23.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶଆଖି ନଷ୍ଟ କରିଦେଲା ଲେନ୍ସ

ଆଖି ନଷ୍ଟ କରିଦେଲା ଲେନ୍ସ

ନୂଆଦିଲ୍ଲୀ:ଆଜିର ଯୁବପିଢ଼ି ଆଖିରେ ଲେନ୍ସ ଲଗେଇବାକୁ ବହୁତ ପସନ୍ଦ କରିଥାନ୍ତି । ସେଥିପାଇଁ ସେମାନେ ବହୁତ ସମୟରେ ଲେନ୍ସର ବ୍ୟବହାର କରିଥାନ୍ତି। ତେବେ ଏହି ଲେନ୍ସ ଯୁବପିଢିଙ୍କ ପାଇଁ କେତେ କ୍ଷତିକାର ହୋଇଥାଏ ତାହା ଅନେକ ଜାଣନ୍ତି କିନ୍ତୁ ଆଉ କିଛି ଜଣ ସଚେତନ ରହିନଥାନ୍ତି । ତେବେ ଏହି ଲେନ୍ସକୁ ନେଇ ସାମ୍ନାକୁ ଆସିଛି ଏକ ସାଙ୍ଘାତିକ ଖବର ଯାହା ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହୋଇଯିବେ ଏବଂ ନିଜ ଆଖିରେ ଲେନ୍ସ ଲଗେଇବାକୁ ଭୟ କରିବେ । ତେବେ ଆସନ୍ତୁ ଜାଣିବା ଲେନ୍ସ ପାଇଁ କିପରି ଜଣେ ଯୁବକ ନିଜ ଦୃଷ୍ଟିଶକ୍ତି ହରାଇଲେ । ତେବେ ଯୁବକ ଜଣକ ହେଉଛନ୍ତି ମାଇକ କ୍ରୁମହୋଲଜ ତାଙ୍କୁ ମାତ୍ର ୨୧ ବର୍ଷ । ସେ ଆଖିରେ କଣ୍ଟାକ୍ଟ ଲେନ୍ସ ପିନ୍ଧି ଶୋଇବା ଫଳରେ ଗୋଟେ ଆଖିକୁ ହରାଇ ବସିଛନ୍ତି । ‘ସେହି ମାଂସ ଭକ୍ଷୀ ପରଜୀବୀ ମାଇକଙ୍କର ଆଖିକୁ ନଷ୍ଟ କରିଦେଇଥିଲା । ତେଣୁ କଣ୍ଟାକ୍ଟ ଲେନ୍ସ ପିନ୍ଧି ଶୋଇବା ଓ ଗାଧୋଇବାରୁ ବଞ୍ଚିତ ରହିବାକୁ ମାଇକ୍ ସମସ୍ତଙ୍କୁ ନିବେଦନ କରିଛନ୍ତି । ସୂଚନା ଅନୁଯାୟୀ, ମାଇକ୍ ୭ ବର୍ଷ ହେଲା କଣ୍ଟାକ୍ଟ ଲେନ୍ସକୁ ବ୍ୟବହାର କରୁଥିଲେ । ତାଙ୍କର ଆଖି ସମସ୍ୟା ରହିଥିବା ବେଳେ ସେ ଅନେକ ସମୟରେ ଉକ୍ତ ଲେନ୍ସକୁ ପିନ୍ଧିବାକୁ ଭୁଲି ଯାଇଥିଲେ । ମାଇକଙ୍କର ଏହି ଗୋଟିଏ ଭୁଲ୍ ଆଜି ତାଙ୍କ ଜୀବନକୁ ବର୍ବାଦ କରିଦେଇଛି । ମାଇକ ମାତ୍ର ୪୦ ମିନିଟର ଝପ୍ପୀ ନେଇ ଉଠିବାପରେ ତାଙ୍କ ଆଖିକୁ କିଛି ଦେଖାଯାଇନଥିଲା । ଏହାପରେ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ ଓ ନିଜର ଭୁଲ୍ ବିଷୟରେ ଜାଣିପାରିଥିଲେ ।କିଛି ଲୋକ ନିଜର ଦୃଷ୍ଟିଶକ୍ତିକୁ ସୁଧାରିବା ପାଇଁ ଓ ଆଉ କିଛି ଲୋକ ଫେଶନ କାରଣରୁ ଏହାକୁ ଲଗାଇଥାନ୍ତି । ତେବେ କଣ୍ଟାକ୍ଟ ଲେନ୍ସକୁ ଯଦି ସଠିକ୍ ଭାବେ ପିନ୍ଧା ନଯାଏ ବା ବାହାର କରାନଯାଏ ତେବେ ତାହା ଆଖିର ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ । ଆମେରିକାର ଫ୍ଲୋରିଡ଼ା ନିବାସୀ ମାଇକଙ୍କ ସହ ଠିକ୍ ଏପରି କିଛି ଗତବର୍ଷ ଫେବୃଆରୀ ମାସରେ ଘଟିଥିଲା । ସବୁଦିନ ପାଇଁ ମାଇକଙ୍କର ଦୃଷ୍ଟିଶକ୍ତି ଚାଲିଯାଇଥିଲା । ଶୋଇ କରି ଉଠିବା ପରେ ମାଇକଙ୍କ ଡାହାଣ ଆଖି ଫୁଲିବା ସହିତ କିଛି ଯନ୍ତ୍ରଣା ହୋଇଥିଲା । ମାତ୍ର ତାହା ଠିକ୍ ହୋଇଯିବ ବୋଲି ମାଇକ୍ ଭାବି ନେଇଥିଲେ, ଯାହାକୁ ସମ୍ପୂର୍ଣ୍ଣ ଭୁଲ୍ ଥିଲା । ଆଖିରେ ଅଧିକ ଯନ୍ତ୍ରଣା ହେବାରୁ ସେ ଲେନ୍ସକୁ ବାହାର କରିଦେଇଥିଲେ । ଏହାପରେ ତାଙ୍କୁ ଆଶ୍ୱସ୍ତି ନ ମିଳିବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଡାକ୍ତର ତାଙ୍କୁ କମଲ ଭାଇରଲ ମେଡିସିନ ଦେଇଥିଲେ । ତା’ପରେ ତାଙ୍କର ଅବସ୍ଥା ଜଟିଳ ହେବାରେ ଲାଗିଥିଲା ।ଏକ ମାସ ପରେ ମାଇକଙ୍କର ଆଖିରେ ଜ୍ୱଳନ ହେବା ସହିତ ଧୀରେଧୀରେ ଦେଖିବାରେ ସମସ୍ୟା ଉପୁଜିଥିଲା । ପରେ ସେ ହସ୍ପିଟାଲ ଯାଇ ଚେକଅପ୍ କରିବା ପରେ ତାଙ୍କୁ ଅଙ୍କେଥଅମୀବା କେରାଟାଇଟିସ ହୋଇଛି ବୋଲି ଜଣାପଡ଼ିଥିଲା । ଏହି ଅମୀବା ମାଟି, ପାଣି ଓ ପବନରେ ରହୁଥିବା ବେଳେ ତାହା ସଂକ୍ରମଣ ଦ୍ୱାରା ବ୍ୟାପିଥାଏ । ସଂକ୍ରମିତ ଆଖିକୁ ସଠିକ୍ ସମୟରେ ଚିକିତ୍ସା ନ ମିଳିବା କାରଣରୁ ମାଇକର ଗୋଟିଏ ଆଖି ସବୁଦିନ ପାଇଁ ଆଖି ଖରାପ ହୋଇଯାଇଥିଲା । କଣ୍ଟାକ୍ଟ ଲେନ୍ସ ପିନ୍ଧୁଥିବା ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ କେବଳ ୧-୩୩ଟି ରୋଗ ବିରଳ ଅବସ୍ଥାରେ ଚିହ୍ନଟ ହୋଇଥିବା ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର (ସିଡିସି) ପକ୍ଷରୁ କୁହାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking