28.1 C
Bhubaneswar
Sunday, March 29, 2026
Homeଅପରାଧଅଫିସରେ ଅଧିକାରୀଙ୍କ ଶାରୀରିକ ଓ ମାନସିକ ନିର୍ଯାତନା ହେଲା ଅସହ୍ୟ ; ଶେଷରେ ଝୁଲି ପଡ଼ିଲେ...

ଅଫିସରେ ଅଧିକାରୀଙ୍କ ଶାରୀରିକ ଓ ମାନସିକ ନିର୍ଯାତନା ହେଲା ଅସହ୍ୟ ; ଶେଷରେ ଝୁଲି ପଡ଼ିଲେ ଯୁବତୀ

ନୂଆଦିଲ୍ଲୀ : ଅଫିସରେ ଅଧିକାରୀଙ୍କ ଶାରୀରିକ ଓ ମାନସିକ ନିର୍ଯାତନା ହେଲା ଅସହ୍ୟ । ଶେଷରେ ଝୁଲି ପଡ଼ିଲେ ଯୁବତୀ। ଏପରି ଏକ ଅଭାବନୀୟ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ଯୁବତୀଜଣକ ନୋଏଡାସ୍ଥିତ ଏକ ବ୍ୟାଙ୍କରେ ଟେଲି କଲର ଭାବେ କାମ କରୁଥିଲେ। ମାତ୍ର ସେଠାରେ ଗତ କିଛି ଦିନ ହେଲା ସେ ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର ହେଉଥିଲେ। ଏନେଇ ସେ କିଛି ଦିନ ପୂର୍ବେ ପରିବାର ଲୋକଙ୍କୁ ବି ଜଣାଇଥିଲେ। ମାତ୍ର ଏହା ଅସହ୍ୟ ହେବାରୁ ମାନସିକ ଭାବେ ବିଚଳିତ ରହୁଥିବା ଯୁବତୀଜଣକ ଶେଷରେ ନିଜ ଜୀବନ ହାରିଛନ୍ତି। ସେ ଘରେ ଥିବା ବେଳେ କିଛି ବିଷାକ୍ତ ପଦାର୍ଥ ଖାଇ ଦେଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ଜିଟିବି ହସ୍ପିଟାଲ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି। ଯୁବତୀଙ୍କ ରୁମ୍‌ରୁ ଏକ ସୁଇସାଇଡ ନୋଟ୍‌ ମିଳିଥିବା ବେଳେ ସେଥିରେ ସେ ନିଜ ଉପରେ ବିତିଥିବା ନିର୍ଯାତନା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏହାପରେ ପରିବାର ଲୋକଙ୍କ ସୂଚନା ଆଧାରରେ ପୁଲିସ୍‌ ବ୍ୟାଙ୍କର ୩ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାଯାଇଛି। ଦିଲ୍ଲୀର ଆସିଷ୍ଟାଣ୍ଟ ପୁଲିସ୍‌ କମିଶନର ରବି କୁମାର ସିଂହ କହିଛନ୍ତି, ମୃତା ଯୁବତୀଙ୍କ ଅଫିସର ସିସିଟିଭି ଯାଞ୍ଚ କରାଯାଉଛି। ଏଥିସହ ତାଙ୍କ ସହ କାମ କରୁଥିବା ଅନ୍ୟ ସହଯୋଗୀଙ୍କୁ ବି ପଚରାଉଚରା କରାଯିବ । ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking