28.1 C
Bhubaneswar
Friday, October 18, 2024
Homeଓଡିଶା+ ୩ ତୃତୀୟ ମେଧା ତାଲିକା ପ୍ରକାଶିତ, ୧୮ରୁ ନାମଲେଖା

+ ୩ ତୃତୀୟ ମେଧା ତାଲିକା ପ୍ରକାଶିତ, ୧୮ରୁ ନାମଲେଖା

 ଭୁବନେଶ୍ୱର: ୨୦୨୪-୨୫ ଶିକ୍ଷାବର୍ଷରେ + ୩ ନାମଲେଖା ପାଇଁ ମଙ୍ଗଳବାର ତୃତୀୟ ମେଧା ତାଲିକା ପ୍ରକାଶ ପାଇଛି । ଏଥିରେ ମୋଟ ୪୪,୦୬୦ ଛାତ୍ରୀଛାତ୍ର ମନୋନୀତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୪,୮୭୮ଜଣ ଛାତ୍ରୀ, ୧୯,୧୮୧ଜଣ ଛାତ୍ର ଏବଂ ଜଣେ କିନ୍ନର ରହିଛନ୍ତି । ଏଥିରୁ ବିଜ୍ଞାନ ବିଭାଗ ପାଇଁ ୧୪,୩୩୨ଜଣ ଚୟନ ହୋଇଥିବା ବେଳେ କଳାରେ ୨୫,୭୯୧, ବାଣିଜ୍ୟରେ ୨,୮୮୦, ଶାସ୍ତ୍ରୀରେ ୧୯୮, ସେଲ୍ଫ ଫାଇନାନ୍ସିଂରେ ୮୧୬ ଏବଂ ଆଇନ ବିଭାଗରେ ୪୩ଜଣ ରହିଛନ୍ତି । ମନୋନୀତ ଛାତ୍ରଛାତ୍ରୀ ଛୁଟିଦିନ(୨୧ତାରିଖ) ବ୍ୟତୀତ ୧୮ତାରିଖ ସକାଳ ୯ଟାରୁ ୨୨ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ନାମଲେଖାଇବେ । ଅଗଷ୍ଟ ୧ରେ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ । ସୂଚନାଯୋଗ୍ୟ, ରାଜ୍ୟରେ ୧,୦୫୬ ଡିଗ୍ରୀ କଲେଜରେ ଯୁକ୍ତ ୩ ନାମଲେଖା ପ୍ରକ୍ରିୟା ଜାରି ରହିଛି । ଏ ସମସ୍ତ କଲେଜରେ ୨,୭୪,୩୩୧ ସିଟ୍ ଥିବା ବେଳେ ଚଳିତବର୍ଷ ମୋଟ ୨,୩୭,୭୯୫ଜଣ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ମୋଟ ୧,୨୦,୯୮୪ ଛାତ୍ରଛାତ୍ରୀ ନାମଲେଖାଇଛନ୍ତି । ବର୍ତ୍ତମାନ ୧,୫୩,୩୪୭ଟି ସିଟ୍ ଖାଲି ପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking