27.2 C
Bhubaneswar
Thursday, July 2, 2026
Homebhitarakanikaବିଦ୍ୟୁତ ଖୁଣ୍ଟ ଉପରେ ଚଢିଲା କୁମ୍ଭୀର

ବିଦ୍ୟୁତ ଖୁଣ୍ଟ ଉପରେ ଚଢିଲା କୁମ୍ଭୀର

 

ଭିତରକନିକା : ନଦୀରୁ କୁମ୍ଭୀର ଛୁଆ ଆସି ବିଦ୍ୟୁତ ଖୁଣ୍ଟ ଉପରେ ଚଢ଼ିଗଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରଭାହିତ ପାଟଶାଳ ନଦୀରୁ କୁମ୍ଭୀର ଛୁଆ ଉଠିଆସି ବିଦ୍ୟୁତ ଖୁଣ୍ଟ ଉପରେ ଚଢି ଯାଇଥିଲା ଆଉ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଏବେ କୁମ୍ଭୀର ପ୍ରଜନନ ଋତୁ ଚାଲିଥିବାରୁ । ବଉଳା କୁମ୍ଭୀରମାନେ ଭିତରକନିକା ଅଂଚଳରେ ଚଳିତ ବର୍ଷ ୧୧୪ଟି ବସା କରିଛନ୍ତି। ବଉଳା କୁମ୍ଭୀର ଜନବସତିକୁ ପଶି ଆସି ଲୋକ ଓ ଗୃହପାଳିତ ପଶୁଙ୍କୁ ଆକ୍ରମଣ କରିବାର ବହୁ ନଜିର ରହିଛି। ପୂର୍ବରୁ କୁମ୍ଭୀରମାନଙ୍କୁ ଜନବସତିରେ ଥିବା ପୋଖରୀ, ନଦୀ ନାଳ ବା ରାସ୍ତା ଉପରେ ଦେଖିବାକୁ ମିଳିଥିଲା । ମାତ୍ର କୁମ୍ଭୀର ବିଦ୍ୟୁତ ଖୁଣ୍ଟ ଉପରକୁ ଚଢିବା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରଭାହିତ ପାଟଶାଳ ନଦୀରୁ କୁମ୍ଭୀର ଛୁଆ ବିଦ୍ୟୁତ ଖୁଣ୍ଟ ଉପରେ ଚଢିବା ଭିଡିଓ ସମସ୍ତଙ୍କୁ ଖୁବ ଆଶ୍ଚର୍ୟ୍ୟ କରିଦେଇଛି ।ତେବେ ପାଟଶାଳା ନଦୀର ଖୋଳା ନିକଟରେ ନଦୀରୁ ଉଠି ରାସ୍ତା ପାର କରି କୁମ୍ଭୀରଟି ବିଦ୍ୟୁତ ଖୁଣ୍ଟ ଉପରକୁ ଚଢି ଯାଇଛି । ୨୫ ଫୁଟ ଲମ୍ବ ବିଦ୍ୟୁତ ଖୁଣ୍ଟର ପୁରା ଉପରକୁ ଚଢିଯାଇଛି କୁମ୍ଭୀର । ସ୍ଥାନୀୟ ଲୋକେ ତାକୁ ଦେଖି ପାଟି କରିବା ସହ ଟେକା ମାରିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking