25.9 C
Bhubaneswar
Monday, April 6, 2026
Homeଓଡିଶାସେନା ଅଫିସରଙ୍କ ସମେତ ୪ ଯବାନ ସହିଦ:ଜାମ୍ମୁ ଓ କାଶ୍ମୀର

ସେନା ଅଫିସରଙ୍କ ସମେତ ୪ ଯବାନ ସହିଦ:ଜାମ୍ମୁ ଓ କାଶ୍ମୀର

ଜାମ୍ମୁ: ସୋମବାର ରାତିରେ ଡୋଡା ଜିଲ୍ଲାର ଏକ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଯାହାଫଳରେ ଏହି ଏନକାଉଣ୍ଟରରେ ୪ ଜଣ ସୈନିକ ସହିଦହୋଇଥିବା ସୂଚନା ମିଳିଛି । ଅଧିକାରୀ କହିଛନ୍ତି ଯେ, ଜାମ୍ମୁ କାଶ୍ମୀର ପୋଲିସର ରାଷ୍ଟ୍ରିୟ ରାଇଫଲ୍ସ ଏବଂ ସ୍ପେଶାଲ ଅପରେସନ୍ ଗ୍ରୁପ୍‌ର ସୈନିକମାନେ ରାତି ପ୍ରାୟ ୨.୪୫ ସମୟରେ ଦେଶା ଜଙ୍ଗଲ ଅଞ୍ଚଳର ଧାରୀ ଗୋଟେ ଉର୍ବାଗିରେ ମିଳିତ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହା ପରେ ଏନକାଉଣ୍ଟର ଆରମ୍ଭ ହୋଇଯାଇଥିଲା । ଏହି ଏନକାଉଣ୍ଟରରେ ଚାରିଜଣ ଯବାନ ସହିଦ ହୋଇଯାଇଥିଲେ।ସରକାରୀ ସୂତ୍ରରୁ ପ୍ରକାଶ ଯେ, ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାର ବହୁ ସଶସ୍ତ୍ର ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଗୁରୁତର ଆହତ ହୋଇଥିବା ଜଣେ ଅଧିକାରୀଙ୍କ ସମେତ ୪ ଜଣ ସୈନିକ ଆହତ ହୋଇଛନ୍ତି। ସୋମବାର ବିଳମ୍ବିତ ରାତିରେ ଦୋଡା ସହରଠାରୁ ପ୍ରାୟ ୫୫ କିଲୋମିଟର ଦୂରରେ ଥିବା ଦେସା ଜଙ୍ଗଲ ଅଞ୍ଚଳରେ ଧାରୀ ଗୋଟେ ଉରବାଗୀରେ ରାଷ୍ଟ୍ରିୟ ରାଇଫଲ୍ସ ଏବଂ ସ୍ପେଶାଲ ଅପରେସନ୍ସ ଗ୍ରୁପର ସୈନ୍ୟ ମିଳିତ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ବେଳେ ଏହି ଏନକାଉଣ୍ଟର ହୋଇଥିଲା ଆତଙ୍କବାଦୀଙ୍କ ସହିତ ଗୁଳି ବିନିମୟ ମଧ୍ୟ ହୋଇଥିଲା ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଅଳ୍ପ ସମୟ ମଧ୍ୟରେ ଗୁଳି ବିନିମୟ ପରେ ଆତଙ୍କବାଦୀମାନେ ଖସିଯିବାକୁ ଚେଷ୍ଟା କରିଥିଲେ କିନ୍ତୁ ଜଣେ ଅଧିକାରୀଙ୍କ ନେତୃତ୍ୱରେ ସାହସୀ ସୈନିକମାନେ ଚ୍ୟାଲେଞ୍ଜପୂର୍ଣ୍ଣ ଅଞ୍ଚଳ ତଥା ଘଞ୍ଚ ଗଛ ସତ୍ତ୍ ସେମାନଙ୍କୁ ଗୋଡ଼ାଇଥିଲେ। ଏହା ପରେ ରାତି ପ୍ରାୟ ୯ ଟା ସମୟରେ ଜଙ୍ଗଲରେ ଆଉ ଏକ ଗୁଳି ବିନିମୟ ହୋଇଥିଲା। ଅଧିକାରୀ କହିଛନ୍ତି ଯେ ଏହି ଏନକାଉଣ୍ଟରରେ ପାଞ୍ଚଜଣ ସୈନିକ ଗୁରୁତର ଆହତ ହୋଇଥିଲେ ଏବଂ ଅଧିକାରୀଙ୍କ ସମେତ ଚାରିଜଣ ଆହତ ଅବସ୍ଥାରେ ଜୀବନ ହରାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking