21.1 C
Bhubaneswar
Sunday, December 21, 2025
Homeଓଡିଶାରାଜଭବନ ସମ୍ମୁଖରେ ଧାରଣା ଦେଲେ ପ୍ରଦେଶ ଛାତ୍ର ଓ ଯୁବ କଂଗ୍ରେସ

ରାଜଭବନ ସମ୍ମୁଖରେ ଧାରଣା ଦେଲେ ପ୍ରଦେଶ ଛାତ୍ର ଓ ଯୁବ କଂଗ୍ରେସ

ଭୁବନେଶ୍ୱର : ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଓ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ମାନ୍ୟବର ରାଜ୍ୟପାଳଙ୍କ ପୁଅ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଏଏସ୍‌ଓ ବୈକୁଣ୍ଠ ନାଥ ପ୍ରଧାନଙ୍କୁ ନ୍ୟାୟ ଦାବିରେ ରାଜଭବନ ସମ୍ମୁଖରେ ଦିନ ୧୦ ଘଟିକା ଠାରୁ ଦିନ ୩ ଘଟିକା ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲା । ଧାରଣା ଶେଷର ନିଜ କର୍ତବ୍ୟ ପାଳନ କରିବାରେ ଅସମର୍ଥ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳୀକା ଦାୟ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି କହିଛନ୍ତି ଯେ ରାଜ୍ୟପାଳଙ୍କ ପୁଅଙ୍କର ସବୁଦୋଷକୁ ମାଫ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଷଡ଼ଯନ୍ତ୍ର କରୁଛନ୍ତି । ଏ ରାଜ୍ୟରେ ସାଧାରଣ ଲୋକଙ୍କ ପାଇଁ ଗୋଟିଏ ଏବଂ କ୍ଷମତାଶାଳୀ ଲୋକଙ୍କ ପାଇଁ ଆଉ ଗୋଟିଏ ଆଇନ ରହିଛି । କାରଣ କର୍ତବ୍ୟରତ ଏଏସ୍‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ କରିବାର ଗୋଟିଏ ସପ୍ତାହ ପରେ ମଧ୍ୟ ରାଜ୍ୟପାଳଙ୍କ ପୁଅ ଲଲିତ କୁମାର ଓ ତାଙ୍କର ୫ ଜଣ ଝାଡ଼ଖଣ୍ଡ ସହଯୋଗୀଙ୍କୁ ପୁଲିସ୍ ଗିରଫ କରିପାରିଲା ନାହିଁ । ରାଜ୍ୟପାଳଙ୍କ ପୁଅ ବୈକୁଣ୍ଠନାଥଙ୍କୁ ତାଙ୍କ ଚପଲ ଚାଟିବାକୁ କହିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ଅସହ୍ୟ କଥା । ସଚିବାଳୟର ସରକାରୀ କର୍ମଚାରୀ ସଂଗଠନମାନେ କେବଳ ଚିଠି ନ ଲେଖି ନିଜର ଜଣେ ନୀରିହ ସହଯୋଗୀଙ୍କ ପ୍ରତି ହୋଇଥିବା ଅତ୍ୟାଚାର ବିରୁଦ୍ଧରେ ସ୍ୱରଉତୋଳନ କରନ୍ତୁ ।

ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର କହିଥିଲେ ଯେ ଯେଉଁମାନେ ନିର୍ବାଚନ ସମୟରେ ଓଡ଼ିଆ ଅସ୍ମିତାର କଥା କହି ଘଂଟ ପିଟୁଥିଲେ, ଚିତ୍କାର କରୁଥିଲେ ଆଜି ସେମାନେ ଜଣେ ଅସହାୟ ଓଡ଼ିଆ ପାଇଁ ସ୍ୱର ଉତୋଳନ କରିବା ଦୁର୍ଭାଗ୍ୟଜନକ । ରାଜ୍ୟପାଳଙ୍କ ପ୍ରମୁଖ ସଚୀବ ଅଭିଯୋଗ ପ୍ରାପ୍ତ ହେଲା ପରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଘଟଣାକୁ ଘଂଟ ଘୋଡାଇବା କାମରେ ବ୍ୟସ୍ତ ରହିଛନ୍ତି । ଶ୍ରୀ ପାତ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଗୃହ ବିଭାଗ ସରକାରୀ ଚାକିରୀଆଙ୍କୁ ନ୍ୟାୟ ଦେବାରେ ଅସମର୍ଥ । ଏବେ ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜ୍ୟପାଳଙ୍କର ଜଣେ ବଚସ୍କର ଭାବରେ କାମ କରୁଛନ୍ତି ବୋଲି ଜଣାପଡ଼ୁଛି । ମାତ୍ର ବୈକୁଣ୍ଠନାଥ ପ୍ରଧାନ ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଏବଂ ରାଜ୍ୟପାଳଙ୍କ ପୁଅ ଗିରଫ ନ ହେବା ପର୍ଯ୍ୟନ୍ତ ଛାତ୍ର ଓ ଯୁବ କଂଗ୍ରେସ ଆନ୍ଦୋଳନ ଜାରି ରଖିବେ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଧାୟକ ତାରାପ୍ରସାଦ ବାହିନପତି କହିଥିଲେ ଯେ, ସରକାର ଓଡ଼ିଶାର ଆଇନ ବ୍ୟବସ୍ଥାକୁ ଦୁର୍ବଳ କରିଦେଇଛନ୍ତି । ରାଜ୍ୟପାଳଙ୍କ ପୁଅ ଉପରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନ ନେବା ଦୁର୍ଭାଗ୍ୟଜନକ । ଓଡ଼ିଆ ଜାତି ଓ ଓଡ଼ିଆ ଅସ୍ମିତାର କଥା କହୁଥିବା ସୌଦାଗରମାନେ ଏବେ ନିରବ ରହିଛନ୍ତି କଣ ପାଇଁ । ଜଣେ ଅସହାୟ ଓଡ଼ିଆକୁ ନ୍ୟାୟ ଦେବାରେ ମୁଖମନ୍ତ୍ରୀ ଓ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଭୂମିକା ସନ୍ଦେହପୂର୍ଣ୍ଣ ରହିଛି । ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ଆନ୍ଦୋଳନ ରାଜ୍ୟପାଳଙ୍କ ପୁଅ ଦଣ୍ଡ ନ ପାଇବା ପର୍ଯ୍ୟନ୍ତ ଚାଲୁ ରହିବ ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିଜୟ ପଟ୍ଟନାୟକ, ମାନସ ଚୌଧୁରୀ, ଜନକୀବଲ୍ଲଭ ପଟ୍ଟନାୟକ, ପ୍ରକାଶ ମିଶ୍ର, ସନ୍ତୋଷ ଜେନା, ମନୋଜ ରାଉତ, ମନୋରଞ୍ଜନ ଦାସ, ଗଣେଷ ଦାଶ, କିରଣ ସାହୁ, ଅଖିଳେଷ ଯାଦବ, ସିଦ୍ଧାର୍ଥସ୍ୱରୂପ ଦାସ, କୃଷ୍ଣ ମହାନ୍ତି, ନିହାର ବେହେରା, ଗୋପନ ମାର୍ଥା, ସୁଦିପ ସମାଲ, ମିର୍ଜା ଇସ୍‌ଲାମ୍ ବେଗ୍‌, ଅଶୋକ ଦାସ, ଅଜୟ ସାହୁ, ଜ୍ଞାନ ରଞ୍ଜନ ରାଉତ, ମହମ୍ମଦ ପରଭେଜ, ଅମିତା ଆଚାର୍ଯ୍ୟା, ସମ୍ବିତ ମଙ୍ଗରାଜ, ଶିଳ୍ପିଶ୍ରୀ ହରିଚନ୍ଦନ,ପ୍ରଶନ୍ନ ନାୟକ, ନଳୀନକାନ୍ତ ନାୟକ, ବିଶ୍ୱଭୂଷଣ ମହାପାତ୍ର, ବିଭୁ ପ୍ରସାଦ ଜେନା, ସୁରଜ ରାଉତ, ମୋହନ ନାୟକ, ଲିପୀକା ପାତ୍ର, ଲିପ୍ପା ନାୟକ, କାର୍ତିକେଶ୍ୱର କାଣ୍ଡି, ସାହାରୁକ୍ ଖାନ୍‌, ବିଭୂତି ଭୂଷଣ ମହାପାତ୍ର, ସନ୍ଦିପ ରାଉତରାୟ, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking