17.1 C
Bhubaneswar
Wednesday, February 11, 2026
Homeଓଡିଶାଯୁବତୀଙ୍କ ମୁଣ୍ଡରୁ ବାହାରିଲା ଆଉ ୭ଟି ଛୁଞ୍ଚି

ଯୁବତୀଙ୍କ ମୁଣ୍ଡରୁ ବାହାରିଲା ଆଉ ୭ଟି ଛୁଞ୍ଚି

ସମ୍ବଲପୁର : ଯୁବତୀଙ୍କ ମୁଣ୍ଡରୁ ବାହାରିଲା ଆଉ ୭ଟି ଛୁଞ୍ଚି। ଗୁଣି ଗାରେଡିର କରୁଣ ପରିଣତି। ତେବେ ଗତକାଲି ତାଙ୍କ ମୁଣ୍ଡରୁ ୭୦ଟି ଛୁଞ୍ଚି ବାହାର କରାଯାଇଥିଲା। ବୁର୍ଲା ଭୀମସାରେ ୧୦ ଜଣିଆ ଡାକ୍ତରୀ ଟିମ୍ ପକ୍ଷରୁ ଏହି ଅସ୍ତ୍ରୋପଚାର କରାଯାଇଛି। ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଇଂଚଗାଁରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ, ଉକ୍ତ ଯୁବତୀ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ସିଟି ସ୍କାନରୁ ଯୁବତୀଙ୍କ ମୁଣ୍ଡ ଭିତରେ ଏକାଧିକ ଛୁଞ୍ଚି ରହିଥିବା ଜଣାପଡିଥିଲା। ଏହାପରେ ଗୁରୁବାର ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଥିଲା। ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଇଂଚ ଗାଁର ବିଷ୍ଣୁ ବେହେରାଙ୍କ ଝିଅ ରେଶମା ବେହେରା ଗତ ୪ ବର୍ଷ ତଳେ କୌଣସି କାରଣରୁ ଅସୁସ୍ଥତା ଅନୁଭବ କରିଥିଲେ। ଡାକ୍ତରୀ ଚିକିତ୍ସା ପରେ ମଧ୍ୟ ସେ ସୁସ୍ଥ ନହେବାରୁ ତାଙ୍କ ବାପା ତାଙ୍କୁ କଣ୍ଟାବାଞ୍ଜି ଥାନା ଜାମୁଟଝୁଲା ଗାଁର ତାନ୍ତ୍ରିକ ସନ୍ତୋଷ ରଣାଙ୍କ ନିକଟକୁ ନେଇଥିଲେ। ସେଠାରେ ତାନ୍ତ୍ରିକ ସନ୍ତୋଷ ରେଶମାଙ୍କ ମୁଣ୍ଡରେ ଏକାଧିକ ଲୁହା କଣ୍ଟା ଫୋଡ଼ିଥିବା ସନ୍ଦେହ କରାଯାଉଛି। ଏନେଇ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଥିଲେ ରେଶମାଙ୍କ ବାପା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking