29.1 C
Bhubaneswar
Friday, October 18, 2024
Homeଓଡିଶାମହାନଦୀକୁ ଡେଇଁଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ମହାନଦୀକୁ ଡେଇଁଥିବା ଯୁବକଙ୍କ ମୃତଦେହ ଉଦ୍ଧାର

କଟକ : ଛତ୍ରବଜାର ଅଞ୍ଚଳର ଯୁବକ ପ୍ରଶାନ୍ତ ରାଉତ (୨୯) ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଏନେଇ ସୋମବାର ରାତି ୧୨ଟାରେ ଅଗ୍ନିଶମ ବାହିନୀକୁ ସୂଚନା ମିଳିଥିଲା । ମଙ୍ଗଳବାର ଅପରାହ୍ଣ ୪ଟା ବେଳେ ମୃତଦେହ ମହାନଦୀ ଜଳରୁ ଉଦ୍ଧାର ହୋଇ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲକୁ ପଠାଯାଇଥିବା ଜଣାଯାଇଛି । ସୂଚନା ଅନୁସାରେ, ମୃତ ପ୍ରଶାନ୍ତ ମହାନଦୀର ଯୋବ୍ରା ମ୍ୟୁଜିୟମ ସମ୍ମୁଖ ଲଭର୍ସ ପଏଣ୍ଟ ସ୍ଥାନରୁ ମହାନଦୀକୁ ଡେଇଁଥିବା ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଉକ୍ତ ସ୍ଥାନରେ ପଡ଼ିଥିବା ପ୍ରଶାନ୍ତ ରାଉତଙ୍କ ଚପଲ ଓ ବାଇକ ଉଦ୍ଧାର ହୋଇଥିଲା । ବକ୍ସିବଜାର ଅଗ୍ନିଶମ ବାହିନୀ କର୍ମଚାରୀମାନେ ଯୋବ୍ରା ମ୍ୟୁଜିୟମ ସମ୍ମୁଖ ଜଳରାଶିରେ ରାତି ୨ଟା ଯାଏ ଖୋଜାଖୋଜି କରିଥିଲେ । ମାତ୍ର ପାଣିକୁ ଡେଇଁଥିବା ଯୁବକଙ୍କ ପତ୍ତାମିଳିନଥିଲା । ପରଦିନ ସକାଳ ୫ଟାରୁ ଦିନ ୧୨ଟା ଯାଏ ଖୋଜାଯାଇଥିଲେ ବି କୌଣସି ସନ୍ଧାନ ମିଳିନଥିଲା । ଅଗ୍ନିଶମ କର୍ମଚାରୀମାନେ ଅଣ୍ଡର ୱାଟର ସର୍ଚ୍ଚ କ୍ୟାମେରା, ସ୍କୁବା ସେଟ୍ ଆଦି ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରି ୪ଟା ବେଳେ ଖୋଜିବା ସମୟରେ ନଦୀଜଳରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏନେଇ ମଙ୍ଗଳାବାଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଅପରପକ୍ଷରେ ସୋମବାର ରାତିରେ ପ୍ରଶାନ୍ତ ରାଉତ ଘରୁ ରାଗି ଆସିଥିଲା ବେଳେ ସେ ଆଉ ଘରକୁ ଫେରିନଥିଲେ ବୋଲି ପରିବାର ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking