33.5 C
Bhubaneswar
Sunday, April 12, 2026
Homeଓଡିଶାଜୁଲାଇ ୧୮ରେ ଖୋଲିବ ଭିତର ରତ୍ନଭଣ୍ଡାର ତାଲା

ଜୁଲାଇ ୧୮ରେ ଖୋଲିବ ଭିତର ରତ୍ନଭଣ୍ଡାର ତାଲା

ଭୁବନେଶ୍ୱର : ଆସନ୍ତା ୧୮ ତାରିଖ ଗୁରୁବାର ଖୋଲାଯିବ ରତ୍ନଭଣ୍ଡାର । ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସୂଚନା । ରତ୍ନଭଣ୍ଡାର ସଂପର୍କିତ ଜରୁରୀ ବୈଠକ ପରେ ଜଷ୍ଟିସ ରଥ ଏହି ସୂଚନା ଦେଇଛନ୍ତି । ଶୁଭ ସମୟ ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଖୋଲାଯିବ ବୋଲି କହିଲେ । ଭିତର ଭଣ୍ଡାର ତାଲା ଖୋଲାଯାଇ ଅଳଙ୍କାର ସ୍ଥାନାନ୍ତରଣ ହେବ । ସିନ୍ଦୁକ ଏବଂ ଆଲମାରୀରେ ଥିବା ଅଳଙ୍କାର ସ୍ଥାନନ୍ତର ହେବ । ସ୍ଥାନାନ୍ତରଣ ପରେ ଅସ୍ଥାୟୀ ରତ୍ନଭଣ୍ଡାର ତାଲା ପଡିବ । ତାଲା ପଡିବା ପରେ ଚାବି ଟ୍ରେଜେରିରେ ରଖାଯିବ । ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି ହେବ । ଅସ୍ଥାୟୀ ରତ୍ନଭଣ୍ଡାର ‘ଖଟଶେଯ ଘର’କୁ ସ୍ଥାନାନ୍ତରଣ କରାଯିବ ବୋଲି କହିଛନ୍ତି ଜଷ୍ଟିସ ରଥ । ସ୍ଥାନାନ୍ତରଣ ପରେ ଅସ୍ଥାୟୀ ରତ୍ନଭଣ୍ଡାର ତାଲା ସିଲ୍ କରାଯିବ । ତାଲାକୁ ଜଉମୁଦ ସିଲ୍ କରାଯାଇ ଚାବି ଟ୍ରେଜେରିରେ ରଖାଯିବ । ସୂଚନା ଯୋଗ୍ୟ ଯେ, ଦୀର୍ଘ ୪୬ ବର୍ଷର ପ୍ରତୀକ୍ଷାର ଅନ୍ତ ପରେ ଜୁଲାଇ ୧୪ ତାରିଖରେ ଖୋଲିଥିଲା ରତ୍ନଭଣ୍ଡାର। ଧାର୍ଯ୍ୟ ଶୁଭ ମୁହୂର୍ତ୍ତ ଅନୁଯାୟୀ ରତ୍ନଭଣ୍ଡାର ଦିନ ୧ଟା ୨୮ ମିନିଟ ରେ ଖୋଲାଯାଇଥିଲା । ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯାଇଥିଲା । ତେବେ ଆସନ୍ତା ୧୮ ତାରିଖ ଗୁରୁବାର ରତ୍ନଭଣ୍ଡାର ଖୋଲାଯିବାକୁ ଥିବାବେଳେ କୌଣସି ଗଣତି ମଣତି ହେବ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking