21.1 C
Bhubaneswar
Monday, December 8, 2025
Homeଦେଶ ବିଦେଶପୂର୍ବତନ ମନ୍ତ୍ରୀଙ୍କ ବାପାଙ୍କୁ ନିର୍ମମ ଭାବେ ହତ୍ୟା,ଘରୁ ମିଳିଲା ଶବ

ପୂର୍ବତନ ମନ୍ତ୍ରୀଙ୍କ ବାପାଙ୍କୁ ନିର୍ମମ ଭାବେ ହତ୍ୟା,ଘରୁ ମିଳିଲା ଶବ

ବିହାର :ଦିନକୁ ଦିନ ବିହାରରେ ବୃଦ୍ଧି ପାଇଛି ଅପରାଧ ।ତେବେ ମଙ୍ଗଳବାର ବିକାଶଶୀଳ ଇନସାନ୍ ପାର୍ଟି (ଭିଆଇପି)ର ମୁଖ୍ୟ ତଥା ବିହାର ସରକାରରେ ପୂର୍ବରୁ ମନ୍ତ୍ରୀ ଥିବା ମୁକେଶ ସହନୀଙ୍କ ବାପା ଜୀତନ ସହନୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ତାଙ୍କୁ କେଉଁ କାରଣରୁ ଏପରି ହତ୍ୟାକାଣ୍ଡ କରାଯାଇଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି ।ତେବେ ପୋଲିସ୍ ଏନେଇ ତଦନ୍ତ ଚଲାଇଥିବାବେଳେ , କ୍ଷତବିକ୍ଷତ ଅବସ୍ଥାରେ ତାଙ୍କ ଘରୁ ଶବକୁ ଉଦ୍ଧାର କରାଯାଇଛି । ପୋଲିସର କହିବା କଥା, କ୍ଷତି ବିକ୍ଷତ ଅବସ୍ଥାରେ ଘରୁ ଜୀତନ ସହନୀଙ୍କ ଶବ ମିଳିଥିଲା । ଅତି ନିର୍ମମ ଭାବେ ତାଙ୍କୁ ହତ୍ୟା କରାଯାଇଛି । ଖାସ୍ କରି, ଛୁରୀରେ ତାଙ୍କୁ ବାରମ୍ବାର ବାରମ୍ବାର ଆକ୍ରମଣ କରାଯାଇଥିଲା । ଯାହାଫଳରେ କି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହେଇଥିଲା ।ସୂଚନା ମୁତାବକ, ଜୀତନ ସହନୀଙ୍କ ଘରେ ୨ରୁ ୩ ଜଣ ଚାକର ଏବଂ ଡ୍ରାଇଭର ରହିଥାନ୍ତି । ଆଉ ହତ୍ୟା ପାଇଁ ଧାରୁଆ ଅସ୍ତ୍ରର ଉପଯୋଗ କରାଯାଇଛି । ତେଣୁ ଚାକର କିମ୍ବା ଡ୍ରାଇଭର ଏହି ଘଟଣାରେ ସମ୍ପୃକ୍ତ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ନଚେତ୍ ଚୋରି ଘଟଣାରେ ମଧ୍ୟ ଏପରି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି କୁହାଯାଉଛି ।ଘଟଣାସ୍ଥଳରେ ଏବେ ପୋଲିସ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ବର୍ତ୍ତମାନ ପର‌୍ୟ୍ୟନ୍ତ ଜଣାପଡିନି । କୁହାଯାଉଛି, ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥାଇପାରେ । ଆଉ ସକାଳୁ ଏନେଇ ଖବର ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking