ଭୁବନେଶ୍ୱର : ଶଙ୍ଖ ଭବନ ପ୍ରସଙ୍ଗରେ ବିଜେଡିର ପ୍ରେସମିଟ୍ । ପାର୍ଟି ଅଫିସ ପାଇଁ ବିଜେଡିକୁ ୧ ଏକର ୧୩୮ ମିଳିଥିଲା । ବିଜେଡି କହିଲା ବେଆଇନ ନୁହେଁ ଶଙ୍ଖ ଭବନ । ଖାରବେଳନଗରରେ ବିଜେପିକୁ ମଧ୍ୟ ଜମି ଆବଣ୍ଟନ ହୋଇଥିଲା । ବେଞ୍ଚମାର୍କ ଭ୍ୟାଲ୍ୟୁ ଦେଇ ସରକାରଙ୍କ ଠାରୁ ଜମି କିଣାଯାଇଛି । ଜମି ପାଇଁ ପ୍ରାୟ ୧୩ ଲକ୍ଷ କୋଟି ପୈଠ କରାଯାଇଥିଲା । ରାଜସ୍ୱମନ୍ତ୍ରୀଙ୍କ ମନ୍ତବ୍ୟର ଜବାବ ରଖିଲା ବିଜେଡି । ମନ୍ତ୍ରୀଙ୍କୁ ବୋଧହୁଏ ସବୁ ତଥ୍ୟ ଅବଗତ କରାଯାଇନାହିଁ । ବିଜେପି ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି ବୋଲି କହିଲା ବିଜେଡି ।