17.7 C
Bhubaneswar
Friday, December 27, 2024
Homeଦେଶ ବିଦେଶଘରୋଇ ସଂସ୍ଥାରେ କର୍ଣ୍ଣାଟକ ସରକାରଙ୍କ ଚାକିରି ସଂରକ୍ଷଣ ବ୍ୟବସ୍ଥା

ଘରୋଇ ସଂସ୍ଥାରେ କର୍ଣ୍ଣାଟକ ସରକାରଙ୍କ ଚାକିରି ସଂରକ୍ଷଣ ବ୍ୟବସ୍ଥା

କର୍ଣ୍ଣାଟକ: କର୍ଣ୍ଣାଟକ ସରକାର ରାଜ୍ୟବାସୀଙ୍କ ପାଇଁ ଘରୋଇ ସଂସ୍ଥାରେ ଚାକିରି ସଂରକ୍ଷଣ ବ୍ୟବସ୍ଥା ଆଣିଛନ୍ତି । ଅଣ-ପରିଚାଳନା କ୍ଷେତ୍ରରେ ୭୦ ପ୍ରତିଶତ ଏବଂ ପରିଚାଳନା କ୍ଷେତ୍ରରେ କର୍ମଚାରୀଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରାଯାଇଛି । ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆ ଯାଇଥିବା ଶ୍ରମ ମନ୍ତ୍ରୀ ସନ୍ତୋଷ ଲାଡ କହିଛନ୍ତି । ଏହି ନିଷ୍ପତ୍ତି କ୍ରମେ ରାଜ୍ୟର ସମସ୍ତ ଘରୋଇ ସଂସ୍ଥାରେ କେବଳ କନ୍ନଡ଼ିଗା ବା କର୍ଣ୍ଣାଟକବାସୀ ହିଁ ଅଧିକ ନିଯୁକ୍ତି ପାଇବେ । ଏହା ପୂର୍ବରୁ ଘରୋଇ ସଂସ୍ଥାରେ ଶତ ପ୍ରତିଶତ ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଘୋଷଣା କରିଥିଲେ । ଏହା ପରେ ବିବାଦ ଉପୁଜିବାରୁ ତାଙ୍କ ପୋଷ୍ଟକୁ ଡିଲିଟ୍ କରି ଦେଇଥିଲେ ।

ପରେ ଶ୍ରମ ମନ୍ତ୍ରୀ ୭୦ ଓ ୫୦ ପ୍ରତିଶତ ସଂରକ୍ଷଣ ନେଇ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏକ ଏକ୍ସ ପୋଷ୍ଟରେ କହିଥିଲେ ଯେ, ରାଜ୍ୟର ସମସ୍ତ ବେସରକାରୀ ସଂସ୍ଥାରେ ଗ୍ରୁପ୍ ସି’ ଏବଂ ଡି’ ଗ୍ରେଡ୍ ପଦବୀ ପାଇଁ ଶତ ପ୍ରତିଶତ କନ୍ନଡବାସୀଙ୍କ ନିଯୁକ୍ତି ବାଧ୍ୟତାମୂଳକ କରାଯାଇଛି । ଗତକାଲି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ବିଲକୁ ଅନୁମୋଦନ ମିଳିଛି । କନ୍ନଡବାସୀଙ୍କୁ ସୁଖପ୍ରଦ ଜୀବନଯାପନର ସୁଯୋଗ ମିଳୁ ଏବଂ ସେମାନେ ନିଜ ମାଟିରେ ଚାକିରିରୁ ବଞ୍ଚିତ ନ ହୁଅନ୍ତୁ ବୋଲି ମୋ ଇଚ୍ଛା । ଏଥିପାଇଁ ଶତପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଅଣାଯାଇଥିବା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଏହି ପୋଷ୍ଟକୁ ଡିଲିଟ୍ କରି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking