ବା ସରକାରି ନଥି ପତ୍ର ରେ ରେକର୍ଡ ନାହି l ନିୟମ ଅନୁସାରେ ସରକାରି ଉନ୍ନୟନ ଯୋଜନା ରୁ ବଞ୍ଚିତ ପର୍ବ ପୁରୁଷ ମାନେ ଗାଁ ଗଣ୍ଡା ବୁଲି ମାଙ୍କଡ ନଚାଇ ଯାହା ଚାଉଳ ଟଙ୍କା ପଇସା ପାଈ ପାରିବାର ପ୍ରତି ପୋଷଣ କରୁ ଥିଲେ l ସେଥିରେ ପରିବାର ପ୍ରତି ପୋଷଣ କରି ଅସୁ ଥିଲେ l ପଶୁ ପକ୍ଷୀ ଙ୍କ ପାଇଁ ଆଇନ ଅନୁସାରେ ମାଙ୍କଡ଼ ମାନଂକୁ ନଚାଇବ ଆଇନଗତ ଏକ ଅପରାଧ ହୋଇ ଥିବାରୁ ସେମାନେ ମାଙ୍କଡ଼ ନଚlଇବl କାର୍ଯ୍ୟ ଛାଡ଼ି ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି l ଅତିକଷ୍ଟ ରେ ଜୀବନ ଯାପନ କରୁଛନ୍ତି l ଦେହ ଖରାପ ହେଲେ ଚେର ମୁଲିକା ଗୁଣିଆ ଙ୍କ ଉପର ଆଗlଡ ବିଶ୍ବାସ ବିଭିନ୍ନ ରୋଗ ରେ ପଡ଼ି କମ ବୟସରେ ମୃତ୍ୟୁ ବରଣ କରୁ ଥିବରୁ ସେମାନଙ୍କ ବଂଶ ଲୋପ ହେବାକୁ ଯାଇଚି l ଏବେ ସେମାନଙ୍କ ମଣ୍ଡ ରେ ଏକ ଭଲ ଉପାୟ ଜୁଟିଚି l
: ବର୍ଜ୍ୟ ଜରିରୁ ଆତ୍ମ ନିର୍ଭର ହେଉଛନ୍ତି ୧୦ ରୁ ୧୨ ଜଣ ମାଙ୍କିଡ଼ିଆ ବୃଦ୍ଧବୃଦ୍ଧା। ଏଣେତେଣେ ଫିଙ୍ଗା ହେଉଥିବା ଛିଣ୍ଡା ସିମେଣ୍ଟ୍‌ ଜରି ଅଖାକୁ ସଂଗ୍ରହକରି ଫୁରୁସତ ସମୟରେ ଦଳବଦ୍ଧ ହୋଇ କାମରେ ମାତୁଛନ୍ତି ଏହି ବରିଷ୍ଠ ନାଗରିକମାନେ। ସଂପୂର୍ଣ୍ଣ ନିରକ୍ଷର ହୋଇ ସୁସ୍ଥ ପରିବେଶ ଦିଗରେ ମହତ୍ବପୂର୍ଣ୍ଣ ଭୂମିକା ତୁଲାଇ ଛନ୍ତି ସେମାନେ ଜାଣି ନାହାନ୍ତି l ଖଣି ଅଞ୍ଚଳ ରେ ପରିବେଶ କୂ ସୁସ୍ଥ ରଖିଛନ୍ତି l ଖଣି ଅଞ୍ଚଳ ରେ ବେବହୁତ ପ୍ଲାଷ୍ଟିକ ବ୍ୟାଗ୍ ଜାରି ଗୁଡିକ ସଂଗ୍ରହ କରି ବିଭିନ୍ନ ସାମଗ୍ରୀ ତିଆରି କରି ଵିକ୍ର କରି ଅର୍ଥ ଉପlର୍ଯ୍ୟନ ବାଟ ବାହାର କରୁଛନ୍ତି l ଏହି ଜନ ଜାତି ର ୯ ଦମ୍ପତି ବୁଧୁବାରୀ ଓ ଆକାଲ ମାଙ୍କିଡ଼ିଆ, ଗୁରୁବାରୀ ଓ ବେଲାକ ମାଙ୍କିଡ଼ିଆ, ଫରେନ ଓ ଅମିରସିଂହ ମାଙ୍କିଡ଼ିଆ, ସମ୍ବାରୀ ଓ ତୀରବନ ମାଙ୍କିଡ଼ିଆ, ଗଡ଼ଏ ଓ ସାଲଖାନ ମାଙ୍କିଡ଼ିଆ, ସୁନ୍ଦରୀ ଓ ରିଚିସି ମାଙ୍କିଡ଼ିଆ, ମୁଣ୍ଡେରି ଓ ମାଷ୍ଟର ମାଙ୍କିଡ଼ିଆ, ସାକାମ୍‌ ଓ ହାଲୁ ମାଙ୍କିଡ଼ିଆ ଏବଂ କୁମାରୀ ଓ କୁନିଆ ମାଙ୍କିଡ଼ିଆଙ୍କ ସହିତ ଅନ୍ୟମାନେ ହେଲେ କର୍ଣ୍ଣ ମାଙ୍କିଡ଼ିଆ, ପୁଣ୍ଡାକୁଳି ମାଙ୍କିଡ଼ିଆ, ଅଭି ମାଙ୍କିଡ଼ିଆ ଓ ହାଲୁ ମାଙ୍କିଡ଼ିଆ।
ଖଣିଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାମରେ ବ୍ୟବହୃତ ଖାଲି ସିମେଣ୍ଟ୍‌ ଜରିବସ୍ତା ଗୁଡ଼ିକୁ ଏଣେତେଣେ ଫିଙ୍ଗା ଯାଉଥିବା ଦେଖି ଏଥିରୁ ରୋଜଗାର ବାଟ ବାହାର କରିଛନ୍ତି ବିଲୁପ୍ତ ଜନଜାତି ବର୍ଗର ଏହି ବ୍ୟକ୍ତିମାନେ। ଖଣି ଅଞ୍ଚଳ ରେ ବିଭନ୍ନ କଠିନ ପରିଶ୍ରମ କରି ବିଶ୍ରାମ ନ ନେଇ ସଂଗ୍ରହ କରି ଥିବା ପ୍ଲାଷ୍ଟିକ ବ୍ୟାଗ୍ ଜରି କୂ ଆଣି ଏମାନେ ଘଣ୍ଟାଘଣ୍ଟା ଧରି ଦଉଡ଼ି ପ୍ରସ୍ତୁତିରେ ଲାଗିଥିବା ଦେଖିବାକୁ ମିଳୁଛି। ରାସ୍ତାକଡ଼ରେ ଫିଙ୍ଗା ହୋଇଥିବା ମଇଳା ଜରି ବସ୍ତାକୁ ସେମାନେ ସଂଗ୍ରହ କରିବା ପରେ ଏସବୁକୁ ବସ୍ତି ପାଖ ଡମଶାଳ ନାଳକୁ ନେଇ ଭଲଭାବେ ଧୋଇ ସଫା କରିଥାନ୍ତି ଓ ଖରା ରେ ଶୁଖାଇ ଥାଆନ୍ତି l ଶୁଖିଲା ଜରିଅଖାରୁ କେରାକେରା ପ୍ଲାଷ୍ଟିକ୍‌ ସୂତା କାଢ଼ିଥାନ୍ତି। ଏଥିରୁ ବିଭିନ୍ନ କିସମର ଦଉଡ଼ି ବଳାଯାଇଥାଏ। ଗୋରୁଗାଈ ଓ ଛେଳିମେଣ୍ଢା ବନ୍ଧା ପାଇଁ ବ୍ୟବହୃତ ବିଭିନ୍ନ ମୋଟେଇ ଓ ଆକୃତିର ପଘା, ଘର ଖାଦ୍ୟପଦାର୍ଥ ସାଇତିବାକୁ ହେଉ କିମ୍ବା ଭାରରେ ବ୍ୟବହୃତ ଶିକା ପାଇଁ ବଇନା ଓ ଚାହିଦା ଆଧାରରେ ଦଉଡ଼ି ତିଆରି କରିଥାନ୍ତି। ଗୋଟିଏ ଗୋଟିଏ ପଘା ର ମୂଲ୍ୟ ୨୫ ରୁ ଶହେ ଟଙ୍କା, ଶିକା ଓ ଭାର ଦଉଡ଼ିର ମୂଲ୍ୟ ଶହେରୁ ୨ଶହ ଟଙ୍କା ଓ ଅନ୍ୟ କାମରେ ଲାଗୁଥିବା ଲମ୍ବା ଦଉଡ଼ିର ମୂଲ୍ୟ ଶହେରୁ ୫ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ ଏହିକାମ କରି ସେମାନେ ଦିନକୁ ଶହେରୁ ୨ ଶହ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା କହନ୍ତି। ଅତ୍ୟନ୍ତ ଦୁଃଖକଷ୍ଟ ଓ ଅଭାବ ଅନଟନରେ ଚଳିଆସିଥିବା ଏହି ବୃଦ୍ଧବୃଦ୍ଧାଙ୍କ ମଧ୍ୟରୁ ୧୫ ଜଣ ମଧୁବାବୁ ପେନସନ ଯୋଜନାରୁ ବଞ୍ଚିତ ଥିବା ଅଭିଯୋଗ ହୁଏ। ଦଉଡ଼ି ପ୍ରସ୍ତୁତ କାମରୁ ମିଳୁଥିବା ଅର୍ଥରେ ନିଜ ତଥା ପରିବାରର ତେଲଲୁଣ ସଂସାର କୂ ପତି ପୋଷଣ କରିଥାନ୍ତି। ବେଳେବେଳେ ଏହି କାମ କରୁଥିବା ସମୟରେ ହାତ ପାପୁଲି ଓ ଗୋଡ଼ ବୃଦ୍ଧାଙ୍ଗୁଳିରେ କ୍ଷତ ହେଉଥିବା ସାଧାରଣରେ ଅଭିଯୋଗ ହୁଏ। ବର୍ଜ୍ୟ ଜରିକୁ କାମରେ ଲଗାଉଥିବା ସହିତ ନିଜନିଜ ଅଜାଣତରେ ପରିବେଶ ପ୍ରଦୂଷଣ ରୋକିବାରେ ମହତ୍ବପୂର୍ଣ୍ଣ ଭୂମିକା ତୁଲାଇ ଥାଆନ୍ତି l ଏହି ବ୍ୟକ୍ତିମାନଙ୍କୁ ବିରହୋଡ଼-ଜୁଆଙ୍ଗ ଉନ୍ନୟନ ସଂସ୍ଥା ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ସହାୟତା ଯୋଗାଇ ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି। ସେମାନଙ୍କୁ ବାସ କରୁ ଥିବା ଜନିର ପଟା ଦେବl ସହ ଆବାସ ଯୋଜନାରେ ଗୃହ ପିଲା ମାନଙ୍କୁ ଶିକ୍ଷା ଦେବା ସହ ଚିକିତ୍ସା ସୁବିଧା ସ୍ଵତନ୍ତ୍ର
ଯୋଗାଇ ଦେବା ସହ ଜନ ସଚେତନା କାରା ଗଲେ ସେମାନଙ୍କ ବିଲୁପ୍ତ ସମାଜ ତିଷ୍ଟି ପାରନ୍ତା!

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking